World Badminton Championship: ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନ୍‌ସିପ୍‌: ‌ତ୍ରିଶା-ଗାୟତ୍ରୀଙ୍କୁ ଐତିହାସିକ କାଂସ୍ୟ

53 minutes ago 2
ARTICLE AD BOX

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନ୍‌ସିପ୍‌ରେ ଭାରତର ‌ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚନ୍ଦଙ୍କ ଐତିହାସିକ ଅଭିଯାନର ଅନ୍ତ ଘଟିଛି। ଶନିବାର ଅନୁଷ୍ଠିତ ମହିଳା ଯୁଗଳ ସେମିଫାଇନାଲରେ ବର୍ତ୍ତମାନର ବିଶ୍ବ ଚାମ୍ପିଅନ ଚୀନ୍‌ର ଶୀର୍ଷ ମାନ୍ୟତାପ୍ରାପ୍ତ ଯୋଡ଼ି ତାନ୍ ନିଙ୍ଗ୍‌ ଓ ଲିଉ ସେଙ୍ଗ୍‌ ସୁଙ୍କଠାରୁ ୨୧-୧୮, ୧୩-୨୧, ୮-୨୧ରେ ପରାସ୍ତ ହୋଇଛନ୍ତି ଏହି ଭାରତୀୟ ଯୋଡ଼ି। ୭୦ ମିନିଟ୍‌ ଧରି ଚାଲିଥିବା ଏହି ମୁକାବିଲାରେ ‌ତ୍ରିଶା-ଗାୟତ୍ରୀ ଦମଦାର ଲଢ଼େଇ କରିଥିଲେ ବି ଚୀନ ଯୋଡ଼ିଙ୍କୁ ଅଟକାଇପାରି ନ ଥିଲେ।

Education: ‘ଏନ୍‌ପିସିଆଇଏଲ୍’ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ

ପ୍ରଥମ ଗେମ୍‌ରେ ଭାରତୀୟ ଯୋଡ଼ି ଆତ୍ମବିଶ୍ୱାସର ସହ ଖେଳି ୨୧-୧୮ରେ ବିଜୟୀ ହୋଇଥିଲେ। ତେବେ ଦ୍ୱିତୀୟ ଗେମ୍‌ରେ ଚୀନ୍‌ ଯୋଡ଼ି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୨୧-୧୩ରେ ଗେମ୍‌କୁ ଜିତି ସମାନ ସ୍ଥିତିକୁ ଆଣିଥିଲେ। ନିର୍ଣ୍ଣାୟକ ଗେମ୍‌ରେ ତାନ୍‌-ଲିଉ ଆରମ୍ଭରୁ ନିୟନ୍ତ୍ରଣ ରଖି ୨୧-୮ରେ ମ୍ୟାଚ୍‌ ଜିତି ଫାଇନାଲ୍‌ରେ ପହଞ୍ଚିଥିଲେ। ସେମିଫାଇନାଲରେ ହାରିଥିଲେ ମଧ୍ୟ ‌ତ୍ରିଶା-ଗାୟତ୍ରୀ ଐତିହାସିକ କାଂସ୍ୟ ପଦକ ଜିତିଛନ୍ତି। ୧୫ ବର୍ଷ ପରେ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ଭାରତକୁ ମହିଳା ଯୁଗଳରେ ପଦକ ମିଳିଛି। ସେମାନେ ଜ୍ୱାଲା ଗୁଟ୍ଟା-ଅଶ୍ୱିନୀ ପୋନ୍ନାପ୍ପାଙ୍କ ପରେ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ପଦକ ଜିତିଥିବା ଦ୍ୱିତୀୟ ଭାରତୀୟ ମହିଳା ଯୁଗଳ ଯୋଡ଼ି ହୋଇଛନ୍ତି।

Land patta distribution: ‘ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ’ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.