ARTICLE AD BOX
ମେଷ- ରବି ଓ ସୋମବାର ନିଜ କାମରେ ଅଧିକ ପୁଞ୍ଜି ଲଗାଇ ପାରନ୍ତି। ମଙ୍ଗଳ ଓ ବୁଧବାର ଜମି ବା ଗାଡ଼ି କିଣାବିକା ହେବ। ଗୁରୁ ଓ ଶୁକ୍ରବାର ବନ୍ଧୁ ସହିତ ସମ୍ବନ୍ଧ ମଧୁର ହେବ। ଶନିବାର କାନୁନ ବିବାଦ ସମାଧାନ ହେବ।
ବୃଷ- ରବି ଓ ସୋମବାର ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ମଙ୍ଗଳ ଓ ବୁଧବାର ଚାକିରିଜୀବୀ ଭଲ ଖବର ପାଇବେ। ଗୁରୁ ଓ ଶୁକ୍ରବାର ସୁଖ ସଂପତ୍ତି ବୃଦ୍ଧି ହେବ। ଶନିବାର ଘରୋଇ ସମସ୍ୟାର ସମାଧାନ ବାହାରି ଯିବ।
ମିଥୁନ- ରବି ଓ ସୋମବାର ନୂଆ କାରବାରର ରୂପରେଖ ପ୍ରସ୍ତୁତ କରିବେ। ମଙ୍ଗଳ ଓ ବୁଧବାର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁ ଓ ଶୁକ୍ରବାର ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ। ଶନିବାର ଧନସଂପତ୍ତି ବୃଦ୍ଧି ହେବ।
କର୍କଟ- ରବି ଓ ସୋମବାର ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ମଙ୍ଗଳ ଓ ବୁଧବାର ଜୀବନରେ ଖୁସିର ଆଗମନ ହେବ। ଗୁରୁ ଓ ଶୁକ୍ରବାର ବଡ଼ ଦାୟିତ୍ବ ନିର୍ବାହ କରିବେ। ଶନିବାର ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ।
ସିଂହ- ରବି ଓ ସୋମବାର ରାଜନୀତିକ ସଂପର୍କରୁ ଲାଭ ପାଇବେ। ମଙ୍ଗଳ ଓ ବୁଧବାର ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ। ଗୁରୁ ଓ ଶୁକ୍ରବାର ଋଣ ଓ ରୋଗରୁ ମୁକ୍ତି ପାଇବେ। ଶନିବାର ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ।
କନ୍ୟା- ରବି ଓ ସୋମବାର ସ୍ଥଗିତ ଥିବା କାର୍ଯ୍ୟ ପୂରା ହେବ। ମଙ୍ଗଳ ଓ ବୁଧବାର ରାଜନୀତିକ ସହଯୋଗ ପାଇବେ। ଗୁରୁ ଓ ଶୁକ୍ରବାର ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶନିବାର ବ୍ୟକ୍ତିତ୍ବ ବିକାଶ ଲାଗି ଚେଷ୍ଟା କରିବେ।
ଆହୁରି ପଢ଼ନ୍ତୁ- Chatisgarh: ଝୀରମ୍ ଘାଟି ନକ୍ସଲ ଆକ୍ରମଣ ଘଟଣା: ୧୩ ବର୍ଷ ପରେ ସ୍ୱତନ୍ତ୍ର ଏନଆଇଏ କୋର୍ଟଙ୍କ ବଡ଼ ରାୟ, ୧୦ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
ତୁଳା- ରବି ଓ ସୋମବାର ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ମଙ୍ଗଳ ଓ ବୁଧବାର ପଦୋନ୍ନତି ଯୋଗ ରହିଛି। ଗୁରୁ ଓ ଶୁକ୍ରବାର ପାରିବାରିକ ଜୀବନ ସୁଖଦ ରହିବ। ଶନିବାର ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ବିଛା- ରବି ଓ ସୋମବାର ମାନସିକ ଅସ୍ଥିରତା ଲାଗି ରହିପାରେ। ମଙ୍ଗଳ ଓ ବୁଧବାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ଗୁରୁ ଓ ଶୁକ୍ରବାର ବିକାଶ କାର୍ଯ୍ୟର ଗତି ଦ୍ରୁତ ହେବ। ଶନିବାର ପ୍ରିୟଜନ ମିଳନ।
ଧନୁ- ରବି ଓ ସୋମବାର ବେପାରରେ ଅଧିକ ଲାଭ ହେବ। ମଙ୍ଗଳ ଓ ବୁଧବାର ପରିବାରରେ ବିଶୃଙ୍ଖଳା ବଢ଼ିପାରେ। ଗୁରୁ ଓ ଶୁକ୍ରବାର ଚାକିରିରେ ଦରମା ବୃଦ୍ଧି ଯୋଗ ଅଛି। ଶନିବାର ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।
ମକର- ରବି ଓ ସୋମବାର ଆଶାଠୁ ଅଧିକ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର ରାଜନୈତିକ କାର୍ଯ୍ୟରେ ସମୟ ଦେବେ। ଗୁରୁ ଓ ଶୁକ୍ରବାର ଆର୍ଥିକପକ୍ଷ ଦୁର୍ବଳ ହୋଇପାରେ। ଶନିବାର ଭାଗ୍ୟରେ ବୃଦ୍ଧି ହେବ।
କୁମ୍ଭ- ରବି ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ଲାଭର ଅବସର ପାଇବେ। ମଙ୍ଗଳ ଓ ବୁଧବାର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଗୁରୁ ଓ ଶୁକ୍ରବାର ବନ୍ଧୁ ଆପଣଙ୍କ ସହ ମିଶିବାକୁ ଆସିବେ। ଶନିବାର ଆର୍ଥିକ ସ୍ଥିତି ଦୁର୍ବଳ ହେବ।
ମୀନ- ରବି ଓ ସୋମବାର କାର୍ଯ୍ୟବ୍ୟସ୍ତତାରେ ରହିବେ। ମଙ୍ଗଳ ଓ ବୁଧବାର ମନରେ ଘୂରି ବୁଲୁଥିବା ଯୋଜନା ସଫଳ ହେବ। ଗୁରୁ ଓ ଶୁକ୍ରବାର ଲୋକପ୍ରିୟତା ବୃଦ୍ଧି ହେବ। ଶନିବାର ପ୍ରେମ ସମ୍ବନ୍ଧ ମଧୁର ହେବ।

1 hour ago
3


