West Bengal politics: ‘ଗୋଟିଏ ହାତରେ ଜମାତ, ଅନ୍ୟ ହାତରେ ଦିମାଗୀ ନକ୍ସଲ’

49 minutes ago 1
ARTICLE AD BOX

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରସ୍ତାବିତ ଦିଲ୍ଲୀ ଗସ୍ତକୁ ନେଇ ମଙ୍ଗଳବାର ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ମମତା ବୁଧବାର ଦିଲ୍ଲୀରେ ଇଣ୍ଡିମେଣ୍ଟର ବୈଠକରେ ଯୋଗଦେବାକୁ ଯାଉଥିବା ବେଳେ ଶୁଭେନ୍ଦୁ ଅଭିଯୋଗ କରିଛନ୍ତି ଯେ ସେ ‘ଦିମାଗୀ ନକ୍ସଲ’ଙ୍କ ସହ ଯୋଜନା ପ୍ରସ୍ତୁତ କରିବାକୁ ଦିଲ୍ଲୀ ଯାଉଛନ୍ତି। ସେ ଦିଲ୍ଲୀ ପୁଲିସ ଓ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ମମତାଙ୍କ ଗସ୍ତ ଉପରେ ନଜର ରଖନ୍ତୁ ବୋଲି ମଧ୍ୟ କହିଛନ୍ତି।

ଶୁଭେନ୍ଦୁ କହିଛନ୍ତି, ମମତା ଗୋଟିଏ ହାତରେ ଜମାତ ଓ ଅନ୍ୟ ହାତରେ ‘ଦିମାଗୀ ନକ୍ସଲ’ଙ୍କୁ ଧରି ଆଗକୁ ବଢୁଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ମମତା ଏବେ ଏଭଳି ଗୋଷ୍ଠୀଙ୍କ ପରାମର୍ଶଦାତା ହୋଇଯାଇଛନ୍ତି। ମମତାଙ୍କ ଦିଲ୍ଲୀ ଗସ୍ତର ଉଦ୍ଦେଶ୍ୟ ହେଉଛି ଇଣ୍ଡିମେଣ୍ଟର ପ୍ରସ୍ତାବିତ ବୈଠକରେ ଯୋଗଦେବା।

Election Symbol: ମମତା ବାନାର୍ଜୀ ଓ ବିଦ୍ରୋହୀ ଗୋଷ୍ଠୀକୁ ଉପନିର୍ବାଚନ ପାଇଁ ନୂଆ ନାମ ଓ ଦଳୀୟ ଚିହ୍ନ ମିଳିଲା

ନିର୍ବାଚନ ପ୍ରକ୍ରିୟା ଓ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିରୋଧୀ ଦଳଗୁଡ଼ିକର ଅଭିଯୋଗ ଏହି ବୈଠକର ପ୍ରମୁଖ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଦିଲ୍ଲୀରେ ଏହି ବୈଠକ ହେବା ନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଆଲୋଚନା ଚାଲିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.