Water proble: ପାଇପ ପାଣି ପାଇଁ ସଂଘର୍ଷ; ଘରକୁ ସଂଯୋଗ ସାତସପନ

43 minutes ago 1
ARTICLE AD BOX

ରାଉରକେଲା: ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ‘ଜଳ ଜୀବନ ମିସନ’ କାର୍ଯ୍ୟକାରୀ କରାଯାଉଛି। ତେବେ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଯୋଜନାର ସ୍ଥିତି ନୈରାଶ୍ୟଜନକ ରହିଛି। ଅବଧି ସରିଲାଣି, କିନ୍ତୁ ଜିଲ୍ଲାରେ ଏହି ଯୋଜନାର କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନି। ଜିଲ୍ଲାରେ ଯୋଜନାର ଅଗ୍ରଗତି ୮୧.୮୯%ରେ ସୀମିତ ରହିଛି। ପ୍ରଶାସନିକ ଅବହେଳା ଓ କାର୍ଯ୍ୟର ମନ୍ଥର ଗତି ଯୋଗୁ ସ୍ଥାନୀୟ ବାସିନ୍ଦା, ବିଶେଷକରି ଦୁର୍ଗମ ଅଞ୍ଚଳରେ ରହୁଥିବା ଆଦିବାସୀ ସମ୍ପ୍ରଦାୟର ଜନସାଧାରଣ ପ୍ରତିଦିନ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଜିଲ୍ଲାରେ ମୋଟ୍‌ ୩,୧୩,୬୪୩ ଟି ଗ୍ରାମୀଣ ପରିବାର ଅଛନ୍ତି। ବର୍ତ୍ତମାନ ସୁଦ୍ଧା ମାତ୍ର ୨,୫୬,୮୫୧ ପରିବାରକୁ ଟ୍ୟାପ୍ ଯୋଗେ ପାଣି ସଂଯୋଗ ଦିଆଯାଇଛି। ଅର୍ଥାତ୍‌, ୫୬,୭୯୨ଟି ପରିବାର ଏବେ ବି ଏହି ସୁବିଧାରୁ ବଞ୍ଚିତ ଅଛନ୍ତି। ୨୦୨୪ ସୁଦ୍ଧା ଶତପ୍ରତିଶତ କାର୍ଯ୍ୟ ସାରିବା ପାଇଁ ପୂର୍ବରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହି ଶିଳ୍ପ ଓ ଖଣି ପ୍ରଧାନ ଜିଲ୍ଲାରେ ଭିତ୍ତିଭୂମିର ଅଭାବ ଯୋଗୁ କାର୍ଯ୍ୟ ଶେଷ ହୋଇପାରିନାହିଁ। କେତେକ ଗାଁରେ କେବଳ ପାଇପ୍‌ ବିଛାଯାଇ କାମ ବନ୍ଦ ରହିଥିବାବେଳେ ପୁଣି କେଉଁଠି ଲୋକଙ୍କ ଘର ସମ୍ମୁଖରେ ଟ୍ୟାପ୍ ପୋତାଯାଇଛି ସତ, କିନ୍ତୁ ସେଥିରେ ପାଣି ଆସୁନାହିଁ। 

ରାଜ୍ୟର ସମସ୍ତ ପୌରପାଳିକାରେ ୨୦୨୭ ସୁଦ୍ଧା ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ

ଏହି ସମସ୍ୟା ଯୋଗୁ ଜିଲ୍ଲାର ବିଭିନ୍ନ ବ୍ଲକରେ ଲୋକେ ଚୁଆ, କୂଅ ଓ ଦୂଷିତ ନଦୀ ଜଳ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି;ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବଡ଼ ବିପଦ ସୃଷ୍ଟି କରୁଛି। ଏହି ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ବାକି ରହିଥିବା ପରିବାରଗୁଡ଼ିକୁ ଶୀଘ୍ର ସ୍ୱଚ୍ଛ ପାନୀୟ ଜଳ ଯୋଗାଇବାକୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.