Good news: ଋଣୀ ହୋଇଗଲୁ , ଘଟର୍ଲା ଗ୍ରାମବାସୀ ଆମକୁ ଦେଲେ ନୂଆ ଜୀବନ

1 hour ago 1
ARTICLE AD BOX

ନବରଙ୍ଗପୁର (ସୁରେଶ ନାଇଡୁ): ବାତ୍ୟା ‘ଅର୍ଣ୍ଣବ’ରେ ନବରଙ୍ଗପୁର ସଦରବ୍ଲକର ୧୫ରୁ ଊର୍ଦ୍ଧ୍ବ ଗ୍ରାମ ଜଳବନ୍ଦୀ ହୋଇଥିଲା। ଇନ୍ଦ୍ରାବତୀ ଓ ଟୁରୀନଦୀ ପୁଲି କୂଳଖାଇ ଆମ୍ବଦଲା, ଢ଼େବରାଗୁଡା, ଡ଼ୁଡ୍ରିଗୁଡାଗାଁ ମଧ୍ୟକୁ ପଶି ଆସିଥିଲା। କିଛି ଜାଣିବା ପୂର୍ବରୁ ଏହି ତିନି ଗାଁ ମଧ୍ୟରେ ୮ଫୁଟର ପାଣି ଚାଳିଥିଲା। ନିଜର ଜୀବନକୁ ବାଜିରେ ଲଗାଇ କାଠ ଡଙ୍ଗାରେ ବହୁ ଲୋକେ ଗାଁରୁ ବାହାରିଥିଲେ। 

ତେବେ ଏହି ତିନି ଗାଁର ୩ହଜାର ଲୋକଙ୍କର ତିନି ଦିନର ଖାଇବା, ପିଇବା ଠାରୁ ଆରମ୍ଭ କରି ପିନ୍ଧିବାକୁ ଲୁଗାଯାଏଁ ଯୋଗାଇଥିଲେ କୋରାପୁଟ ଜିଲ୍ଲାର କୋଟପାଡ ବ୍ଲକର ବତାସନା ପଂଚାୟତର ଘଟର୍ଲା ଗ୍ରାମବାସୀ। ଇନ୍ଦ୍ରାବତୀ ନଦୀର ଅପରପାର୍ଶ୍ବରେ ଏବଂ କିଛି ଉଚ୍ଚାରେ ରହୁଥିବା ଘଟର୍ଲା ଗ୍ରାମବାସୀମାନେ ମାନବିକତା ଦେଖାଇଥିଲେ। ପଡୋଶୀ ଗାଁର ଲୋକେ ଜୀବନମରଣ ସ୍ଥିତିରେ ପଡିଥିବାରୁ ଘଟର୍ଲା ଗ୍ରାମବାସୀ ହାତକୁ ହାତ ମିଶାଇ ଏହି ତିନି ଗାଁର ଲୋକଙ୍କୁ ଉଦ୍ଧାର କରି ଗାଁର ସ୍କୁଲ ସହ ବିଭିନ୍ନ ଲୋକେ ନିଜ ନିଜ ଘରେ ନେଇ ଏହି ତିନ ଦିନ ଧରି ରଖିଥିଲେ। 

Salandi Canal: ଅଧାପନ୍ତରିଆ ସାଳନ୍ଦୀ କେନାଲ କାମ ପାଇଁ ଜଳବନ୍ଦୀ ୧୫ ପରିବାର, ଘରେ ପଶିଲା ପାଣି

କେବଳ ଏମାନଙ୍କୁ ନେଇଥିଲେ ତାହା ନୁହେଁ। ତା ସହ ପଶୁସମ୍ପଦ ଗାଈ, ମଇଁଷି, ଛେଳି, ମେଣ୍ଡି, କୁକୁଡା ଆଦିକୁ ବି ନେଇ ସୁରକ୍ଷିତ ଭାବେ ରଖିଥିଲେ। ତିନି ଦିନ ଧରି ଏହି ତିନି ଗାଁର ଲୋକଙ୍କୁ ସକାଳୁ ଜଳଖିଆ, ମଧ୍ୟାହ୍ନ ଓ ରାତ୍ରିଭୋଜନ ଯୋଗାଇବା ସହ ପିନ୍ଧିବା ଏବଂ ଶୋଇବା ପାଇଁ ଲୁଗା ଯୋଗାଇଥିଲେ ବୋଲି କହିଛନ୍ତି ଆମ୍ବଦଲାର ବିଶ୍ବନାଥ ମାଳି, ଚନ୍ଦ୍ର ଚଳାନ, ଢ଼େବରାଗୁଡାର ଡମ୍ବୁର ଭତ୍ରା, ନରେନ୍ଦ୍ର ଭତ୍ରା, ଲିଲି ଭତ୍ରା, କମଲୋଚନ ଗୌଡ, ଡୁଡ୍ରିଗୁଡାର କମଳା ଭତ୍ରା, ଧର୍ମା ଭତ୍ରା, କୁନ୍ତି ଭତ୍ରା, ମନଧର ମାଳି। ଏହି ତିନି ଦିନର ସେବା କରି ଘଟର୍ଲା ଗ୍ରାମବାସୀ ଆମକୁ ଜୀବନସାରାର ଋଣୀ କରି‌ଦେଲେ, ଆମେ ସାତଜନ୍ମ ନେଲେ ବି ସେମାନଙ୍କ ଋଣ ପରିଶୋଧ କରିପାରିବୁ ନାହିଁ ବୋଲି ଏମାନେ କହିଛନ୍ତି। 

ngp-gotrala (2)

ପ୍ରଶାସନ ପହଚିଂବା ପୂର୍ବରୁ ଏମାନେ ପହଚିଂ ସ୍ଥାନାନ୍ତରରେ ପ୍ରମୁଖତା ଦେଖାଇଥିଲେ। ଯଦିଓ ଦିନେ ସ୍କୁଲକୁ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ବର୍ମନ, ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ନବରଙ୍ଗପୁର ବିଡିଓ ସୁନିଲ ଖରା ଆସି ପଚାରି ବୁଝିକି ଯାଇଥିଲେ। ତେବେ ଘଟର୍ଲାବାସୀ ଜୀବନବଂଚାଇବା ସହ ଆଶ୍ବସନା ଦେଇଥିଲେ। ଏପରି ଅବେଳର ଗାଁଲୋକେ ହିଁ ପ୍ରକୃତ ସାଥୀ ବୋଲି ଏହି ତିନି ଗାଁର ପୁରୁଷ ଓ ମହିଳା ମାନେ ଆମ ପ୍ରତିନିଧିଙ୍କୁ କହିଛନ୍ତି। ଏମାନେ ଗାଁକୁ ଫେରିବା ବେଳେ ବି ସହଯୋଗ କରି ଗାଁରେ ଆଣି ଛାଡିବା ସହ ଭଙ୍ଗାଘରକୁ ସଜାଡିବା ଦିଗରେ ବି ଏହି ଘଟର୍ଲା ଗ୍ରାମବାସୀମାନେ ସହଯୋଗ କରିଥିବା ଭଙ୍ଗା ଘରେ ରହି କହିଛନ୍ତି ଏହି ତିନି ଗାଁର ଲୋକେ। ଯଦିଓ ଇନ୍ଦ୍ରାବତୀ ନଦୀ ଦୁଇ ଜିଲ୍ଲା ପାଇଁ ସୀମାରେଖା ଠାଣି ଦେଇଥିଲେ ହେଁ ଏହି ଚାରି ଗ୍ରାମବାସୀଙ୍କ ମଧ୍ୟରେ କିଛି ସୀମା ରେଖା ନାହିଁ। ପରସ୍ପର ପରସ୍ପର ପ୍ରତି ସ୍ନେହ, ମାନବିକତା ଓ ଅସହାୟ, ମାନସିକସ୍ତରରେ ଭାଙ୍ଗିପଡିଥିବା ବେଳେ ସହଯୋଗର ହାତ ବଢ଼ାଇବା ନୂଆ ଦିଗଦର୍ଶନ ଦେ‌ଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.