Voltas new store: ଭୋଲ୍‌ଟାସ୍‌ର ନୂଆ ବ୍ରାଣ୍ଡ୍‌ ଷ୍ଟୋର୍‌

1 month ago 11
ARTICLE AD BOX

ଭୁବନେଶ୍ବର: ଦେଶର ଏକ ନମ୍ବର ଏୟାର କଣ୍ଡିସନର (ଏସି) କମ୍ପାନି ଭୋଲ୍‌ଟାସ୍‌ ଲିମିଟେଡ୍‌ ପକ୍ଷରୁ ରୁପାଲି ଛକରେ ଏକ ନୂଆ ବ୍ରାଣ୍ଡ୍‌ ଷ୍ଟୋର୍‌ ‘ସ୍ପେକ୍ଟ୍ରା ଭିଜନ’ ଖୋଲାଯାଇଛି। ଏଥିସହିତ ଓଡ଼ିଶାରେ କମ୍ପାନିର ବ୍ରାଣ୍ଡ୍‌ ଷ୍ଟୋର୍‌ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଷ୍ଟୋର୍‌ରେ ଭୋଲ୍‌ଟାସ୍‌ ଓ ଭୋଲ୍‌ଟାସ୍‌ ବେକୋର ଏୟାର କଣ୍ଡିସନର, ଏୟାର ପ୍ୟୁରିଫାୟର, ଏୟାର କୁଲର, ବାଣିଜ୍ୟିିକ ରେଫ୍ରିଜରେଟର, ୱାଟର୍‌ ଡିସ୍‌ପେନ୍‌ସର୍‌, ୱାଟର ହିଟର, ୱାଟର କୁଲର୍‌, ରେଫ୍ରିଜରେଟର, ୱାସିଂ ମେସିନ, ମାଇକ୍ରୋଓଭେନ୍‌ ଓ ଡିିସ୍‌ୱାସର୍‌ ଆଦି ରହିଛି।

ଏହି ଅବସରରେ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ମୁକୁନ୍ଦନ ମେନନ କହିଛନ୍ତି ଯେ ଆମର ନୂଆ ଷ୍ଟୋର୍‌ ପ୍ରମୁଖ ବଜାରଗୁଡ଼ିକରେ ଆମ ଉପସ୍ଥିତିକୁ ସମ୍ପ୍ରସାରଣ କରିବାରେ ଆମକୁ ସହାୟକ ହୋଇଛି ଯାହା ଫଳରେ ଆମ ଗ୍ରାହକଙ୍କ ନିକଟରେ ଉତ୍ପାଦ ପହଞ୍ଚିପାରିବ। ଏହି ଅବସରରେ କମ୍ପାନିର ଆଞ୍ଚଳିକ ମୁଖ୍ୟ (ପୂର୍ବ-୨) ମାନସ କୁମାର ମଲ୍ଲିକ, ଓଡ଼ିଶା ଶାଖା ମୁଖ୍ୟ ଦୀପକ କୁମାର ସାଗର ଓ ସ୍ପେକ୍ଟ୍ରା ଭିଜନର ଦେବରାଜ ରଥ ଉପସ୍ଥିତ ଥିଲେ।

ଭାରତରେ ନୂଆ ଏୟାର କଣ୍ଡିସନର ଲଞ୍ଚ କଲା ନୋକିଆ , କମ ମୂଲ୍ୟରେ ମିଳିବ ଅନେକ ଅତ୍ୟାଧୁନିକ ସୁବିଧା

Read Entire Article
LEFT SIDEBAR AD

Hidden in mobile, Best for skyscrapers.