Woman Attack Case: ମହିଳାଙ୍କୁ ପ୍ରା‌ଣାନ୍ତକ ଆକ୍ରମଣ ମାମଲା: ଦୋଷୀଙ୍କୁ ୩ ବର୍ଷ କାରାଦଣ୍ଡ

1 day ago 2
ARTICLE AD BOX

ଛତ୍ରପୁର (ବସନ୍ତ କୁମାର ମହାରଣା) :ଗଞ୍ଜାମଜିଲ୍ଲା  ଚମାଖଣ୍ଡି ଥାନା ନାରାୟଣପୁର ଗ୍ରାମର ୨୦୨୫ରେ ଜଣେ ମହିଳାଙ୍କୁ  ପ୍ରାଣାନ୍ତକ  ଆକ୍ରମଣ  ମାମଲାର ଚୂଡାନ୍ତ ରାୟ ଆଜି(ବୁଧବାର) ପ୍ରକାଶ ପାଇଛି । ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ସାମଲ ଏହି ମାମଲାର ବିଚାର କରି ଜଣେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର ଅଭିଯୁକ୍ତ ନାରାୟଣପୁର ଗ୍ରାମର ପ୍ରେମାନନ୍ଦ ପ୍ରଧାନଙ୍କୁ ୩ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । 

Knife Attack: ପ୍ୟାରିସରେ ‘ଆଲ୍ଲାଙ୍କ ଆଦେଶ’ କହି ୩ ମହିଳାଙ୍କୁ ଆକ୍ରମଣ କଲା ଯୁବକ
 ମାମଲାର ବିଚାରଣରୁ ପ୍ରକାଶ, ୨୦୨୫ ନଭେମ୍ବର ୯ ତାରିଖ ଭୋର ୫ ଟା ବେଳେ ନାରାୟଣପୁର ଗ୍ରାମର ଅଭିମନ୍ୟୁ ପ୍ରଧାନଙ୍କ ସ୍ତ୍ରୀ ସବିତା ପ୍ରଧାନ ରୋଷେଇ କରୁଥିବା ବେଳେ ତାଙ୍କ ବାରିପଟେ ଲାଟିନ ନିକଟରେ କିଛି ଶବ୍ଦ ଆସିଲା l ଏହାକୁ ନେଇ ସବିତା କିଏ କିଏ ପାଟି କରିଥିଲେ l କିନ୍ତୁ କୌଣସି ଉତ୍ତର ନ ମିଳିବାରୁ ଗାଳିଗୁଲଜ କରିଥିଲେ ଏହି ସମୟରେ ହଠାତ ସେହି ଗ୍ରାମର ପ୍ରେମାନନ୍ଦ ଏକ ଖଣ୍ଡାରେ ସବିତାକୁ ଆକ୍ରମଣ କରିଥିଲେ l ମୁଣ୍ଡକୁ ଆକ୍ରମଣ କରିଥିବା ବେଳେ ସବିତା ହାତ ଦେଖାଇଥିବା ନେଇ ହାତରେ ଖଣ୍ଡା ଚୋଟ ପଡିଥିଲା। ସେଠାରୁ ପ୍ରାଣ ବିକଳରେ ଧାଇଁ ଧାଇଁ ପୋଡ଼ଶୀ ଘରକୁ ପଳାଇଥିଲେ l ପରେ ଛତ୍ରପୁର ହସ୍ପିଟାଲରେ ସବିତା ଚିକିତ୍ସିତ ହୋଇ ଚମାଖଣ୍ଡି ଥାନାରେ ପ୍ରେମାନନ୍ଦ ବିରୋଧରେ ଅଭିଯୋଗ କରିଥିଲେ l 

Hotel Owner Arrested ମହିଳାଙ୍କୁ ଆକ୍ରମଣ କରି ହୋଟେଲ୍‌ ମାଲିକ ଗିରଫ
ଚମାଖଣ୍ଡି ଥାନା ପକ୍ଷରୁ ୫୧୨/୨୫ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୌର୍ଟ ଚାଲଣ କରିଥିଲେ l ଅଭିଯୁକ୍ତ ଜଣକ ୬ ମାସ ଜେଲ ପରେ ଜାମିନରେ ଆସିଥିଲେ l  ଏହାପରେ ୨୬୧ /୨୫ ମାମଲା କୋର୍ଟରେ ବିଚାରଧୀନ ଥିଲା । ମାନ୍ୟବର ଏଡିଜେ ପ୍ରଦୀପ କୁମାର ସାମଲ ୫ ଜଣଙ୍କ ସାକ୍ଷ୍ୟ, ପ୍ରମାଣକୁ ଆଧାର ୧୧୮(୧) ଦଫାର ବିଚାରଣା କରି ଅଭିଯୁକ୍ତ ପ୍ରେମାନନ୍ଦକୁ ଦୋଷୀ ସାବ୍ୟସ୍ତ କରିଥିଲେ ।  ସରକାରଙ୍କ ପକ୍ଷରୁ କ୍ୟାଡର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ନିହାର ରଞ୍ଜନ ଜେନା ମକଦ୍ଦମା ପରିଚାଳନା କରିଥିବା ବେଳେ ସରକାରୀ ଓକିଲ ପ୍ରଦୀପ କୁମାର ପାଢୀ ଓ ଗଙ୍ଗାଧର ପଣ୍ଡା ସହଯୋଗ କରିଥିଲେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.