ARTICLE AD BOX
ମେଷ: ରବିବାର ସ୍ବାସ୍ଥ୍ୟ ଭଲ ରହିବ। ସୋମ, ମଙ୍ଗଳ ଓ ବୁଧବାର ଘର ଓ ଅଫିସ୍ରେ ପରିବେଶ ପ୍ରସନ୍ନତାପୂର୍ଣ୍ଣ ରହିବ। ଗୁରୁ ଓ ଶୁକ୍ରବାର ବେପାରରେ ଲାଭ ହେବ। ଶନିବାର କ୍ୟାରିୟର୍କୁ ନେଇ ଲାଭ ମିଳିବ।
ବୃଷ: ରବିବାର କିଛି ଉପହାର ପାଇବେ। ସୋମ, ମଙ୍ଗଳ ଓ ବୁଧବାର ଚାକିରିଆଙ୍କୁ ମନ ଚାହୁଥିବା ଲାଭ ମିଳିବ। ଗୁରୁ ଓ ଶୁକ୍ରବାର କୌଣସି ରଚନାତ୍ମକ କାମ କରିବେ। ଶନିବାର ବ୍ୟବସାୟ ଲାଗି ଭଲ ସୁଯୋଗ ପାଇବେ।
ମିଥୁନ: ରବିବାର ସାଙ୍ଗମାନଙ୍କ ସହ ସମୟ ବିତିବ। ସୋମ, ମଙ୍ଗଳ ଓ ବୁଧବାର ପରିଶ୍ରମର ଅନୁରୂପ ଫଳ ପାଇବେ। ଗୁରୁ ଓ ଶୁକ୍ରବାର ନୂଆ ଉତ୍ସରେ ଧନପ୍ରାପ୍ତି ହୋଇପାରେ। ଶନିବାର ବଡ଼ଲୋକଙ୍କ ସହ ମିଳାମିଶା ବଢ଼ିବ।
କର୍କଟ: ରବିବାର ପାଖ ଲୋକଙ୍କଠାରୁ ଖୁସି ଖବର ପାଇବେ। ସୋମ, ମଙ୍ଗଳ ଓ ବୁଧବାର କାମ କରିବା ଲାଗି ମୁରବିଙ୍କର ଆଶୀର୍ବାଦ ନିଅନ୍ତୁ। ଗୁରୁ ଓ ଶୁକ୍ରବାର ସ୍ବାସ୍ଥ୍ୟ ଭଲ ରହିବ। ଶନିବାର ଆୟରେ ବୃଦ୍ଧି ହେବ।
ସିଂହ: ରବିବାର ବିତ୍ତୀୟ ମାମଲାରେ ଲାଭ ପାଇବେ। ସୋମ, ମଙ୍ଗଳ ଓ ବୁଧବାର ଉଚ୍ଚପଦବିକୁ ମନୋନୀତ ହୋଇପାରନ୍ତି। ଗୁରୁ ଓ ଶୁକ୍ରବାର ଅଫିସ୍ରେ ନୂଆ କାମ ହାତକୁ ନେବେ। ଶନିବାର ବେପାରରେ ଲାଭ ହେବ।
କନ୍ୟା: ରବିବାର ଜୀନସାଥୀ ସହ ସମ୍ବନ୍ଧ ପ୍ରଗାଢ଼ ହେବ। ସୋମ, ମଙ୍ଗଳ ଓ ବୁଧବାର ମନରେ ନୂଆ ନୂଆ ରଚନାତ୍ମକ ଭାବନା ଆସିବ। ଗୁରୁ ଓ ଶୁକ୍ରବାର ଧନଲାଭ ହେବାର ଆଶା। ଶନିବାର ଜମି ବିବାଦ ସମାପ୍ତ ହେବ।
ତୁଳା: ରବିବାର ବାଣୀ ଉପରେ ସଂଯମ ରଖନ୍ତୁ। ସୋମ, ମଙ୍ଗଳ ଓ ବୁଧବାର ଉନ୍ନତିର ନୂଆ ମାର୍ଗ ଖୋଲିବ। ଗୁରୁ ଓ ଶୁକ୍ରବାର କୌଣସି ଗୁପ୍ତ ରହସ୍ୟ ଜାଣିପାରିବେ। ଶନିବାର ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ।
ବିଛା: ରବିବାର ବକେୟା ଧନ ପାଇବେ। ସୋମ, ମଙ୍ଗଳ ଓ ବୁଧବାର ବ୍ୟବସାୟ ସଂପର୍କିତ ଅଶାନ୍ତି ଦୂର ହେବ। ଗୁରୁ ଓ ଶୁକ୍ରବାର ଜୀବନକୁ ସୁନ୍ଦର ଭାବେ ଜିଇଁବାକୁ ଚେଷ୍ଟା କରିବେ। ଶନିବାର ଫାଲ୍ତୁ କଥାଠାରୁ ଦୂରରେ ରୁହନ୍ତୁ।
ଧନୁ: ରବିବାର ଘରକୁ ବନ୍ଧୁ ଆସିପାରନ୍ତି। ସୋମ, ମଙ୍ଗଳ ଓ ବୁଧବାର ଭଲ ଉଦ୍ୟୋଗରେ ଚାକିରିର ସୁଯୋଗ ଆସିପାରେ। ଗୁରୁ ଓ ଶୁକ୍ରବାର ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ। ଶନିବାର ସବୁ ଚିନ୍ତା ଦୂରହେବ।
ମକର: ରବିବାର କାର୍ଯ୍ୟରେ ଭଲ ସଫଳତା ପାଇବେ। ସୋମ, ମଙ୍ଗଳ ଓ ବୁଧବାର ଅନ୍ୟମାନଙ୍କର ଉତ୍ସାହ ଦେଖି ଆପଣ ଉତ୍ସାହିତ ହେବେ। ଗୁରୁ ଓ ଶୁକ୍ରବାର ପ୍ରେମ ସମ୍ବନ୍ଧ ମଧୁର ହେବ। ଶନିବାର ମନ ଉଦାସ ରହିବ।
କୁମ୍ଭ: ରବିବାର କିଛି ନୂଆ କାମ କରିବେ। ସୋମ, ମଙ୍ଗଳ ଓ ବୁଧବାର ପାରିବାରିକ ସମ୍ବନ୍ଧରେ ମଧୁରତା ବଢ଼ିବ। ଗୁରୁ ଓ ଶୁକ୍ରବାର କୌଣସି କାମ କରିବା ଲାଗି ଅଧିକ ପରିଶ୍ରମ କରିବେ। ଶନିବାର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
ମୀନ: ରବିବାର କିଛି ଆଶା ପୂରଣ ହେବ। ସୋମ, ମଙ୍ଗଳ ଓ ବୁଧବାର ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଗୁରୁ ଓ ଶୁକ୍ରବାର ବେପାରରେ ଲାଭ ହେବ। ଶନିବାର ସୁଷମ ଖାଦ୍ୟ ଭୋଜନ କରନ୍ତୁ।

1 hour ago
1


