Woman body in suitcase: ପ୍ରେମିକ ପାଇଁ ସ୍ବାମୀଙ୍କୁ ଛାଡ଼ିଥିବା ମହିଳାଙ୍କ ମୃତଦେହ ସୁଟକେସ୍‌ରୁ ମିଳିଲା

2 hours ago 1
ARTICLE AD BOX

ନୂଆଦିଲ୍ଲୀ: ବିହାରର ନାୱଡ଼ା ଜିଲ୍ଲାରେ ଜଣେ ବିବାହିତା ମହିଳା ଗତ ୨ ବର୍ଷ ତଳେ ତାଙ୍କ ସ୍ବାମୀଙ୍କୁ ଛାଡ଼ି ପ୍ରେମିକ ସହ ଫେରାର୍‌ ହୋଇଯାଇଥିଲେ। ଏବେ ତାଙ୍କ ମୃତଦେହ ଏକ ସୁଟକେସ୍‌ରୁ ମିଳିଛି। ହତ୍ୟାର ଶିକାର ହୋଇଥିବା ଏହି ମହିଳାଙ୍କ ନାମ ଛୋଟି କୁମାରୀ। 

ପୁଲିସ ଏବେ ଉକ୍ତ ମହିଳାଙ୍କ ଲିଭ ଇନ୍‌ ପାର୍ଟନର ରିଶବ କୁମାରଙ୍କୁ ଖୋଜୁଛି। ଅପରାଧ ଘଟାଇ ସେ ଫେରାର୍‌ ହୋଇଯାଇଛି। ପୁଲିସ ଏବଂ ମହିଳାଙ୍କ ପରିବାର ସଦସ୍ୟଙ୍କ ଅନୁଯାୟୀ ଛୋଟି ବିବାହ କରିଥିଲେ ମଧ୍ୟ ରିଶବ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା ଏବଂ ୨ ବର୍ଷ ପୂର୍ବେ ସେ ନିଜ ସ୍ବାମୀକୁ ଛାଡ଼ି ରିଶବ ସହ ଫେରାର୍‌ ହୋଇଯାଇଥିଲେ। ପରିବାର ସଦସ୍ୟ ତାଙ୍କୁ ଅପହରଣ କରାଯାଇଥିବା ଏବଂ‌ ସେ ନିଖୋଜ ଥିବା ନେଇ ଏକ ଅଭିଯୋଗ କରିଥିଲେ। କିନ୍ତୁ ଛୋଟି କୁମାରୀ ଆଉ ଫେରିନଥିଲେ। ଉକ୍ତ ଦମ୍ପତି ଏହାପରେ ଦମନ ଯାଇ ସେଠାରେ ଏକ ଭଡ଼ା ଘରେ ରହିଥିଲେ। 

ତେବେ ଦମନ ପୁଲିସ ନିକଟରେ ଏକ ଟ୍ରଲି ବ୍ୟାଗ୍‌ରୁ ଜଣେ ମହିଳାଙ୍କ ମୃତଦେହ ପାଇବାପରେ ଖୋଳତାଡ଼ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ମୃତ ମହିଳା ଜଣଙ୍କ ହେଉଛନ୍ତି ନାୱଡ଼ାର ଛୋଟି କୁମାରୀ। ଏହା ପରେ ତାଙ୍କ ପରିବାର ସଦସ୍ୟଙ୍କୁ ଅବଗତ କରାଯାଇଥିଲା। ଛୋଟି କୁମାରୀଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ କୌଣସି ଘଟଣା ପାଇଁ ବିବାଦ ହେବାପରେ ରିଶବ ଛୋଟି କୁମାରୀଙ୍କୁ ହତ୍ୟା କରି ତାଙ୍କ ମର ଶରୀରକୁ ଏକ ସୁଟସେ୍‌ରେ ପୂରାଇ ଫୋପାଡ଼ି ଦେଇଛି। ଅଭିଯୁକ୍ତ ରିଶବ ଫେରାର ଥିବାରୁ ପୁଲିସ ଏ‌ବେ ତାକୁ ଖୋଜୁଛି।

ବିବାହିତା ମହିଳାଙ୍କ ଅର୍ଦ୍ଧ ଦଗ୍ଧ ଶବ ଉଦ୍ଧାର ଘଟଣା: ଯବାନକୁ ବାନ୍ଧିଲା ପୁଲିସ

Read Entire Article
LEFT SIDEBAR AD

Hidden in mobile, Best for skyscrapers.