ARTICLE AD BOX
ଭୁବନେଶ୍ବର: ଭେଲୋର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପକ୍ଷରୁ ୨୦୨୭ ମସିହା ପାଇଁ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା (ଭିଆଇଟିଇଇଇ-୨୦୨୭) ଘୋଷଣା କରାଯାଇଛି। ଭିଆଇଟିର ଭେଲୋର, ଚେନ୍ନାଇ, ଅମରାବତି (ଆନ୍ଧ୍ରପ୍ରଦେଶ) ଏବଂ ଭୋପାଳ (ମଧ୍ୟପ୍ରଦେଶ) କ୍ୟାମ୍ପରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହି ପ୍ରବେଶିକା ହେବ। ଆଗ୍ରହୀ ଛାତ୍ରଛାତ୍ରୀମାନେ ଅନଲାଇନ୍ରେ https://viteee.vit.ac.in ୱେବସାଇଟ୍ ଜରିଆରେ ଏଥିପାଇଁ ଆବେଦନ କରିପାରିବେ।
ଭାରତର ୧୩୩ଟି ସହର ଏବଂ ୯ଟି ଅନ୍ତର୍ଜାତୀୟ କେନ୍ଦ୍ରରେ ପରୀକ୍ଷା ହେବ
ଭିଆଇଟିଇଇଇ ୨୦୨୭ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ ୨୮ରୁ ମେ ୨ ତାରିଖ ମଧ୍ୟରେ ହେବାକୁ ଧାର୍ଯ୍ୟ କରାଯାଇଛି। ଭାରତର ୧୩୩ଟି ସହର ଏବଂ ୯ଟି ଅନ୍ତର୍ଜାତୀୟ କେନ୍ଦ୍ରରେ ଏହି ପରୀକ୍ଷା ହେବ। ଫଳରେ ଭାରତ ସମେତ ବିଦେଶର ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା ଜରିଆରେ ଭିଆଇଟିରେ ପଢ଼ିବା ସୁଯୋଗ ପାଇପାରିବେ।

44 minutes ago
2


