ARTICLE AD BOX
ତେଲ ଅଭିଭ: ନୂତନ ସରକାର ଗଠନ ପୂର୍ବରୁ ଇସ୍ରାଏଲରେ ରାଜନୀତି ସରଗରମ ହେବାରେ ଲାଗିଛି। ୟାଶାର ଦଳର ନେତା ଏମକେ ଗାଦି ଆଇଜେନକୋଟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଏକ ଚିଠି ଲେଖି ନୂତନ ସରକାର ଗଠନ ନହେବା ପର୍ଯ୍ୟନ୍ତ ଇରାନ ଉପରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନକରିବାକୁ ଚେତାବନୀ ଦେଇଛନ୍ତି। ଅଯଥା ସାମରିକ କାର୍ଯ୍ୟାନୁଷ୍ଠାନ ଏଡାଇବାକୁ କାମଚଳା ସରକାରଙ୍କୁ ଅନୁରୋଧ କରିଛନ୍ତି।ନୂତନ ସରକାର ଗଠନ ନହେବା ପର୍ଯ୍ୟନ୍ତ ସୁରକ୍ଷା ଏବଂ ଜାତୀୟ ପ୍ରସଙ୍ଗରେ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ସେ ନେତାନ୍ୟାହୁଙ୍କୁ ଅନୁରୋଧ କରିଛନ୍ତି।
ନେତାନ୍ୟାହୁ ଇରାନ ଉପରେ ଆଉ ଏକ ଆକ୍ରମଣ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚାପ ପକାଉଥିବା ନେଇ ଅନେକ ରିପୋର୍ଟ ଦାବି କରୁଥିବା ବେଳେ ଆଇଜେନକୋଟ ଏଭଳି ଆବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କଠାରୁ ନିୟମିତ ସୁରକ୍ଷା ସୂଚନା ପାଇବା ନିଶ୍ଚିତ କରିବା ପାଇଁ ନେତାନ୍ୟାହୁଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ଇସ୍ରାଏଲୀ ଆଟର୍ଣ୍ଣି ଜେନେରାଲ ଗାଲି ବାହାରାଭ-ମିଆରାକୁ ମଧ୍ୟ ସେ ନିବେଦନ କରିଛନ୍ତି। ତେବେ ନେତାନ୍ୟାହୁଙ୍କ ସୁରକ୍ଷା କ୍ୟାବିନେଟ ବୁଧବାର ଦିନ ଇରାନ ଉପରେ ସମ୍ଭାବ୍ୟ ନୂତନ ଆକ୍ରମଣ ପାଇଁ ପ୍ରସ୍ତୁତ ହେବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି।
ପୁଣି ଯୁଦ୍ଧ ହେବାର ଆଶଙ୍କା
ଇସ୍ରାଏଲୀ ପବ୍ଲିକ୍ ବ୍ରଡକାଷ୍ଟର କେଏଏନ ରିପୋର୍ଟ କରିଛି ଯେ, ସୁରକ୍ଷା କ୍ୟାବିନେଟ୍ ଦ୍ୱାରା ଇସ୍ରାଏଲୀ ସେନା ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ସେନାକୁ ଏପରି କାର୍ଯ୍ୟକଳାପ କରିବାକୁ ପ୍ରେରଣା ଦେଇପାରେ ଯାହା ଯୋଗୁଁ ପୁଣି ଯୁଦ୍ଧ ହେବାର ଆଶଙ୍କା ରହିଛି। ଚଳିତ ମାସରେ ଇସ୍ରାଏଲୀ ଗଣମାଧ୍ୟମ ଏନ-୧୨ର ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ, ନେତାନ୍ୟାହୁ ଏବଂ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଇୟାଲ ଜମିରଙ୍କ ମଧ୍ୟରେ ଇରାନ ଉପରେ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ମତଭେଦ ଥିଲା। ନେତାନ୍ୟାହୁ ଇରାନ ଉପରେ ଆକ୍ରମଣ କରିବାକୁ ଚାହୁଁଥିଲେ, କିନ୍ତୁ ଏକ ନୂତନ ସରକାର ଗଠନ ନହେବା ପର୍ଯ୍ୟନ୍ତ ପ୍ରତିରକ୍ଷା ବାହିନୀ ମୁଖ୍ୟ ଏପରି କରିବାକୁ ମନା କରିଥିଲେ।
Terrorist Attack: ନିଖୋଜ ୨ଏସ୍ପିଓଙ୍କ ମୃତଦେହ ଘଞ୍ଚ ଜଙ୍ଗଲ ଭିତରୁ ଉଦ୍ଧାର
ଆଇଜେନକୋଟଙ୍କ ଚିଠିରେ ଲେଖିଛନ୍ତି, ମୁଁ ଦାବି କରୁଛି ଯେ, ଆପଣ ଏଭଳି ସମ୍ବେଦନଶୀଳ ସମୟରେ ଜାତୀୟ ଦାୟିତ୍ୱ ସହ କାର୍ଯ୍ୟ କରନ୍ତୁ। ଏକ ନୂତନ ସରକାର ନେସେଟ୍ରେ ଶପଥ ଗ୍ରହଣ ନନେବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇପାରୁଥିବା ବିପଦପୂର୍ଣ୍ଣ ପଦକ୍ଷେପ ବିଷୟରେ ସଂଯମ ଏବଂ ସତର୍କତା ଅବଲମ୍ବନ କରନ୍ତୁ। ସରକାରୀ ପ୍ରତିଷ୍ଠାନ ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଉପରେ ଜନସାଧାରଣଙ୍କ ବିଶ୍ୱାସରେ ଆଘାତ କରନ୍ତୁ ନାହିଁ।

1 hour ago
2


