ARTICLE AD BOX
ମେଷ: ରବି ଓ ସୋମବାର ରଚନାତ୍ମକ କାର୍ଯ୍ୟରେ ସୁନାମ ଅର୍ଜନ କରିବେ। ମଙ୍ଗଳ, ବୁଧ ଓ ଗୁରୁବାର ସାମାଜିକ କାର୍ଯ୍ୟରେ ସକ୍ରିୟତା ବଢ଼ିବ। ଶୁକ୍ର ଓ ଶନିବାର ପରିଶ୍ରମ ଅନୁପାତରେ ଲାଭ କମ୍ ପାଇବେ।
ବୃଷ: ରବି ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ଲାଭର ଅବସର ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଶୁକ୍ର ଓ ଶନିବାର ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।
ମିଥୁନ: ରବି ଓ ସୋମବାର ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ମଙ୍ଗଳ, ବୁଧ ଓ ଗୁରୁବାର ଛାତ୍ରଛାତ୍ରୀଙ୍କର ଧ୍ୟାନ ପାଠପଢ଼ାରେ ଲାଗି ରହିବ। ଶୁକ୍ର ଓ ଶନିବାର କ୍ୟାରିୟର୍ ସମ୍ବନ୍ଧରେ ଭଲ ସୁଯୋଗ ପାଇବେ।
କର୍କଟ: ରବି ଓ ସୋମବାର କିଛି ଭଲ ଲୋକଙ୍କ ସହିତ ସାକ୍ଷାତ ହେବ। ମଙ୍ଗଳ, ବୁଧ ଓ ଗୁରୁବାର ଟଙ୍କାପଇସା ଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ। ଶୁକ୍ର ଓ ଶନିବାର ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ।
ସିଂହ: ରବି ଓ ସୋମବାର ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର ନିଜ କାମରେ ଅଧିକ ପୁଞ୍ଜି ଲଗାଇ ପାରନ୍ତି। ଶୁକ୍ର ଓ ଶନିବାର ଅନ୍ତରଙ୍ଗ ବନ୍ଧୁ ଠାରୁ ସାହାଯ୍ୟ ମିଳିବାର ସମ୍ଭାବନା।
କନ୍ୟା: ରବି ଓ ସୋମବାର ନୂଆ ଲୋକଙ୍କ ସହିତ ମିଶନ୍ତୁ, ଲାଭ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର କୌଣସି କାମ ପାଇଁ ମଗଜରେ ବୁଦ୍ଧି ଆସିବ। ଶୁକ୍ର ଓ ଶନିବାର କୋର୍ଟ-କଚେରି ମାମଲାରେ ସଫଳତା ପାଇବେ।
ତୁଳା: ରବି ଓ ସୋମବାର ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ। ମଙ୍ଗଳ, ବୁଧ ଓ ଗୁରୁବାର ଆମଦାନି ବୃଦ୍ଧି ଲାଗି ଯୋଜନା କରିେବ। ଶୁକ୍ର ଓ ଶନିବାର ସମାଜସେବାରୁ ଲାଭ ପାଇବେ।
ବିଛା: ରବି ଓ ସୋମବାର ରାଜନୀତିକ ଲୋକଙ୍କ ଲାଗି ସମୟ ଭଲ। ମଙ୍ଗଳ, ବୁଧ ଓ ଗୁରୁବାର ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ ହୋଇପାରେ। ଶୁକ୍ର ଓ ଶନିବାର ବ୍ୟକ୍ତିତ୍ବ ବିକାଶ ଲାଗି ଚେଷ୍ଟା କରିବେ।
ଧନୁ: ରବି ଓ ସୋମବାର ସଂପତ୍ତି ବୃଦ୍ଧି ଲାଗି ଯୋଜନା ସଫଳ ହେବ। ମଙ୍ଗଳ, ବୁଧ ଓ ଗୁରୁବାର ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ଶୁକ୍ର ଓ ଶନିବାର ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।
ମକର: ରବି ଓ ସୋମବାର ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ମଙ୍ଗଳ, ବୁଧ ଓ ଗୁରୁବାର ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ଶୁକ୍ର ଓ ଶନିବାର ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
କୁମ୍ଭ: ରବି ଓ ସୋମବାର ବିରୋଧୀମାନଙ୍କ ଗତିବିଧି ଉପରେ ନଜର ରଖନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର ବିଶେଷ କାମରେ ଅନ୍ୟ ଲୋକଙ୍କ ସହଯୋଗ ପାଇବେ। ଶୁକ୍ର ଓ ଶନିବାର ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
ମୀନ: ରବି ଓ ସୋମବାର ପ୍ରିୟଜନଙ୍କ ସହିତ ଲାଗି ରହିଥିବା ମନାନ୍ତର ଦୂର ହେବ। ମଙ୍ଗଳ, ବୁଧ ଓ ଗୁରୁବାର ଅଧିକ ପରିଶ୍ରମ କରିବେ, ଲାଭ କମ୍ ପାଇବେ। ଶୁକ୍ର ଓ ଶନିବାର ଧାର୍ମିକ କାର୍ଯ୍ୟରେ ସମୟ ଦେବେ।

4 hours ago
1


