World Athletics Continental Tour ଭୁବନେଶ୍ୱରରେ ଅନୁଷ୍ଠିତ ହେବ 'ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍' ମିଟ୍

1 hour ago 2
ARTICLE AD BOX

ଭୁବନେଶ୍ୱର:  ଅଗଷ୍ଟ ୨୨ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ 'ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍' ଅନୁଷ୍ଠିତ ହେବ। 

ଏନେଇ ଆଜି (ସୋମବାର), ମିଟ୍‌ର ଆୟୋଜକ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ଭାରତୀୟ ଆଥଲେଟିକ୍ସ ମହାସଂଘ (AFI) ଏବଂ ୱାର୍ଲ୍ଡ ଆଥଲେଟିକ୍ସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା।  କ୍ରୀଡ଼ା ନିର୍ଦ୍ଦେଶକ ଡା. ୟେଦୁଲା ବିଜୟ ସୂଚନା ଦେଇଛନ୍ତି, ଗତବର୍ଷ ଏହା ବ୍ରୋଞ୍ଜ ସ୍ତରର ହୋଇଥିବା ବେଳେ, ଏଥର ଏହାକୁ ସିଲଭର୍ ସ୍ତରକୁ ଉନ୍ନୀତ କରାଯାଇଛି। ୨୦୨୮ ମସିହାରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱ ଏବଂ ଏସୀୟ ଇନଡୋର ଆଥଲେଟିକ୍ସ ଚାମ୍ପିୟନସିପ୍ ପାଇଁ ଏହା ଏକ ପ୍ରମୁଖ ପ୍ରସ୍ତୁତି ପର୍ଯ୍ୟାୟ। 

Asian Games: ଏସୀୟ କ୍ରୀଡ଼ା ପୂର୍ବରୁ ଟିସୁକୁବାରେ ଭାରତୀୟ ଆଥ୍‌ଲେଟ୍‌ଙ୍କ ଅଭ୍ୟାସ

ସାଧାରଣ ଜନତା, ଛାତ୍ରଛାତ୍ରୀ ଓ କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରିବା ପାଇଁ କଳିଙ୍ଗ ଷ୍ଟାଡିୟମକୁ ପ୍ରବେଶ ସମ୍ପୂର୍ଣ୍ଣ ମାଗଣା ରଖାଯାଇଛି। ସେହିପରି ୱାର୍ଲ୍ଡ ଆଥଲେଟିକ୍ସର ଉପ-ସଭାପତି ଡ. ଆଦିଲେ ସୁମାରିୱାଲା ଓଡ଼ିଶା ସରକାରଙ୍କ ଯୋଗଦାନକୁ ପ୍ରଶଂସା କରିବା ସହ ଏହି ସିଲଭର ମିଟ୍ ଅତ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବ ବୋଲି ଶ୍ରୀବିଜୟ ପ୍ରକାଶ କରିଛନ୍ତି।

Narendra Modi: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଏହି ଦିନିକିଆ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ୨୭ ଟି ଦେଶରୁ ମୋଟ ୧୮୮ ଜଣ ଖେଳାଳି ଅଂଶଗ୍ରହଣ କରିବେ। ଏଥିମଧ୍ୟରେ ୯୯ ଜଣ ବିଦେଶୀ ଖେଳାଳିଙ୍କ ସହ ୮୮ ଜଣ ଭାରତୀୟ ଆଥଲେଟ୍ ନିଜର ପ୍ରତିଭା ଦେଖାଇବାର ସୁଯୋଗ ପାଇବେ। ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ ଭଳି ଦେଶରୁ ବଡ଼ ଦଳ ଏହି ମିଟ୍‌ରେ ଭାଗ ନେଉଛନ୍ତି। ଏହି ପ୍ରତିଯୋଗିତାରେ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଭାବେ ୯ଟି ଲେଖାଏଁ, ମୋଟ ୧୮ଟି ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟ ଅନୁଷ୍ଠିତ ହେବ। କୃତି ପ୍ରତିଯୋଗୀଙ୍କ ପାଇଁ ଆକର୍ଷଣୀୟ ନଗଦ ପୁରସ୍କାର ସହ ଗୁରୁତ୍ୱପୂର୍ଣ୍ଣ ୱାର୍ଲ୍ଡ ର଼୍ୟାଙ୍କିଂ ପଏଣ୍ଟ ମଧ୍ୟ ରହିଛି, ଯେଉଁଥିରେ ପ୍ରଥମ ସ୍ଥାନ ପାଇଁ ୧,୬୦୦ ଡଲାର, ଦ୍ୱିତୀୟ ସ୍ଥାନ ପାଇଁ ୧,୨୦୦ ଡଲାର ଏବଂ ତୃତୀୟ ସ୍ଥାନ ପାଇଁ ୯୦୦ ଡଲାର ପ୍ରଦାନ କରାଯିବ।

AMNS: ଓଡ଼ିଶା କ୍ରୀଡ଼ାରେ ପିପିପି ମଡେଲ୍‌: ଜିମ୍ନାଷ୍ଟିକ୍ସ ଓ ଖୋ ଖୋର ସେବା କରୁଛି ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ

ଏହି ପ୍ରତିଯୋଗିତାର ମୁଖ୍ୟ ଆକର୍ଷଣ ପାଲଟିବେ ବିଶ୍ୱ ର଼୍ୟାଙ୍କିଂର ଶ୍ରେଷ୍ଠ ୫୦ ଜଣଙ୍କ ମଧ୍ୟରେ ଥିବା ୩୬ ଜଣ ପ୍ରସିଦ୍ଧ ଖେଳାଳି। ପ୍ୟାରିସ୍ ୨୦୨୪ ଓଲମ୍ପିକ୍ସର ୪୦୦ ମିଟର ବ୍ରୋଞ୍ଜ ପଦକ ବିଜେତା ମୁଜାଲା ସାମୁକୋଙ୍ଗା ଏବଂ ନାଇଜେରିଆର ଶଟପୁଟ୍ ତାରକା ଚୁକୱେବୁକା ଏନେକୱେଚି ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ। 
ଏହି ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ଓ ଯୁବସେବା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଶୋକ କୁମାର ପଣ୍ଡା, ଏବଂ AFIର କୋଷାଧ୍ୟକ୍ଷ ବି. ଇ. ଷ୍ଟାନଲି ମଧ୍ୟ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.