Rahul Gandhi: ସିଇସି ବିରୋଧୀ ଆନ୍ଦୋଳନ ସମୟରେ ରାହୁଲ ମହିଳା ପୁଲିସଙ୍କୁ ଠେଲିବାକୁ ଚେଷ୍ଟା କରିଛନ୍ତି: ବିଜେପି

49 minutes ago 1
ARTICLE AD BOX

ନୂଆଦିଲ୍ଲୀ: ବିଜେପି ବୁଧବାର ଅଭିଯୋଗ କରିଛି ଯେ, ଦିଲ୍ଲୀରେ ସିଇସି ବିରୋଧୀ ଆନ୍ଦୋଳନ ସମୟରେ ବିରୋଧୀ ଇଣ୍ଡି ମେଣ୍ଟର ସାଂସଦମାନଙ୍କ ସହ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ମହିଳା ପୁଲିସ ଅଫିସର୍‌ଙ୍କୁ ଠେଲିବାକୁ ଚେଷ୍ଟା କରିଥିଲେ। ଅଶୋକା ରୋଡ୍‌ରେ ଧାରଣାରେ ବସିଥିବା ଜଣେ ମହିଳାଙ୍କୁ ପୁଲିସ ହଟାଇବାକୁ ଚେଷ୍ଟା କରିବା ସମୟରେ ସଂଘର୍ଷ ଉପୁଜିଥିଲା। ଏହି ସମୟରେ ରାହୁଲ ଜଣେ ମହିଳା ପୁଲିସଙ୍କୁ ଠେଲିବାକୁ ଉଦ୍ୟମ କରିଥିଲେ ବୋଲି ବିଜେପି ଅଭିଯୋଗ କରିଛି। ତେବେ ଏହି ଅଭିଯୋଗ ଉପରେ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଆହୁରି ପଢନ୍ତୁ:Mithun Chakraborty: ପଶ୍ଚିମବଙ୍ଗ ସରକାରଙ୍କ ଉପଦେଷ୍ଟା ନିଯୁକ୍ତ ହେଲେ ମିଥୁନ ଚକ୍ରବର୍ତ୍ତୀ

ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏହି ଆନ୍ଦୋଳନ ହୋଇଥିଲା। ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଏକ ଭିଡିଓ କ୍ଲିପ୍‌କୁ ଏକ୍ସରେ ପୋଷ୍ଟ୍‌ କରି ରାହୁଲଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ରିଲ୍ସ ବନାଇବାର ଉତ୍ସାହ ମଧ୍ୟରେ ରାହୁଲ ଗାନ୍ଧୀ ଜଣେ ମହିଳା ପୁଲିସଙ୍କୁ ଠେଲିବାକୁ ଉଦ୍ୟମ କରୁଛନ୍ତି। ବିଜେପି ମୁଖପାତ୍ର ଗୌରବ ଭାଟିଆ ମଧ୍ୟ ରାହୁଲଙ୍କୁ ସମାଲୋଚନା କରି କହିଛନ୍ତି ଯେ, ତାଙ୍କ ବ୍ୟବହାର ଜଣେ ବିରୋଧୀ ଦଳ ନେତାଙ୍କ ପରି ନୁହେଁ। ସେ ଜାଣିଶୁଣି ମହିଳା ପୁଲିସ ଅଫିସର୍‌ଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିବା ଭାଟିଆ ଅଭିଯୋଗ କରିଛନ୍ତି।

ଆହୁରି ପଢନ୍ତୁ:Pakistan: କେପି, ବଲୁଚିସ୍ତାନରେ ୧୮ ବିଦ୍ରୋହୀଙ୍କୁ ନିପାତ କଲା ପାକ୍‌ ସେନା

ଏଭଳି ଆଚରଣ ପାଇଁ ରାହୁଲ ଗାନ୍ଧୀ ସମଗ୍ର ଦେଶକୁ କ୍ଷମା ମାଗିବା ଉଚିତ ବୋଲି ସେ କହିଛନ୍ତି। ବିଜେପି ନେତା ତାଜିନ୍ଦର ବାଗ୍ଗା ମଧ୍ୟ ଘଟଣାକୁ ଲଜ୍ଜାଜନକ ବୋଲି କହିଛନ୍ତି। କୌଣସି ରାଜନୈତିକ ସ୍ଥିତି ଜଣେ ମହିଳାଙ୍କୁ ଏଭଳି ଅନୁଚିତ ଭାବେ ଛୁଇଁବାକୁ ଅନୁମତି ଦେଇନାହିଁ ବୋଲି ସେ କହିଛନ୍ତି। ଜଣେ ମହିଳା ପୁଲିସ ଅଫିସର୍‌ଙ୍କୁ ରାହୁଲ ଏଭଳି ଭାବେ ଛୁଇଁବା ଅତ୍ୟନ୍ତ ଅପମାନଜନକ ବୋଲି ବାଗ୍ଗା କହିଛନ୍ତି। ଏହାବ୍ୟତୀତ ଅନ୍ୟ ବିଜେପି ନେତାମାନେ ମଧ୍ୟ ଅଭିଯୋଗକୁ ଦୋହରାଇ ରାହୁଲଙ୍କୁ ସମାଲୋଚନା କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.