Woman Robbed ମହିଳାଙ୍କୁ ଲୁଟିଥିଲେ ଦୁର୍ବୃତ୍ତ, ଧରାପଡ଼ିଲେ ତିନି ଅଭିଯୁକ୍ତ

58 minutes ago 2
ARTICLE AD BOX

ରାଇରଙ୍ଗପୁର:  ରାଇରଙ୍ଗପୁର ମୁଖ୍ଯ ବସଷ୍ଟାଣ୍ଡ ପରିସରରେ ଗତକାଲି ପୂର୍ବାହ୍‌ଣରେ ଜଣେ ମହିଳାଙ୍କୁ ଲୁଟି ନେବା ଘଟଣାରେ ପୁଲିସ ଆଜି (ବୁଧବାର) ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

Arrest: ଭ୍ୟାନିଟି ଛିନ୍‌ତାଇ ଘଟଣାରୁ ମୋବାଇଲ୍‌ ଲୁଟ୍‌ର ପର୍ଦ୍ଦାଫାସ

ସୂଚନାନୁସାରେ, ଯଶିପୁର ଗ୍ରାମର ପାର୍ବତୀ ସାହୁ (୫୦) ଏକ ଚା ଦୋକାନରେ ଚା’ ପିଇ, ତାଙ୍କର ପୁଅକୁ ଅପେକ୍ଷା କରିଥିଲେ । ସେହି ସମୟରେ ତିନି ଜଣ ଲୁଟେରା ତାଙ୍କ ଠାରୁ ମନିପର୍ସ ଛଡ଼ାଇ ନେଇଯାଇଥିଳେ। ସେହି ପର୍ସରେ ୩୬୦୦ ଟଙ୍କା ଥିଲା । ପରେ ତାଙ୍କ ପୁଅ ତନ୍ମୟ ସାହୁ ରାଇରଙ୍ଗପୁର ଟାଉନ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ରାଇରଙ୍ଗପୁର ଟାଉନ ପୁଲିସ ନଂ ୨୬୨, ବିଏନ୍‌ଏସ୍‌ର ଧାରା ୩୦୯ (୪), ୩ (୫)ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। 

Rape: ମହୀଶୂରରେ ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଲୁଟ୍‌

ତିନିଜଣ ଅଭିଯୁକ୍ତ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଲେପ୍ରସି କଲୋନୀର ରହିତ ମୁଖୀ (୨୬), ରବି ବେହେରା (୨୦) ଓ ରାହୁଲ ବେହେରା (୧୯) । ରାଇରଙ୍ଗପୁର ଟାଉନ ପୁଲିସ ସେମାନଙ୍କୁ ଗିରଫ କରିଛି। ଏ ନେଇ ଆଜି ରାଇରଙ୍ଗପୁର ଟାଉନ ଥାନା ପରିସରରେ ଏସଡିପିଓ ବୀରେନ୍ଦ୍ର ସେନାପତିଙ୍କ ନେତୃତ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସେମାନଙ୍କ ଠାରୁ ଲୁଟ୍ ହୋଇଥିବା ଟଙ୍କା ଜବତ କରାଯାଇଛି। 
 ଉକ୍ତ ସମ୍ମିଳନୀରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ରଞ୍ଜନ ସେଠୀଙ୍କ ସହ ଅନ୍ଯାନ୍ଯ ପୋଲିସ ମାନେ ଯୋଗ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.