World Breastfeeding Week ଶିଶୁଙ୍କ ପୋଷଣ ମାପ ପାଇଁ ଆରମ୍ଭ ହେବ କୃତ୍ରିମ ବୁଦ୍ଧିମତାଭିତ୍ତିକ ବ୍ୟବସ୍ଥା

1 hour ago 2
ARTICLE AD BOX

ଭୁବନେଶ୍ୱର: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ 'ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬' ପାଳିତ ହୋଇଯାଇଛି। 
ଏହି ସମାରୋହରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଡ. ମୃଣାଳିନୀ ଦର୍ଶୱାଲ ଅଧ୍ୟକ୍ଷତା କରିଥିଲେ। ବିଭାଗୀୟ ନିର୍ଦ୍ଦେଶିକା ମନୀଷା ବାନାର୍ଜୀ ସ୍ୱାଗତ ଭାଷଣ ଦେଇଥିଲେ। 

world breastfeeding day1

ଡ ଦର୍ଶୱାଲ ନିଜ ଅଭିଭାଷଣରେ ସ୍ତନ୍ୟପାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଛନ୍ତି, ମା’ କ୍ଷୀର ଶିଶୁ ପାଇଁ ପ୍ରଥମ ଟିକା ଏବଂ ସବୁଠାରୁ ପୌଷ୍ଟିକ ଆହାର। ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରାଇବା, ପ୍ରଥମ ୬ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ ଜାରି ରଖିବା ଏବଂ ଶିଶୁର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ୨ ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ ସହ ଅନ୍ୟାନ୍ୟ ପୋଷକ ଆହାର ଦେବା ଆବଶ୍ୟକ। ଶିଶୁର ସୁସ୍ଥ ବୃଦ୍ଧି ଓ ସର୍ବାଙ୍ଗୀନ ବିକାଶରେ ପିତା ଓ ପରିବାରର ଅନ୍ୟ ସଦସ୍ୟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ସୂଚାଇଥିଲେ।

world breastfeeding day

ଗ୍ଲୋବାଲ ଅଣ-ଲାଭଦାୟକ ପ୍ରଯୁକ୍ତିବିଦ୍ୟା ସଂସ୍ଥା 'ୱାଧୱାନୀ ଫାଉଣ୍ଡେସନ୍'ର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏକ କୃତ୍ରିମ ବୁଦ୍ଧିମତ୍ତା (AI) ଆଧାରିତ ସମାଧାନର ପ୍ରଦର୍ଶନ କରିଥିଲେ। ଏହି ପ୍ରଯୁକ୍ତି ମାଧ୍ୟମରେ ମୋବାଇଲ୍ ଫୋନ୍ ଭିଡିଓ ଦ୍ୱାରା ଶିଶୁର ଓଜନ, ଉଚ୍ଚତା, ମୁଣ୍ଡର ପରିଧି, ଛାତିର ପରିଧି ଏବଂ ହାତର ଉପରି ଭାଗର ପରିଧି (MUAC) ମାପ କରାଯାଇପାରିବ। ଉଲ୍ଲେଖଯୋଗ୍ୟ ଯେ, ଏହି AI-ଆଧାରିତ ଶିଶୁ ବିକାଶ ନିରୀକ୍ଷଣ ପ୍ରଣାଳୀର ପାଇଲଟ୍ ପ୍ରକଳ୍ପ ପାଇଁ ମନୋନୀତ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଅନ୍ତର୍ଭୁକ୍ତ।

World Breastfeeding Week: ଅଗଷ୍ଟ ପ୍ରଥମ ସପ୍ତାହ: 'ବିଶ୍ୱ ସ୍ତନ୍ୟପାନ ସପ୍ତାହ'

ଏହି ଅବସରରେ ୦ ରୁ ୬ ବର୍ଷ ବୟସର ଶିଶୁଙ୍କ ପିତାମାତାଙ୍କୁ ଫଳ ଏବଂ ଶିଶୁ ଯତ୍ନ କିଟ୍ ସହିତ ପୋଷଣ ବାସ୍କେଟ୍ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭାଗର ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ପରାମର୍ଶଦାତାମାନେ ସ୍ତନ୍ୟପାନକୁ ଉତ୍ସାହିତ କରିବା ଏବଂ ମା’ ଓ ଶିଶୁର ପୋଷଣ ସ୍ଥିତିରେ ସୁଧାର ଆଣିବା ପାଇଁ ସେମାନଙ୍କ ସଂକଳ୍ପ ଦୋହରାଇଥିଲେ।

ରାଜ୍ୟସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ

ଅଗଷ୍ଟ ୧ ରୁ ୭ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଶିଶୁ ସ୍ୱାସ୍ଥ୍ୟର ଭିତ୍ତିଭୂମି ଭାବେ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.