Weekly Horoscope 2026 October 11 to 17‌: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

1 hour ago 1
ARTICLE AD BOX

ମେଷ: ରବି, ସୋମ ଓ ମଙ୍ଗଳବାର ପୂର୍ବରୁ କରିଥିବା ନିବେଶରୁ ଲାଭ ପାଇବେ। ବୁଧ ଓ ଗୁରୁବାର ଜୀବନସାଥୀ ସହିତ ମନୋମାଳିନ୍ୟ ହୋଇପାରେ। ଶୁକ୍ର ଓ ଶନିବାର ଭାବିଥିବା କାମ ପୂରା ହେବ।

Aries

ବୃଷ: ରବି, ସୋମ ଓ ମଙ୍ଗଳବାର ରଚନାତ୍ମକ କାର୍ଯ୍ୟରେ ସୁନାମ ଅର୍ଜନ କରିବେ। ବୁଧ ଓ ଗୁରୁବାର ଜୀବନସାଥୀ ସହିତ ଭଲ ସମୟ ଅତିବାହିତ କରିବେ। ଶୁକ୍ର ଓ ଶନିବାର କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ।

Taurus

ମିଥୁନ: ରବି, ସୋମ ଓ ମଙ୍ଗଳବାର ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ବୁଧ ଓ ଗୁରୁବାର କାମରେ ଏକାଗ୍ରତା ଭଙ୍ଗ କରନ୍ତୁନାହିଁ। ଶୁକ୍ର ଓ ଶନିବାର ଧୀଶକ୍ତି ବଳରେ ବିରୋଧୀମାନଙ୍କୁ ଦୂରେଇ ରଖିବେ।Gemini

କର୍କଟ: ରବି, ସୋମ ଓ ମଙ୍ଗଳବାର ପାରିବାରିକ ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହେବ। ବୁଧ ଓ ଗୁରୁବାର ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଆସିବ। ଶୁକ୍ର ଓ ଶନିବାର ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ।

Cancer
ସିଂହ: ରବି, ସୋମ ଓ ମଙ୍ଗଳବାର ନିଜ କାମରେ ଅଧିକ ପୁଞ୍ଜି ଲଗାଇପାରନ୍ତି। ବୁଧ ଓ ଗୁରୁବାର ଭାଗୀଦାରି କାରବାରରେ ସତର୍କତା ଅବଲମ୍ବନ କରନ୍ତୁ। ଶୁକ୍ର ଓ ଶନିବାର ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ।

Leo

କନ୍ୟା: ରବି, ସୋମ ଓ ମଙ୍ଗଳବାର କୌଣସି କାମ ପାଇଁ ମସ୍ତିଷ୍କରେ ବୁଦ୍ଧି ଆସିବ। ବୁଧ ଓ ଗୁରୁବାର କାରବାରରେ ଭାଇର ସହଯୋଗ ପାଇବେ। ଶୁକ୍ର ଓ ଶନିବାର ପ୍ରେମୀଯୁଗଳ ନିଜର ବିବାଦ ନିଜେ ସମାଧାନ କରନ୍ତୁ।

Virgo

ତୁଳା: ରବି, ସୋମ ଓ ମଙ୍ଗଳବାର ଆମଦାନି ବୃଦ୍ଧି ଲାଗି ଦିମାକରେ ଯୋଜନା ଆସିବ। ବୁଧ ଓ ଗୁରୁବାର ବାଣିଜ୍ୟ ଛାତ୍ରଛାତ୍ରୀ ଶିକ୍ଷକଙ୍କର ସହଯୋଗ ପାଇବେ। ଶୁକ୍ର ଓ ଶନିବାର ସାହିତ୍ୟ ସଙ୍ଗୀତରେ ରୁଚି ବଢ଼ିବ।

Libra

ବିଛା: ରବି, ସୋମ ଓ ମଙ୍ଗଳବାର ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ବୁଧ ଓ ଗୁରୁବାର ନୂଆ ବିଚାରରେ କାମ କରନ୍ତୁ ଲାଭ ହେବ। ଶୁକ୍ର ଓ ଶନିବାର ପରିବାର ଲୋକଙ୍କ ସହିତ ହସ ଖୁସିରେ ସମୟ ବିତିବ।

Scorpio

ଧନୁ: ରବି, ସୋମ ଓ ମଙ୍ଗଳବାର କୌଣସି ବ୍ୟକ୍ତିଙ୍କ ଠାରୁ ଆଶାଠୁ ଅଧିକ ଲାଭ ପାଇବେ। ବୁଧ ଓ ଗୁରୁବାର ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ ହୋଇପାରେ। ଶୁକ୍ର ଓ ଶନିବାର ଋଣ ଓ ରୋଗରୁ ମୁକ୍ତି ପାଇବେ।

Sagittarius

ମକର: ରବି, ସୋମ ଓ ମଙ୍ଗଳବାର ସଭାରେ ଆପଣଙ୍କ କଥାକୁ ଲୋକେ ଧ୍ୟାନଦେଇ ଶୁଣିବେ। ବୁଧ ଓ ଗୁରୁବାର ଉନ୍ନତି ପାଇଁ ନୂଆ ସାଧନ ପାଇବେ। ଶୁକ୍ର ଓ ଶନିବାର ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

Capricorn

କୁମ୍ଭ: ରବି, ସୋମ ଓ ମଙ୍ଗଳବାର ଆର୍ଥିକ ମାମଲାକୁ ନେଇ କୌଣସି ଯୋଜନା କରିବେ। ବୁଧ ଓ ଗୁରୁବାର ପାରିବାରିକ କାର୍ଯ୍ୟ ଲାଗି ଉପଯୁକ୍ତ ସମୟ। ଶୁକ୍ର ଓ ଶନିବାର ରାଜନୀତିକ ସଂପର୍କରୁ ଲାଭ ହେବ।

Aquarius

ମୀନ: ରବି, ସୋମ ଓ ମଙ୍ଗଳବାର ଭଲ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। ବୁଧ ଓ ଗୁରୁବାର ସରକାରୀ ଓ ସାମାଜିକ କାର୍ଯ୍ୟରେ ପ୍ରଗତି ହେବ। ଶୁକ୍ର ଓ ଶନିବାର କାରବାରରେ ଯଥେଷ୍ଟ ଲାଭ ପାଇବେ।

Aquarius

Read Entire Article
LEFT SIDEBAR AD

Hidden in mobile, Best for skyscrapers.