ARTICLE AD BOX
କେନ୍ଦ୍ରାପଡ଼ା: ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟଙ୍କ ଦୁର୍ବ୍ୟବହାର ଓ ଧମକ ପ୍ରତିବାଦରେ ଧୂମାତ ସେବାଶ୍ରମ ସ୍କୁଲ୍ର ସବୁ ପିଲା ସ୍କୁଲ୍ ଛାଡ଼ି ଘରକୁ ପଳାଇଛନ୍ତି। ଅଭିଭାବକମାନେ ମଙ୍ଗଳ ଅଧିକାରୀ ଶ୍ରୀ ରାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନିକିରାଇ ଥାନାରେ ଏତଲା ଦେଇଛନ୍ତି। ଜିଲ୍ଲାପାଳଙ୍କୁ ଲିଖିତ ଭାବେ ମଧୢ ଜଣାଇଛନ୍ତି। କିନ୍ତୁ ନା’ କାର୍ଯ୍ୟାନୁଷ୍ଠାନ ହେଉଛି ନା’ ପିଲାମାନେ ସ୍କୁଲ୍କୁ ଆସୁଛନ୍ତି। ଗଲା ଦୁଇ ସପ୍ତାହ ହେବ ଲାଗି ରହିଥିବା ଏଭଳି ଅଚଳାବସ୍ଥା ଭିତରେ ୧୪୫ପିଲାଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଗଲାଣି। ଏ ପ୍ରକାର ପରିସ୍ଥିତିରେ ଧୂମାତ ସେବାଶ୍ରମ ସ୍କୁଲ୍ ଆଉ କେତେ ଦିନ ପିଲାଶୂନ୍ୟ ହୋଇ ରହିବ ଏବ˚ ମଙ୍ଗଳ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନା ନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।
Felication: ରାଜ୍ୟପାଳଙ୍କ ଦ୍ବାରା ଆପ୍ଟିପ୍ଲସ୍ ସମ୍ମାନିତ
ଧୂମାତ ସେବାଶ୍ରମ ଖାଲି
କାର୍ଯ୍ୟାନୁଷ୍ଠାନ ଦାବିରେ ଅଟଳ ଅଭିଭାବକ
ଏସ୍ଏଚ୍ଜି ସହିତ ଚୁକ୍ତିନାମା ନ କରି ଅଧିକାରୀଙ୍କ ଆଦେଶ ଅବମାନନା କରିଥିବା ଅଭିଯୋଗରେ ଗତ ୩ ତାରିଖରେ ପ୍ରଧାନଶିକ୍ଷୟିତ୍ରୀ ରୋସ୍ନାବାଳା ମହାପାତ୍ରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ଏହାର ପ୍ରତିବାଦରେ ଗତ ୭ତାରିଖରେ ପିଲାମାନେ ଫାଟକ ବନ୍ଦ କରି ଧାରଣାରେ ବସିବା ସହ ପ୍ରଧାନଶିକ୍ଷୟିତ୍ରୀଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେବାକୁ ଦାବି କରିଥିଲେ। ପିଲା ଆନ୍ଦୋଳନ କରିବାର ଚାରିଦିନ ପରେ ଉପଜିଲ୍ଲାପାଳ ଏବ˚ ନିକିରାଇ ପୁଲିସକୁ ନେଇ ମଙ୍ଗଳ ଅଧିକାରୀ ସ୍କୁଲ୍ରେ ପହଞ୍ଚିଥିଲେ। ସେଠାରେ ଆନ୍ଦୋଳନରତ ପିଲାଙ୍କୁ ବୁଝାଇବା ପରିବର୍ତ୍ତେ ମଙ୍ଗଳ ଅଧିକାରୀ ଧମକାଇଥିବା ଅଭିଯୋଗ ହୋଇଥିଲା।
PM Surya Ghar: ପିଏମ୍ ସୂର୍ଯ୍ୟଘରରେ ଠକିଗଲେ ହିତାଧିକାରୀ
ପିଲାମାନେ ଜିଲ୍ଲାପାଳଙ୍କୁ ଭେଟିବାକୁ କହିବାରୁ ତୁମର ଔକାତ୍ ନାହିଁ ଜିଲ୍ଲାପାଳଙ୍କୁ ଭେଟିବାକୁ ବୋଲି ମଙ୍ଗଳ ଅଧିକାରୀ କହିଥିଲେ। ମଙ୍ଗଳ ଅଧିକାରୀଙ୍କ ଏପରି ଧମକ ଓ ଦୁର୍ବ୍ୟବହାର ଯୋଗୁଁ ପିଲାମାନେ କାନ୍ଦିଥିଲେ। ଏହି ଖବର ପାଇ ଅଭିଭାବକମାନେ ସ୍କୁଲ୍କୁ ଆସିବା ପରେ ପିଲାମାନେ ଘଟଣା ବିଷୟରେ ଜଣାଇବା ସହିତ ଘରକୁ ଯିବା ପାଇଁ ଜିଦ କରିଥିଲେ। ଗତ ୧୧ରୁ ୧୪ତାରିଖ ତିନିଦିନ ଭିତରେ ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ୧୪୫ପିଲା ସେମାନଙ୍କ ଅଭିଭାବକଙ୍କ ସହ ଘରକୁ ପଳାଇ ଯାଇଛନ୍ତି। କେନ୍ଦୁଝର ଜିଲ୍ଲାର ଅଭିଭାବକ ପେଲଙ୍ଗ ମୁଣ୍ଡା କହିଛନ୍ତି ଯେ ପିଲାଙ୍କ ସମସ୍ୟା ବିଷୟରେ ଫୋନ୍ କରି ପଚାରିବାରୁ ମଙ୍ଗଳ ଅଧିକାରୀ ‘ଇଚ୍ଛା ଅଛି ଯଦି ରଖ ନଚେତ୍ ପିଲାଙ୍କୁ ନେଇ ପଳାଅ’ ବୋଲି ଆମକୁ କହିଲେ। ତାଙ୍କ ବିରୋଧରେ ନିକିରାଇ ଥାନାରେ ଏତଲା ମଧୢ ଦେଇଛୁ। ମଙ୍ଗଳ ଅଧିକାରୀଙ୍କ ବିରୋଧରେ ଯେ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇନି, ସେ ପର୍ଯ୍ୟନ୍ତ ପିଲାଙ୍କୁ ଛାଡ଼ିବୁ ନାହିଁ। ଏହି ପ୍ରସଙ୍ଗରେ ସୋମବାର ଆଲୋଚନା କରିବାକୁ ସ୍କୁଲ୍କୁ ଯାଇଥିବା ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା କହିଛନ୍ତି, ସ୍କୁଲ୍କୁ ପିଲାଙ୍କୁ ଫେରାଇ ଆଣିବା ପାଇଁ ପ୍ରଧାନଶିକ୍ଷୟିତ୍ରୀ ଓ ମାଟ୍ରନ୍ଙ୍କ ସହିତ ଆଲୋଚନା କରାଯାଇଛି।

5 days ago
6


