ARTICLE AD BOX
ଆଜି ବିଶ୍ବ ଚେସ୍ ଦିବସ। କ୍ରୀଡ଼ା, ମାନସିକ ଶକ୍ତି ଓ କଳାର ଉପାଦାନ ମିଶ୍ରିତ ଚେସ୍ ଏକ ଅତି ପ୍ରାଚୀନ, ବୌଦ୍ଧିକ ତଥା ସାଂସ୍କୃତିକ ଖେଳ। ଏକ ସୁଲଭ ଓ ସମାବେଶୀ କାର୍ଯ୍ୟକଳାପ ଭାବେ ଭାଷା, ବୟସ, ଲିଙ୍ଗ, ଶାରୀରିକ ସାମର୍ଥ୍ୟ ଓ ସାମାଜିକ ସ୍ଥିତିର ପ୍ରତିବନ୍ଧକୁ ଅତିକ୍ରମ କରି ଏହା ଯେ କୌଣସି ସ୍ଥାନରେ ଏବଂ ସମସ୍ତଙ୍କ ଦ୍ବାରା ଖେଳାଯାଇପାରୁଛି। ଏହା ଏପରି ଏକ ବିଶ୍ବସ୍ତରୀୟ ଖେଳ ପାଲଟିଛି ଯାହା ଧର୍ମନିରପେକ୍ଷତା, ଅନ୍ତର୍ଭୁକ୍ତୀକରଣ ଓ ପାରସ୍ପରିକ ସମ୍ମାନକୁ ପ୍ରୋତ୍ସାହିତ କରିଥାଏ ଏବଂ ବିଭିନ୍ନ ରାଷ୍ଟ୍ର ଓ ଲୋକମାନଙ୍କ ମଧ୍ୟରେ ସହନଶୀଳତା ଓ ବୁଝାମଣାର ପରିବେଶ ସୃଷ୍ଟି କରିଥାଏ।
TMC: ବାଚସ୍ପତିଙ୍କ ଅନୁମୋଦନ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଦ୍ରୋହୀ ଟିଏମ୍ସି ନେତା
ପ୍ରାୟ ୧,୫୦୦ ବର୍ଷର ଏହି ଖେଳ ଭାରତରେ ‘ଚତୁରଙ୍ଗ’ ନାମରେ ଆରମ୍ଭ ହୋଇଥିଲା ବୋଲି ବିଶ୍ବାସ କରାଯାଏ। ତେବେ ବିଶ୍ବବ୍ୟାପୀ ଏହାର ଲୋକପ୍ରିୟତା ଦିନକୁ ଦିନ ବଢ଼ିବା ସହ ୧୯୨୪ ମସିହା ଆଜିର ଦିନରେ ଆନ୍ତର୍ଜାତିକ ଚେସ୍ ସଂଘ (ଏଫ୍ଆଇଡିଇ) ସ୍ଥାପିତ ହୋଇଥିଲା। ୧୯୬୬ ମସିହାରୁ ‘ଏଫ୍ଆଇଡିଇ’ର ଉଦ୍ୟମକ୍ରମେ ଚେସ୍ ଖେଳାଳିମାନେ ପ୍ରତି ବର୍ଷ ତାହାର ସ୍ଥାପନା ଦିବସକୁ ‘ବିଶ୍ବ ଚେସ୍ ଦିବସ’ ଭାବେ ପାଳନ କରି ଆସୁଛନ୍ତି। ତେବେ ୨୦୧୯ ଡିସେମ୍ବର ୧୨ରେ ମିଳିତ ଜାତିସଂଘର ସାଧାରଣ ପରିଷଦ ଉକ୍ତ ଦିବସକୁ ‘ବିଶ୍ବ ଚେସ୍ ଦିବସ’ ଭାବେ ପାଳିବାକୁ ଘୋଷଣା କରିଥିଲା।

1 day ago
2


