ARTICLE AD BOX
ନୂଆଦିଲ୍ଲୀ: ଆଜିକାଲି ହ୍ୱାଟ୍ସଆପ୍ କେବଳ ମେସେଜ୍ ପଠାଇବାର ଏକ ମାଧ୍ୟମ ହୋଇ ରହିନାହିଁ, ବରଂ ଏହା ଦୈନନ୍ଦିନ ଜୀବନ, ବ୍ୟବସାୟ ଓ ପାଠପଢ଼ା ପାଇଁ ଏକ ଅତ୍ୟାବଶ୍ୟକୀୟ ଆପ୍ ପାଲଟିଛି। ଏଭଳି ସ୍ଥିତିରେ ଯଦି ହଠାତ୍ ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ ବ୍ୟାନ୍ ହୋଇଯାଏ, ତେବେ ଆପଣ ବହୁତ ବଡ଼ ଅସୁବିଧାରେ ପଡ଼ିପାରନ୍ତି।
ବ୍ୟବହାରକାରୀଙ୍କ ସୁରକ୍ଷା ଓ ସ୍ପାମ୍ ରୋକିବା ପାଇଁ କମ୍ପାନୀ କଠୋର ନିୟମ ଆପଣାଉଛି। ଯଦି ଆପଣ ନିଜ ଆକାଉଣ୍ଟକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି, ତେବେ ନିମ୍ନଲିଖିତ ୪ଟି ଭୁଲ୍ କରିବାରୁ ଦୂରେଇ ରୁହନ୍ତୁ:
୧. ବହୁତ ଅଧିକ ସଂଖ୍ୟାରେ ମେସେଜ ଓ ଅଟୋମେସନ୍ର ବ୍ୟବହାର
ଯଦି ଆପଣ ଏକାସାଙ୍ଗରେ ଅନେକ ଲୋକଙ୍କୁ ପ୍ରଚାର କିମ୍ବା ଅନ୍ୟ କୌଣସି ବାର୍ତ୍ତା ପଠାଉଛନ୍ତି, ତେବେ ହ୍ୱାଟ୍ସଆପ୍ ଆପଣଙ୍କ ଆକାଉଣ୍ଟକୁ ସ୍ପାମ୍ ମନେକରି ବ୍ୟାନ୍ କରିପାରେ।
୨. ବିନା ଅନୁମତିରେ ଅନ୍ୟଙ୍କୁ ଗ୍ରୁପ୍ରେ ଯୋଡ଼ିବା
ଲୋକଙ୍କ ବିନା ଅନୁମତିରେ ସେମାନଙ୍କୁ କୌଣସି ଅଜଣା ଗ୍ରୁପ୍ରେ ଯୋଡ଼ିବା ହ୍ୱାଟ୍ସଆପ୍ର ନୀତି ନିୟମର ବିରୋଧୀ। ଯଦି ଅନେକ ବ୍ୟବହାରକାରୀ ଆପଣଙ୍କୁ 'ରିପୋର୍ଟ' କରନ୍ତି, ତେବେ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇପାରେ।
ଆହୁରି ପଢନ୍ତୁ: Minor Molestation Case ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର୍
୩. ତୃତୀୟ ପକ୍ଷ ଆପର ବ୍ୟବହାର
ଅନେକ ସମୟରେ ଲୋକେ ଜିବି ହ୍ଵାଟ୍ସଆପ, ହ୍ଵାଟ୍ସଆପ ପ୍ଲସ ଭଳି ନକଲି କିମ୍ବା ମୋଡିଫାଏଡ୍ ଆପ୍ ବ୍ୟବହାର କରିଥାନ୍ତି। ଏହିଭଳି ଅନଧିକୃତ ଆପ୍ ବ୍ୟବହାର କଲେ ହ୍ୱାଟ୍ସଆପ୍ ଆପଣଙ୍କ ନମ୍ବରକୁ ସ୍ଥାୟୀ ଭାବେ ବ୍ୟାନ୍ କରିଦିଏ।
୪. ଭ୍ରାନ୍ତ ଖବର, ଘୃଣାସୃଷ୍ଟିକାରୀ ଓ ଅଶ୍ଳୀଳ ବିଷୟବସ୍ତୁ ସେୟାର୍ କରିବା
ହ୍ୱାଟ୍ସଆପ୍ରେ କୌଣସି ପ୍ରକାରର ଗୁଜବ, ହିଂସା, ଘୃଣାସୃଷ୍ଟିକାରୀ ବାର୍ତ୍ତା କିମ୍ବା ବେଆଇନ କଣ୍ଟେଣ୍ଟ ସେୟାର୍ କରିବା ଦଣ୍ଡନୀୟ। ଏପରି କଲେ ଆକାଉଣ୍ଟ ବ୍ୟାନ୍ ହେବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିପାରେ।

3 days ago
5


