ARTICLE AD BOX
ସୁନ୍ଦରଗଡ଼(ଡମ୍ବରୁଧର ନାୟକ): ସୁନ୍ଦରଗଡ଼ ବୁଡ଼ାବାହାଲ ଗାଁ ନିକଟସ୍ଥ ଜଙ୍ଗଲରେ ବାଘୁଆ ମହୁମାଛି ଆକ୍ରମଣ ଜଣେ ବିବାହିତ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳାଙ୍କ ସ୍ବାମୀଙ୍କ ସମେତ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
Bee Attack ବାଘୁଆ ମହୁମାଛି ଆକ୍ରମଣ: ରାଇରଙ୍ଗପୁରରେ ମହିଳା ମୃତ, ୨ ଗୁରୁତର
ସୂଚନାନୁସାରେ, ଆଜି(ରବିବାର) ସବୁଦିନ ଭଳି ସଦରଥାନା ମେଘଡେଗା ପଞ୍ଚାୟତ ବୁଡ଼ାବାହାଲ ଗାଁର ଗୁରୁବାରୀ ନାୟକ ଓ ତାଙ୍କ ସ୍ବାମୀ ଗାଈଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସାଥୀରେ ଅନ୍ୟଜଣେ ବ୍ୟକ୍ତି ମଧ୍ୟ ଥିଲେ। ଅପରାହ୍ଣରେ ଘରକୁ ଫେରିବା ବେଳେ ଗାଈଙ୍କ ଚଳପ୍ରଚଳରେ ଏକ ବୁଦାରୁ ବହୁଳ ପରିମାଣରେ ବାଘୁଆ ମହୁମାଛି ବାହାରି ସେମାନଙ୍କୁ ଘେରିଯାଇଥିଲେ। ପ୍ରାଣବିକଳରେ ତିନିହେଁ ଦୌଡ଼ିଥିଲେ, ତେବେ ଗୁରୁବାରୀ ତଳେ ପଡ଼ିଯାଇଥିଲେ। ମହୁମାଛି ତାଙ୍କୁ ଘେରିଯାଇଥିଲେ। ପରେ ସୂଚନା ପାଇଁ ଗାଁ ଲୋକ ସେଠାରେ ପହଞ୍ଚି ତିନିହେଁଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
Bee attack ମାଡ଼ିଆସିଲେ ହଜାର ହଜାର ମହୁମାଛି, ଆକ୍ରମଣରେ ମହିଳା ମୃତ, ୨୦ରୁ ଊର୍ଦ୍ଧ୍ବ ଆହତ
ସେଠାରେ ଡାକ୍ତର ଗୁରୁବାରୀଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ସୂଚନା ପାଇ ସ୍ଥାନୀୟ ପୁଲିସ ପହଞ୍ଚି ଗୁରୁବାରଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

6 hours ago
1


