We speak cuttack words: ‘ଆମେ କଟକିଆ: ଆମେ କହିବା କଟକ କଥା’ ପାଞ୍ଚ ପ୍ରସଙ୍ଗରେ ଶେଷଯାଏଁ ଲଢ଼ିବାକୁ ସମସ୍ତେ ସହମତ

1 hour ago 2
ARTICLE AD BOX

କଟକ: ଐତିହାସିକ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳୁ। କର୍ମବୀର ଗୌରୀଶଙ୍କର ରାୟଙ୍କ ନେତୃତ୍ବରେ ପ୍ରକାଶିତ ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ର ଦରଘାବଜାରସ୍ଥିତ ପ୍ରକାଶନୀ ସ୍ଥାନରେ ଏକ ମ୍ୟୁଜିୟମ୍‌ ନିର୍ମାଣ କରାଯାଉ। ଐତିହାସିକ ଗଡ଼ଖାଇର ତୁରନ୍ତ ପୁନରୁଦ୍ଧାର ହେଉ। ତାଳଦଣ୍ଡା କେନାଲ୍‌କୁ ପ୍ରଦୂଷଣମୁକ୍ତ କରାଯିବା ସହିତ କଟକ ସହରର ପରିବେଶ ସଜାଡ଼ିବା ଦିଗରେ ପଦକ୍ଷେପ ନିଆଯାଉ। ଏଭଳି ପ୍ରମୁଖ ପାଞ୍ଚଟି ପ୍ରସ୍ତାବରେ ଆଜି କଟକିଆମାନେ ଏକଜୁଟ ହୋଇ ସ୍ବର ଉଠାଇଛନ୍ତି। ଏହି ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଶେଷସ୍ତର ପର୍ଯ୍ୟନ୍ତ ଯିବା ପାଇଁ ସମସ୍ତେ ଏକମତ ହୋଇଛନ୍ତି।

Task Force: ପରୀକ୍ଷା ସଂସ୍କାର ପାଇଁ ନିଲେକାନିଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ

କଟକର ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆବାହକତ୍ବରେ ଆୟୋଜିତ ‘ଆମେ କଟକିଆ: ଆମେ କହିବା କଟକ କଥା’ କାର୍ଯ୍ୟକ୍ରମରେ ସହରର ବୁଦ୍ଧିଜୀବୀ, ବିଶିଷ୍ଟ ବ୍ୟକ୍ତି, ଦଳମତ ନିର୍ବିଶେଷରେ ନେତୃବୃନ୍ଦ ଏକାଠି ହୋଇ କଟକର ସ୍ବାର୍ଥ ପାଇଁ ସବୁ କଟକିଆ ଏକଜୁଟ୍‌ ହେବାକୁ ଆହ୍ବାନ ଦେଇଛନ୍ତି। ଏହି ଅବସରରେ  ସହରର ବିଭିନ୍ନ ସମସ୍ୟାର ତ୍ବରିତ ସମାଧାନ ପାଇଁ  ସ୍ବର ଉତ୍ତୋଳନ କରିବାକୁ ପୂର୍ବତନ ବିଧାୟକ ତଥା କଟକ ମହାନଗର ପୂଜା କମିଟିର ସମ୍ପାଦକ ପ୍ରଭାତ ତ୍ରିପାଠୀ, ଜଷ୍ଟିସ୍‌ ବି.ପି. ଦାସ ଓ ଜଷ୍ଟିସ୍‌ ମଦନମୋହନ ଦାସଙ୍କ ଆବାହକତ୍ବରେ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ‘ସମ୍ବାଦ’ କଟକ ସଂସ୍କରଣର ରୌପ୍ୟ ଜୟନ୍ତୀ ବର୍ଷ ପାଳନ ଅବସରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ବରୂପ ଆଜି ଅନୁଷ୍ଠିତ ‌ଏହି କାର୍ଯ୍ୟକ୍ରମରେ କଟକ ସହରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସଚେତନତା, ରାଜନୈତିକ ଇଚ୍ଛାଶକ୍ତି, କଟକିଆଙ୍କ ମଧ୍ୟରେ ଏକତା ରହିଲେ କଟକିଆ ଯାହା ଚାହିଁବେ ସରକାର ତାହା ମାନିବାକୁ ବାଧ୍ୟ ହେବେ ବୋଲି ମତ ପ୍ରକାଶ ପାଇଥିଲା।

ପ୍ରଭାତ ତ୍ରିପାଠୀ, ଜଷ୍ଟିସ୍‌ ବି.ପି. ଦାସ, ଜଷ୍ଟିସ୍‌ ମଦନମୋହନ ଦାସଙ୍କ ଆବାହକତ୍ବରେ ଗଠନ ହେବ କମିଟି

ଏଥିପାଇଁ ଏକ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀ, ଏମିତିକି ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପାଇଁ ମତପ୍ରକାଶ ପାଇଛି। ପ୍ରତ୍ୟେକ କଟକିଆଙ୍କ ଦ୍ବାରା ପୋଷ୍ଟକାର୍ଡ ମାଧ୍ୟମରେ ସେମାନଙ୍କ ଦାବିକୁ ସଂଗ୍ରହ କରାଯାଇ ସରକାରଙ୍କୁ ପଠାଇବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। କଟକିଆଙ୍କୁ ନେଇ ଏକ ସଚେତନନତା ଶୋଭାଯାତ୍ରା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଅନ୍ୟପଟେ ଆଜିର କାର୍ଯ୍ୟକ୍ରମରେ ନିଆଯାଇଥିବା ପ୍ରସ୍ତାବକୁ ସଫଳ କରିବା ପାଇଁ ‘ଏକ୍‌ କା ଦଶ’ ସୂତ୍ରରେ ପ୍ରତ୍ୟେକ ବ୍ୟକ୍ତି ଅତିକମ୍‌ରେ ୧୦ ଜଣଙ୍କୁ ଯୋଡ଼ିବା ପାଇଁ ସୌମ୍ୟରଂଜନ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଆଗକୁ ୭୨ ସଂକୀର୍ତ୍ତନ ମଣ୍ଡଳୀଙ୍କୁ ଏକାଠି କରି ଆଉ ଏକ ଆଲୋଚନାଚକ୍ର କରାଯିବାକୁ ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ। 

Horoscope 2026 July 27: ଜାଣନ୍ତୁ ଆଜିର ରାଶିଫଳ

କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ବକ୍ତବ୍ୟ ରଖି ସମ୍ବାଦ-କନକ ନ୍ୟୁଜ୍‌ର ସଂପାଦକ ତନୟା ପଟ୍ଟନାୟକ କହିଥିଲେ ଯେ ଏଭଳି ଏକ କାର୍ଯ୍ୟକ୍ରମରେ ସବୁ ବର୍ଗର କଟକିଆ ସାମିଲ ହୋଇ ଯେଉଁଭଳି ଆଶୀର୍ବାଦ ପ୍ରଦାନ କରିଛନ୍ତି ତାହା ଆମକୁ ଆଗକୁ ବଢ଼ିବାରେ ସହାୟକ ହେବ। ସମ୍ବାଦ-କନକ ନ୍ୟୁଜ୍‌ କଟକିଆମାନଙ୍କ ସ୍ବର ହେବାର ପ୍ରୟାସ କରିବ। ସମ୍ବାଦ-କନକ ନ୍ୟୁଜ୍‌ର ଡିଜିଏମ୍‌ ତଥା କଟକ ସଂସ୍କରଣ ମୁଖ୍ୟ କୃଷ୍ଣପ୍ରସାଦ ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଆୟୋଜନରେ ସେଣ୍ଟ ଜାଭିୟର୍ସ ଗ୍ରୁପ ଅଫ୍‌ ଇନ୍‌ଷ୍ଟିଚ୍ୟୁସନର ଅଧ୍ୟକ୍ଷ ଡକ୍ଟର ଜି.ଏସ୍. ପଟ୍ଟନାୟକ, ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଇଂଜିନିୟର ପ୍ରଭାକର ସ୍ବାଇଁ ସହଯୋଗ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.