ARTICLE AD BOX
ମେଷ- ରବି ଓ ସୋମବାର ବ୍ୟବସାୟ କାମରେ ଅନୁକୂଳତା ରହିବ। ମଙ୍ଗଳ ଓ ବୁଧବାର ଆପଣଙ୍କ କାମର ପ୍ରଶଂସା ହେବ। ଗୁରୁ ଓ ଶୁକ୍ରବାର ଭଲ ଖବର ପାଇବେ। ଶନିବାର ସମାଜ କାମ ଲାଗି ପ୍ରସିଦ୍ଧି ବଢ଼ିବ।
ବୃଷ- ରବି ଓ ସୋମବାର ମସ୍ତିଷ୍କରେ ନୂଆ ନୂଆ ବିଚାର ଆସିବ। ମଙ୍ଗଳ ଓ ବୁଧବାର କାର୍ଯ୍ୟଭାର ବୃଦ୍ଧି ହୋଇପାରେ। ଗୁରୁ ଓ ଶୁକ୍ରବାର ବ୍ୟବସାୟରେ ସଫଳତା ପାଇବେ। ଶନିବାର ପୁରୁଣା ଚିନ୍ତା ସମାପ୍ତ ହେବ।
ମିଥୁନ- ରବି ଓ ସୋମବାର ପରିବାର ସହିତ ଖୁସି ବାଣ୍ଟିବେ। ମଙ୍ଗଳ ଓ ବୁଧବାର କ୍ୟାରିୟର୍ରେ ନୂଆ ଅବସର ଆସିବ। ଗୁରୁ ଓ ଶୁକ୍ରବାର କୌଣସି ସହକର୍ମୀଙ୍କ ସହ ବନ୍ଧୁତା ହେବ। ଶନିବାର ଆୟରେ ବୃଦ୍ଧି ହେବ।
କର୍କଟ- ରବି ଓ ସୋମବାର ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ମଙ୍ଗଳ ଓ ବୁଧବାର ନୂଆ ଶକ୍ତି ଅନୁଭବ କରିବେ। ଗୁରୁ ଓ ଶୁକ୍ରବାର ବ୍ୟବସାୟରେ ଲାଭ ହେବାର ସମ୍ଭାବନା। ଶନିବାର ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ।
ସିଂହ- ରବି ଓ ସୋମବାର ଆମଦାନିର ନୂଆ ସୁଯୋଗ ପାଇପାରନ୍ତି। ମଙ୍ଗଳ ଓ ବୁଧବାର ବୈବାହିକ ଜୀବନ ସୁଖମୟ ହେବ। ଗୁରୁ ଓ ଶୁକ୍ରବାର ସମାଜରେ ମାନସମ୍ମାନ ପାଇବେ। ଶନିବାର ଆର୍ଥିକ ସ୍ଥିତି ଭଲ ହେବ।
କନ୍ୟା- ରବି ଓ ସୋମବାର ଲୋକେ ଆପଣଙ୍କ ପ୍ରଶଂସା କରିବେ। ମଙ୍ଗଳ ଓ ବୁଧବାର ଉନ୍ନତି ସୁଯୋଗ ହାତଛଡ଼ା କରନ୍ତୁନାହିଁ। ଗୁରୁ ଓ ଶୁକ୍ରବାର ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ଶନିବାର ଆମଦାନି ବଢ଼ାଇବେ।
ଆହୁରି ପଢ଼ନ୍ତୁ- Sukhbir Badal: ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଦିନକ ପରେ ସୀମା ପୁନଃନିର୍ଦ୍ଧାରଣକୁ ସୁଖବୀର ବାଦଲଙ୍କ ସମର୍ଥନ
ତୁଳା- ରବି ଓ ସୋମବାର କୌଣସି କଥାକୁ ନେଇ ବହୁତ ଭାବିବେ। ମଙ୍ଗଳ ଓ ବୁଧବାର ବ୍ୟବସାୟରେ ବାପା ସହଯୋଗ କରିବେ। ଗୁରୁ ଓ ଶୁକ୍ରବାର ଉନ୍ନତିର ନୂଆ ରାସ୍ତା ପାଇବେ। ଶନିବାର ଅପବ୍ୟୟ ବଢ଼ିପାରେ।
ବିଛା- ରବି ଓ ସୋମବାର ସମ୍ବନ୍ଧରେ ମଧୁରତା ଆସିବ। ମଙ୍ଗଳ ଓ ବୁଧବାର ଇଷ୍ଟଦେବଙ୍କ ପ୍ରତି ଆସ୍ଥା ବଢ଼ିବ। ଗୁରୁ ଓ ଶୁକ୍ରବାର ସବୁ କାମ ସରଳତାପୂର୍ବକ ପୂରା ହେବ। ଶନିବାର ପାରିବାରିକ ଜୀବନ ଭଲ ରହିବ।
ଧନୁ- ରବି ଓ ସୋମବାର କୌଣସି କାମ ପୂରା ହୋଇଯିବ। ମଙ୍ଗଳ ଓ ବୁଧବାର କାମ କରିବା ନିୟମରେ ପରିବର୍ତ୍ତନ ଆଣିବେ। ଗୁରୁ ଓ ଶୁକ୍ରବାର ଅସହାୟଙ୍କୁ ସାହାଯ୍ୟ କରିବେ। ଶନିବାର ନିଜ ଉପରେ ଧ୍ୟାନ ଦିଅନ୍ତୁ।
ମକର- ରବି ଓ ସୋମବାର କାହାରି ସହିତ ତର୍କବିତର୍କ କରନ୍ତୁ ନାହିଁ। ମଙ୍ଗଳ ଓ ବୁଧବାର ଧୈର୍ଯ୍ୟଧରି କାମ କରନ୍ତୁ ଲାଭ ହେବ। ଗୁରୁ ଓ ଶୁକ୍ରବାର ନୂଆ ସୁଯୋଗ ପାଇବେ। ଶନିବାର ମନ ଶାନ୍ତ ରହିବ।
କୁମ୍ଭ- ରବି ଓ ସୋମବାର ବ୍ୟବହାର ମାର୍ଜିତ କରିବା ଲାଗି ଚେଷ୍ଟା କରିବେ। ମଙ୍ଗଳ ଓ ବୁଧବାର ବେପାରରେ ଉନ୍ନତି ହେବ। ଗୁରୁ ଓ ଶୁକ୍ରବାର ବନ୍ଧୁର ଭାବନାକୁ ବୁଝିବେ। ଶନିବାର କିଛି ଆଶା ପୂରଣ ହେବ।
ମୀନ- ରବି ଓ ସୋମବାର କଷ୍ଟ କାମରେ ହାର୍ ମାନିବେନି। ମଙ୍ଗଳ ଓ ବୁଧବାର ପରିବାରରେ ସୁଖଶାନ୍ତି ବଜାୟ ରହିବ। ଗୁରୁ ଓ ଶୁକ୍ରବାର ବ୍ୟବସାୟ ବୃଦ୍ଧି ହେବ। ଶନିବାର ପ୍ରୟାସରେ ଭଲ ପରିଣାମ ପାଇବେ।

1 hour ago
2


