Vrindavan: ମଥୁରା-ବୃନ୍ଦାବନ ଯିବାକୁ ଯୋଜନା କରୁଥିଲେ ଏହି ୮ଟି କଥା ଉପରେ ଧ୍ୟାନ ଦିଅନ୍ତୁ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଯଦି ଆପଣ ମଥୁରା-ବୃନ୍ଦାବନ ଯିବା ପାଇଁ ଯୋଜନାକରୁଛନ୍ତି, ତେବେ ଯାତ୍ରା ସମୟରେ ଅସୁବିଧାରୁ ବଞ୍ଚିବା ପାଇଁ ଏହି ୮ଟି ଗୁରୁତ୍ୱପୂର୍ଣ୍ଣ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ |
ବୃନ୍ଦାବନ ଯାତ୍ରା ସମୟରେ ଧ୍ୟାନ ଦେବାକୁ ଥିବା ୮ଟି ମୁଖ୍ୟ ଟିପ୍ସ:

ମନ୍ଦିରରେ ଠେଲାପେଲା କରନ୍ତୁ ନାହିଁ
ମଥୁରା-ବୃନ୍ଦାବନର ପ୍ରମୁଖ ମନ୍ଦିରଗୁଡ଼ିକରେ ଅତ୍ୟଧିକଭିଡ଼ ହୋଇଥାଏ। ଦର୍ଶନ ପାଇଁ ଲାଇନ୍‌ରେ ଶାନ୍ତ ଭାବେ ଠିଆ ହୁଅନ୍ତୁ ଏବଂ ସୁରକ୍ଷାକର୍ମୀଙ୍କ ନିର୍ଦ୍ଦେଶ ମାନନ୍ତୁ।

ଆହୁରି ପଢନ୍ତୁ :Arrest: ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ ପରେ ଦଳିତ ନାବାଳିକା ଆନ୍ଦୋଳନକାରୀଙ୍କ ଘର ଉପରକୁ ପଥରମାଡ଼ ଅଭିଯୋଗ

ମାଙ୍କଡ଼ଙ୍କ ସାମ୍ନାରେ ଜିନିଷ ଦେଖାନ୍ତୁ ନାହିଁ
ସେଠାକାର ମାଙ୍କଡ଼ମାନେ ମୋବାଇଲ୍, ଚଷମା, ଖାଦ୍ୟ ଓ ପ୍ରସାଦ ଛଡ଼ାଇ ନିଅନ୍ତି। ଏସବୁ ଜିନିଷକୁ ବ୍ୟାଗ୍ ଭିତରେ ସୁରକ୍ଷିତ ରଖନ୍ତୁ ଏବଂ ମାଙ୍କଡ଼ଙ୍କଠାରୁ ଦୂରତା ବଜାୟ ରଖନ୍ତୁ।

ଆହୁରି ପଢନ୍ତୁ :Allegation: ଜେଲ୍‌ରେ ମାରିଦେଲେ ସ୍ୱାମୀଙ୍କୁ! ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ; ସ୍ତ୍ରୀଙ୍କ ଗୁରୁତର ଅଭିଯୋଗ

ଦାମୀ ଜିନିଷ ଏବଂ ଅଧିକ ନଗଦ ଟଙ୍କା ନିଅନ୍ତୁ ନାହିଁ
ଭିଡ଼ ଭିତରେ ମୋବାଇଲ୍, ୱାଲେଟ୍ ଓ ଅନ୍ୟାନ୍ୟ ମୂଲ୍ୟବାନ୍ ସାମଗ୍ରୀ ଚୋରି ହେବାର ଭୟ ଥାଏ। ତେଣୁ ଆବଶ୍ୟକତାଠାରୁ ଅଧିକ ନଗଦ ଟଙ୍କା ପାଖରେ ରଖନ୍ତୁ ନାହିଁ।

ମନ୍ଦିରର ନିୟମ ଭାଙ୍ଗନ୍ତୁ ନାହିଁ
କେତେକ ମନ୍ଦିରରେ ଫଟୋଗ୍ରାଫି କିମ୍ବା ମୋବାଇଲ୍ ନେବା ମନା ଥାଏ। ମନ୍ଦିର ପ୍ରଶାସନର ନିୟମ ଏବଂ ଧାର୍ମିକ ପବିତ୍ରତାକୁ ସମ୍ମାନ ଦିଅନ୍ତୁ।

ଆହୁରି ପଢନ୍ତୁ :Tech sector: ଟେକ୍ ସେକ୍ଟରରେ ପୁଣି ଛଟେଇ: ଓରାକଲରୁ ୩,୦୦୦ କର୍ମଚାରୀ ବିଦା ହେବା ଆଶଙ୍କା

ଅଜଣା ଲୋକଙ୍କ ଉପରେ ଶୀଘ୍ର ବିଶ୍ୱାସ କରନ୍ତୁ ନାହିଁ
ଶୀଘ୍ର ଦର୍ଶନ କରାଇଦେବା କିମ୍ବା ପୂଜା ପାଠ କରାଇଦେବା ନାଁରେ କିଛି ଲୋକ ଟଙ୍କା ଠକିବାକୁ ଚେଷ୍ଟା କରନ୍ତି। କୌଣସି ସେବା ପାଇଁ ଟଙ୍କା ଦେବା ପୂର୍ବରୁ ସଠିକ୍ ତଥ୍ୟ ଯାଞ୍ଚ କରିନିଅନ୍ତୁ।

ଖାଦ୍ୟପେୟ ଏବଂ ବିଶୁଦ୍ଧ ଜଳ ପ୍ରତି ଧ୍ୟାନ ଦିଅନ୍ତୁ
ରାସ୍ତାକଡ଼ରେ ବହୁ ସମୟ ଧରି ଖୋଲା ଥିବା ଖାଦ୍ୟ ଖାଆନ୍ତୁ ନାହିଁ। ନିଜ ସହିତ ବିଶୁଦ୍ଧ ପାନୀୟ ଜଳ ବୋତଲ ରଖନ୍ତୁ, ଯାହା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହେବାର ଆଶଙ୍କା ରହିବ ନାହିଁ।

ଆହୁରି ପଢନ୍ତୁ :Army Operation: ମଣିପୁରରେ ସେନା ଏବଂ ଆସାମ ରାଇଫଲ୍ସର ମିଳିତ ଅପରେସନ: ୨ ୟୁକେଏନଏ ଉଗ୍ରବାଦୀ ନିହତ, ୨ ଆହତ

ସଂକୀର୍ଣ୍ଣ ଗଳିରେ ଯିବା ଆସିବା ସମୟରେ ସାବଧାନ ରୁହନ୍ତୁ:
ବୃନ୍ଦାବନର ଅନେକ ଗଳି ଖୁବ୍ ସଂକୀର୍ଣ୍ଣ। ସେଠାରେ ପାଦଚଲା ଲୋକଙ୍କ ସହ ଇ-ରିକ୍ସା ଓ ଅଟୋ ଚାଲିଥାଏ। ତେଣୁ ରାସ୍ତା ପାର ହେବା ସମୟରେ ତରବର ନହୋଇ ସାବଧାନତା ଅବଲମ୍ବନ କରନ୍ତୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.