Water Crisis: ସଂକଟରେ ଦକ୍ଷିଣ ଓ ପଶ୍ଚିମ ଭାରତ: ତାମିଲନାଡୁକୁ ଚେତାବନୀ

1 day ago 2
ARTICLE AD BOX

ମୁମ୍ବାଇ/ଚେନ୍ନାଇ:ଜଳବାୟୁ ପରିବର୍ତ୍ତନ ଓ ବୃଷ୍ଟିପାତର ଅଭାବ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ମରୁଡ଼ି ସମସ୍ୟା ଗମ୍ଭୀର ରୂପ ଧାରଣ କରିଛି। ଗୋଟିଏ ପଟେ ଦୀର୍ଘଦିନର ବର୍ଷା ଅଭାବ ଯୋଗୁଁ ମହାରାଷ୍ଟ୍ର ସରକାର ଶନିବାର ରାଜ୍ୟର ୩୫୮ ଟି ତହସିଲ୍ ମଧ୍ୟରୁ ୨୬୫ ଟି ତହସିଲକୁ ମରୁଡ଼ି ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ଅନ୍ୟପଟେ ୫୨ ବର୍ଷର ଏକ ଜଳବାୟୁ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି ଯେ ଦକ୍ଷିଣ ଭାରତରେ ମରୁଡ଼ି ପ୍ରଭାବିତ ଅଞ୍ଛଳ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯେଉଁଥିରେ ତାମିଲନାଡୁ ସବୁଠାରୁ ଅଧିକ ପ୍ରଭାବିତ କ୍ଷେତ୍ର ସାଜିଛି।

ମରୁଡ଼ି ବିଜ୍ଞପ୍ତି ଜାରି

ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ଏହି ସଙ୍କଟ ଯୋଗୁଁ ରାଜ୍ୟର ପ୍ରାୟ ତିନି-ଚତୁର୍ଥାଂଶ ଅଞ୍ଛଳ ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ବର୍ଷା ଅଭାବ ଥିବା ଅଞ୍ଚଳଗୁଡ଼ିକ ପରିଦର୍ଶନ କରିବା ପରେ ସରକାର ଏହି ମରୁଡ଼ି ବିଜ୍ଞପ୍ତି ଜାରି କରିଛନ୍ତି। କୃଷି କମିଶନରଙ୍କ ରିପୋର୍ଟ ଅନୁଯାୟୀ, ଜୁନ୍ ମାସରୁ ଲଗାତାର ୨୧ ଦିନରୁ ଅଧିକ ସମୟ ଧରି ବର୍ଷା ନହେବା ଯୋଗୁଁ ଏହି ୨୬୫ ଟି ତାଲୁକାରେ ଗମ୍ଭୀର ମରୁଡ଼ି ସ୍ଥିତି ଉପୁଜିଛି। ଏହି ଘୋଷଣା ପରେ ଚାଷୀଙ୍କ ପାଇଁ ଜମି ରାଜସ୍ୱ ଛାଡ଼, କୃଷି ଋଣର ପୁନର୍ଗଠନ ଏବଂ ଋଣ ଆଦାୟ ଉପରେ ସ୍ଥଗିତାଦେଶ ଭଳି ରିହାତି ବ୍ୟବସ୍ଥା ଲାଗୁ କରାଯାଇଛି। ଜିଲ୍ଲାପାଳମାନଙ୍କୁ ଜିପିଏସ୍ ଆଧାରିତ ଫଟୋଗ୍ରାଫ୍ ମାଧ୍ୟମରେ କ୍ଷତିଗ୍ରସ୍ତ ଫସଲର ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆକଳନ ଶେଷ ହେବା ପରେ କ୍ଷତିପୂରଣ ଆର୍ଥିକ ସହାୟତା ଘୋଷଣା କରାଯିବ।

Electric Shock: ଗଣେଶ ମଣ୍ଡପରେ ବିଦ୍ୟୁତ୍ ଆଘାତରେ ୪ ଜଣଙ୍କର ମୃତ୍ୟୁ, ୩ ଆହତ

ସେହିପରି ଦକ୍ଷିଣ ଭାରତର ସ୍ଥିତିକୁ ନେଇ ''ଇଣ୍ଟରନ୍ୟାସନାଲ ଜର୍ନାଲ ଅଫ୍ କ୍ଲାଇମେଟୋଲୋଜି''ରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ଯେ, ୧୯୭୧ ରୁ ୨୦୨୨ ମଧ୍ୟରେ କରାଯାଇଥିବା ଅଧ୍ୟୟନ ଅନୁଯାୟୀ ୨୦୦୦ ମସିହା ପରଠାରୁ ଦକ୍ଷିଣ ଭାରତରେ ମରୁଡ଼ି ବାରମ୍ବାର ଦେଖାଦେଉଛି। ଜାତୀୟ ମଧ୍ୟମ ଧରଣର ପାଣିପାଗ ପୂର୍ବାନୁମାନ କେନ୍ଦ୍ର (ଏନସିଏମଆରଡବ୍ଲ୍ୟୁଏଫ୍), ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଏବଂ ଆଟ୍ରିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଦ୍ୱାରା ହୋଇଥିବା ଏହି ଗବେଷଣା ଅନୁଯାୟୀ, ଗତ ୫୦ ବର୍ଷରେ ଅନ୍ୟ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ତୁଳନାରେ ମରୁଡ଼ି ସବୁଠାରୁ ଗମ୍ଭୀର ରୂପ ନେଇଛି। ବିଶେଷକରି ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ବିଫଳ ହେଲେ ଭୟଙ୍କର ସଙ୍କଟ ସୃଷ୍ଟି ହେଉଛି। ୨୦୧୬ରେ ବର୍ଷା ଅଭାବ ଯୋଗୁଁ ରାଜ୍ୟର ସମସ୍ତ ୩୨ ଟି ଜିଲ୍ଲାକୁ ମରୁଡ଼ି ଘୋଷଣା କରାଯାଇଥିଲା। ଏଲନିନୋ ପ୍ରଭାବ ଯୋଗୁଁ ୨୦୨୭ ପର୍ଯ୍ୟନ୍ତ ଜଳସଙ୍କଟ ଜାରି ରହିପାରେ ବୋଲି ପରାମର୍ଶଦାତା କମିଟି ସତର୍କ କରାଇଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି କମ୍ ଜଳ ଆବଶ୍ୟକ କରୁଥିବା, କମ୍ ଦିନରେ ଅମଳ ହେଉଥିବା ଏବଂ ମରୁଡ଼ି ସହିପାରୁଥିବା ଫସଲ ଚାଷ କରିବାକୁ କୃଷକମାନଙ୍କୁ ପରାମର୍ଶ ଦିଆଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.