ARTICLE AD BOX
ବାଙ୍କୀ: ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ମହାନଦୀରେ ପୁଣି ବଢ଼ିଛି ବନ୍ୟାଜଳ। ଚଳିତ ବର୍ଷ ମହାନଦୀରେ ଏହା ଚତୁର୍ଥ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବାଙ୍କୀର ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ ଆଶଙ୍କା ବଢ଼ିଛି। ମୁଣ୍ଡଳୀରେ ଏବେ ୭ ଲକ୍ଷ ୫୨ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି। ଏପଟେ ହୀରାକୁଦରେ ୨୮ଟି ଗେଟ୍ ଖୋଲାଯାଇଥିବାରୁ ବାଙ୍କୀ ଅଞ୍ଚଳରେ ବନ୍ୟା ଆଶଙ୍କା ଆହୁରି ବଢ଼ିଛି।
ତଳିଆ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି
ବନ୍ୟାଜଳ ଆସିଲେ ବାଙ୍କୀ ବ୍ଲକର ୪ଟି ଓ ଡମପଡ଼ା ବ୍ଲକର ୫ଟି ପଞ୍ଚାୟତ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି। ବିଲିପଡ଼ା ତାଳବସ୍ତ ରାସ୍ତାରେ ୧ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ କଇଁଆ ନାଳ ଉପରେ ୨ ଫୁଟରେ ବନ୍ୟାଜଳ ପ୍ରବାହିତ ହେଉଛି। ସେପଟେ ସୁବର୍ଣ୍ଣପୁର -ରତାଗଡ଼ ରାସ୍ତାର ହୁଳୁହୁଳା ପୋଲ ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ଏପଟେ ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହେବା ନେଇ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ବନ୍ୟାଜଳର ଗତିବିଧି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ତଳିଆ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି।
Schools Closed: ଭଦ୍ରକର ୩୪୧ ଓ ଯାଜପୁର ଜିଲ୍ଲାର ୯୧ ସ୍କୁଲ୍ ଆଜି ବନ୍ଦ ରହିବ

52 minutes ago
1

