Dead Body: ୧୩ ଘଣ୍ଟା ପରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

52 minutes ago 1
ARTICLE AD BOX

ଭୁବନେଶ୍ୱର: ସ୍କୁଟିରେ ଆସି ଟଙ୍କପାଣି ବ୍ରିଜ ଉପରେ ରଖିଦେଇ ହଠାତ କୁଆଖାଇ ନଦୀକୁ ଡେଇଁ ପଡ଼ି ଯୁବକ ନିଖୋଜ ହେବାର ପ୍ରାୟ ୧୩ ଘଣ୍ଟା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଓଲ୍ଡ ଟାଉନ୍ ଅଞ୍ଚଳର ଭବାନୀ ଶଙ୍କର ଖଟେଇ । ସେ ଫ୍ଲିପକାର୍ଟରେ ଡେଲିଭରି ବୟ ଭାବେ କାମ କରୁଥିଲେ ।

ଅଗ୍ନିଶମ ବାହିନୀର ଟିମ୍ ଖୋଜାଖୋଜି ଆରମ୍ଭ କରିଥିଲେ

ସୂଚନା ଅନୁସାରେ, ଗତକାଲି ପରିବାର ସହ ଭବାନୀଙ୍କର ଝଗଡ଼ା ହୋଇଥିଲା । ଏହାପରେ ସେ ଘରୁ ବାହାରି ଯାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ସାଙ୍ଗମାନେ ବାଙ୍କୁଆଳ ବ୍ରିଜ୍ ନିକଟରେ ତାଙ୍କୁ ଦେଖିଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ବାଲିଅନ୍ତା ଓ ଭୁବନେଶ୍ୱର ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ଦୀର୍ଘ ସମୟ ଧରି ସର୍ଚ୍ଚ ଅପରେସନ୍ ଚାଲିଥିଲେ ମଧ୍ୟ ଭବାନୀଙ୍କ ସନ୍ଧାନ ମିଳିନଥିଲା । ଆଜି ଭବାନୀ ଶଙ୍କର ଖଟେଇଙ୍କ ମୃତଦେହ ଉଦ୍ଧାର ହୋଇଛି।

Allegation: ଜେଲ୍‌ରେ ମାରିଦେଲେ ସ୍ୱାମୀଙ୍କୁ! ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ; ସ୍ତ୍ରୀଙ୍କ ଗୁରୁତର ଅଭିଯୋଗ

Read Entire Article
LEFT SIDEBAR AD

Hidden in mobile, Best for skyscrapers.