ARTICLE AD BOX
ମାଷ୍ଟର୍ସେଫ୍ ଇଣ୍ଡିଆର ବିଜେତା ସେଫ୍ ପଙ୍କଜ୍ ଭାଦୋରିଆ ଏବେ କେମୋଥେରାପି ସମୟରେ ତାଙ୍କ କେଶ ଝଡ଼ିବାର ଯନ୍ତ୍ରଣା କଥା ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି। ଏଥିସହିତ ଗୋଛାଏ କେଶ ଧରିଥିବା ତାଙ୍କର ଏକ ଫଟୋ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଏହା ତାଙ୍କ ପାଇଁ ଯନ୍ତ୍ରଣାର କାରଣ ହୋଇଥିଲେ ମଧ୍ୟ ଏହାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେ ଆଗରୁ ଜାଣିଥିଲେ। ପ୍ରକୃତରେ ଏହା କେବଳ ଏକ ପାର୍ଶ୍ବ ପ୍ରତିକ୍ରିୟା ନୁହେଁ, ବରଂ ଆଇନାରେ ନିଜକୁ ଚିହ୍ନି ନ ପାରିବା ଭଳି ଏକ ବଡ଼ ଝଟ୍କା।
Bazar Kolkata: କାର୍ତ୍ତିକ ଆର୍ଯ୍ୟନ ବଜାର କୋଲକାତା ବ୍ରାଣ୍ଡ୍ ଆମ୍ବାସଡର୍
କେମୋଥେରାପି ଯୋଗଁୁ କେଶ ଝଡ଼େ କାହିଁକି?
କେମୋଥେରାପି ଦ୍ରୁତ ଗତିରେ ବଢୁଥିବା କୋଷିକାଗୁଡ଼ିକର ବୃଦ୍ଧିକୁ ରୋକିଥାଏ। ଫଳରେ କ୍ୟାନ୍ସର୍ କୋଷିକା ସହ କେଶ ଫଲିକଲ୍ କୋଷିକାଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଥାଏ। ଏହି କାରଣରୁ ଅନେକ କେମୋ ଔଷଧ କେଶର ପ୍ରାକୃତିକ ବୃଦ୍ଧିଚକ୍ରକୁ ରୋକିଦିଏ। ଫଳରେ କେଶ ପତଳା ହେବାକୁ ଲାଗେ ଓ ଧୀରେ ଧୀରେ ଏହା ସମ୍ପୂର୍ଣ୍ଣ ଝଡ଼ିଯାଏ। ଏହାର ପ୍ରଭାବ ଔଷଧ, ଡୋଜ୍ ଓ ରୋଗୀ ଉପରେ ନିର୍ଭର କରେ ଓ ମୁଣ୍ଡର କେଶ ବ୍ୟତୀତ ଆଇବ୍ରୋ, ଆଇଲାସେସ୍ ଓ ଶରୀରର ଅନ୍ୟ କେଶ ଉପରେ ମଧ୍ୟ ପଡ଼ିପାରେ।
ରୋଗୀମାନଙ୍କୁ ପୂର୍ବରୁ ହିଁ କହିଦିଆଯାଇଥାଏ ଯେ, କେମୋ ଥେରାପି ହେତୁ କେଶ ଝଡ଼ିବା, ସର୍ଜରିର ଦାଗ ରହିବା ଓ ଶରୀରର ଓଜନ ହ୍ରାସ ଭଳି ସମସ୍ୟା ହୋଇପାରେ। ସେହିପରି ତ୍ବଚା ଓ ନଖର ରୂପ ଅଲଗା ଦେଖାଯାଇପାରେ। ଚିକିତ୍ସା ସମୟରେ ଡାକ୍ତରଙ୍କ ଠାରୁ ଏସବୁ ଶୁଣିବା ସହଜ ଲାଗେ, କିନ୍ତୁ ଯେତେବେଳେ ଏହି ପରିବର୍ତ୍ତନଗୁଡ଼ିକ ନଜର ଆସେ, ସେତେବେଳର ଅନୁଭୂତି ସମ୍ପୂର୍ଣ୍ଣ ଅଲଗା ହୋଇଯାଏ। କେଶ ମୁହଁକୁ ଆକାର ଦେଇଥାଏ। ଏହା ସୌନ୍ଦର୍ଯ୍ୟ ଓ ପରିଚୟ ସହ ଜଡ଼ିତ। ଅନେକ ମହିଳା ନିଜ କେଶକୁ ନେଇ ବହୁତ ସଚେତନ। ସେଥିପାଇଁ କେଶ ଝଡ଼ିବା ମାନସିକ ସମସ୍ୟା ସୃଷ୍ଟି କରିଥାଏ। ଆମେରିକାନ୍ କ୍ୟାନ୍ସର୍ ସୋସାଇଟି ମଧ୍ୟ କେଶ ଝଡ଼ିବାକୁ କ୍ୟାନସର୍ ଚିକିତ୍ସାର ସବୁଠାରୁ ଦୃଶ୍ୟମାନ ପ୍ରଭାବ ଭାବେ ଗଣନା କରିଥାଏ।
Neglect: ପାହାଡ଼ ତଳ ଗାଁରେ ପ୍ରଳୟ ପରିସ୍ଥିତି; ନିରାଶ୍ରୟ, ଅସହାୟ ଅବସ୍ଥାରେ ୩୧ ପରିବାର
ଏହି ସମୟରେ ଅନେକ ମହିଳା ଆଇନାରେ ନିଜକୁ ଚିହ୍ନି ମଧ୍ୟ ପାରନ୍ତି ନାହିଁ। ନ୍ୟାସ୍ନାଲ୍ କ୍ୟାନ୍ସର୍ ଇନ୍ଷ୍ଟିଚ୍ୟୁଟ୍ ଅନୁଯାୟୀ, କେଶ ଝଡ଼ିବା ସହିତ ଲଜ୍ଜା, କ୍ରୋଧ ଓ ଅବସାଦ ପରି ଭାବନାଗୁଡ଼ିକ ମଧ୍ୟ ଜଡ଼ିତ ଥାଇପାରେ। ସମ୍ପର୍କ ଓ ଆତ୍ମବିଶ୍ବାସ ଉପରେ ମଧ୍ୟ ଏହା ପ୍ରଭାବ ପକାଏ। ସର୍ଜରି ଦାଗ, ସ୍ତନରେ ପରିବର୍ତ୍ତନ ଓ ଆତ୍ମବିଶ୍ବାସକୁ ପ୍ରଭାବିତ କରିପାରେ। ତେବେ ଆଶ୍ବସ୍ତିର ବିଷୟ ହେଲା, କେମୋ ସହ ଜଡ଼ିତ କେଶ ଝଡ଼ିବା ସାଧାରଣତଃ ଅସ୍ଥାୟୀ। ଚିକିତ୍ସା ଶେଷ ହେବା ପରେ କେଶ ପୁନର୍ବାର କଅଁଳିଥାଏ। କିନ୍ତୁ ମାନସିକତାର ପୁନରୁଦ୍ଧାର ଶରୀରର ପୁନରୁଦ୍ଧାର ଭଳି ଦ୍ରୁତ ହୋଇ ନଥାଏ। ଡାକ୍ତରଙ୍କ ଅନୁଯାୟୀ, କ୍ୟାନସର୍ ଚିକିତ୍ସାରେ ରୋଗୀର ସମଗ୍ର ବ୍ୟକ୍ତିତ୍ୱ ପ୍ରତି ଧ୍ୟାନ ଦିଆଯିବା ଉଚିତ। କେବଳ ଡାକ୍ତରୀ ପ୍ରଭାବ ନୁହେଁ, ବରଂ ରୂପରେ ହେଉଥିବା ପରିବର୍ତ୍ତନର ଭାବନାତ୍ମକ ପ୍ରଭାବ ପାଇଁ ମଧ୍ୟ ପ୍ରସ୍ତୁତ କରିବା ସେତିକି ଜରୁରି।

1 hour ago
1


