Wild Animal Attacks ଜଙ୍ଗଲରୁ ଝପଟି ଆସିଲା ’ଜନ୍ତୁ’, ୪ ବର୍ଷର ଶିଶୁ କନ୍ୟାକୁ ଭିଡ଼ିନେ‌ଲା

1 hour ago 2
ARTICLE AD BOX

ମାଲକାନଗିରି:  ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଜନ୍ଦ୍ରାଗୁଡ଼ା ଗ୍ରାମରେ କୌଣସି ଅଜଣା ଜଙ୍ଗଲୀ ଜନ୍ତୁର ଆକ୍ରମଣରେ ଏକ ୪ବର୍ଷର ଶିଶୁକନ୍ୟା ଗୁରୁତର ଆହତ ହୋଇଛନ୍ତି। ଗାଁଲୋକ ଉକ୍ତ ଜନ୍ତୁକୁ ‘ବାଘ’ ବୋଲି କହିଛନ୍ତି। ତେବେ ବନ ବିଭ‌ାଗ ଏଯାଏଁ ଆକ୍ରମଣ କରିଥିବା ଜନ୍ତୁକୁ ବାଘ କିମ୍ବା ଅନ୍ୟ କିଛି ସ୍ପଷ୍ଟ କରିନାହିଁ। 

Wild Animal 'Kutura': ଶୁଖିଲା ପୋଖରୀ ପଙ୍କରେ ଫସିଥିବା ଜଙ୍ଗଲୀ ଜୀବ କୁଟୁରା ଉଦ୍ଧାର
ସୂଚନା ଅନୁଯାୟୀ ଆଜି (ସୋମବାର) ଅପରାହ୍ନରେ ଜନ୍ଦ୍ରାଗୁଡ଼ା ଗ୍ରାମର ଆଇତା ବେଟିଙ୍କ ଝିଅ ସରୋଜିନୀ (୪) ଘରେ ଖେଳୁଥିଲା। ଏହି ସମୟରେ ହଠାତ୍ ଏକ ବାଘ ଆସି ତାଙ୍କ ଉପରେ ଛପଟି ପଡ଼ିଥିଲା। ଶିଶୁଟିର ବେକକୁ ପାଟିରେ ଧରି ଟାଣି ନେଉଥିବା ବେଳେ ଶିଶୁ କନ୍ୟା ଚିତ୍କାର କରିଥିଲା। ଶିଶୁର ଚିତ୍କାର ଶୁଣି ପରିବାର ସଦସ୍ୟ ଓ ପାଖପୋଡ଼ଶୀ ଦୌଡ଼ି ଆସିଥିଲେ। ଲୋକଙ୍କ ପାଟିଶୁଣି ବାଘଟି ଶିଶୁ କନ୍ୟାକୁ ଛାଡ଼ି ଘଞ୍ଚଜଙ୍ଗଲ ମଧ୍ୟରେ ହଜିଯାଇଥିଲା। 

Wild Animals: ବାର୍‌ହା ଆକ୍ରମଣରେ ଦୁଇ ଜଣ ଆହତ, ଜଣେ ଗୁରୁତର
ସରୋଜିନୀର ବେକ, କାନ୍ଧ ଓ ପିଠିରେ ନଖ ଓ ଦାନ୍ତ ଦ୍ବାରା ଆଘାତ ଲାଗିଛି। ତାଙ୍କୁ ତୁରନ୍ତ ନେଇ ମାଥିଲି ଉପଖଣ୍ଡ ହସ୍‌ପିଟାଲ୍‌ରେ ଭିର୍ତ୍ତି କରିଥିଲେ। ଗାଁ ଲୋକ କହିଛନ୍ତି, ଶିଶୁଟି ପାଟି କରିନଥିଲେ ହୁଏତ ବାଘ ଟାଣି ନେଇ ମାରିଦେଇଥାନ୍ତା। 

Malkangiri tiger attack girl child injured

ଅନ୍ୟପକ୍ଷରେ, ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଶିଶୁଟିକୁ କେଉଁ ପ୍ରଜାତିର ବନ୍ୟପ୍ରାଣୀ ଆକ୍ରମଣ କରିଛି ତାହା ନିର୍ଣ୍ଣୟ ପାଇଁ ବନ ବିଭାଗ ପକ୍ଷରୁ ଅନୁସନ୍ଧାନ ଚାଲିଥିବା ସୂଚନା ମିଳିଛି। ଘଟଣା ପରେ ଜନ୍ଦ୍ରାଗୁଡ଼ା ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.