ARTICLE AD BOX
ମେଷ- ରବି ଓ ସୋମବାର ଭାବିଥିବା କାମ ପୂରା କରିପାରିବେ। ମଙ୍ଗଳ, ବୁଧ ଓ ଗୁରୁବାର ସଭାରେ ଆପଣଙ୍କ କଥାକୁ ଲୋକେ ଧ୍ୟାନ ଦେଇ ଶୁଣିବେ। ଶୁକ୍ର ଓ ଶନିବାର ଲାଗି ରହିଥିବା ବିବାଦ ସମାଧାନ ହୋଇଯିବ।
ବୃଷ- ରବି ଓ ସୋମବାର ଆର୍ଥିକ ପକ୍ଷ ଦୁର୍ବଳ ହୋଇପାରେ। ମଙ୍ଗଳ, ବୁଧ ଓ ଗୁରୁବାର ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ଶୁକ୍ର ଓ ଶନିବାର ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ଯୋଜନା କରିବେ।
ମିଥୁନ- ରବି ଓ ସୋମବାର ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର ଭଲ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। ଶୁକ୍ର ଓ ଶନିବାର ମହିଳା ଅଧିକାରୀଙ୍କ ଦ୍ବାରା ଲାଭ ପାଇବେ।
କର୍କଟ- ରବି ଓ ସୋମବାର ରଚନାତ୍ମକ କାର୍ଯ୍ୟରେ ସୁନାମ ଅର୍ଜନ କରିବେ। ମଙ୍ଗଳ, ବୁଧ ଓ ଗୁରୁବାର ରାଜନୈତିକ କାର୍ଯ୍ୟରେ ସମୟ ଦେବେ। ଶୁକ୍ର ଓ ଶନିବାର ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ହୋଇପାରେ।
ସିଂହ- ରବି ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ଲାଭର ଅବସର ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର କମ୍ ପରିଶ୍ରମରେ ଅଧିକ ଲାଭ ପାଇବେ। ଶୁକ୍ର ଓ ଶନିବାର ଧୀଶକ୍ତି ବଳରେ ବିରୋଧୀମାନଙ୍କୁ ଦୂରରେ ରଖିବେ।
କନ୍ୟା- ରବି ଓ ସୋମବାର ବାପାମାଆଙ୍କ ସହଯୋଗରେ ଆଗକୁ ବଢ଼ିବେ। ମଙ୍ଗଳ, ବୁଧ ଓ ଗୁରୁବାର କାମ ସଂପୂର୍ଣ୍ଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଶୁକ୍ର ଓ ଶନିବାର ଲୋକମାନଙ୍କ ସହଯୋଗ ପାଇବେ।
ଆହୁରି ପଢ଼ନ୍ତୁ- Store Lemons: ଫ୍ରିଜ୍ରେ ରଖିବା ପରେ ବି ଲେମ୍ବୁ ଶୁଖିଯାଉଛି କି? ଏପରି ରଖି ଦୀର୍ଘ ଦିନ ପର୍ଯ୍ୟନ୍ତ ତାଜା ରଖନ୍ତୁ...
ତୁଳା- ରବି ଓ ସୋମବାର ପାରିବାରିକ ଜୀବନ ସୁଖକର ହେବ। ମଙ୍ଗଳ, ବୁଧ ଓ ଗୁରୁବାର ଛାତ୍ରଛାତ୍ରୀ ନିଜ ଜ୍ଞାନର ଭଲ ପ୍ରଦର୍ଶନ ଦେବେ। ଶୁକ୍ର ଓ ଶନିବାର ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଆସିବ।
ବିଛା- ରବି ଓ ସୋମବାର କୌଣସି କାମ ପାଇଁ ଦିମାକରେ ବୁଦ୍ଧି ଆସିବ। ମଙ୍ଗଳ, ବୁଧ ଓ ଗୁରୁବାର ସାହିତ୍ୟ ପ୍ରତି ଅନୁରାଗ ବଢ଼ିବ। ଶୁକ୍ର ଓ ଶନିବାର ପାରିବାରିକ ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହେବ।
ଧନୁ- ରବି ଓ ସୋମବାର ଆମଦାନି ବୃଦ୍ଧି ଲାଗି ଦିମାକରେ ଯୋଜନା ଆସିବ। ମଙ୍ଗଳ, ବୁଧ ଓ ଗୁରୁବାର ବ୍ୟବସାୟରେ ନୂଆ ପ୍ରୟୋଗ କରି ସଫଳ ହେବେ। ଶୁକ୍ର ଓ ଶନିବାର ଧାର ଦେଇଥିବା ଅର୍ଥ ପାଇବେ।
ମକର- ରବି ଓ ସୋମବାର ଅର୍ଥର ଅଭାବ ଅନୁଭବ କରିପାରନ୍ତି। ମଙ୍ଗଳ, ବୁଧ ଓ ଗୁରୁବାର ପରିବାରରେ ଆନନ୍ଦ ଉଲ୍ଲାସ ରହିବ। ଶୁକ୍ର ଓ ଶନିବାର ଅଧିକାରୀବର୍ଗ ଆପଣଙ୍କ କାମର ପ୍ରଶଂସା କରିବେ।
କୁମ୍ଭ- ରବି ଓ ସୋମବାର ପୁଞ୍ଜି ନିବେଶ କରନ୍ତୁ ଲାଭଦାୟକ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର ପାରିବାରିକ ସମସ୍ୟାର ସମାଧାନ ବାହାରିବ। ଶୁକ୍ର ଓ ଶନିବାର ନୂଆ ଲୋକଙ୍କ ସହିତ ମିଶନ୍ତୁ ଲାଭ ପାଇବେ।
ମୀନ- ରବି ଓ ସୋମବାର ଚାକିରି ବ୍ୟବସାୟରେ ପ୍ରଗତି ହେବ। ମଙ୍ଗଳ, ବୁଧ ଓ ଗୁରୁବାର ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ଶୁକ୍ର ଓ ଶନିବାର ପ୍ରେମୀଯୁଗଳ ନିଜ ସାଥୀର ଭାବନାକୁ ବୁଝିବେ।

1 hour ago
2


