Visa Issues: ଏକମାତ୍ର ଝିଅର ବାହାଘରରେ ଯୋଗ ଦେଇପାରିଲେନି ବାପା-ମା’

1 hour ago 1
ARTICLE AD BOX

ସୂର୍ଯ୍ୟପେଟ: ଝିଅର ବିବାହରେ ସାମିଲ ହେବାକୁ ଇଚ୍ଛା ଥିଲେ ବି ଭିସା ସମସ୍ୟା ଯୋଗୁଁ ଆମେରିକା ଯାଇପାରିଲେନି ବାପା-ମା’। ଶେଷରେ ପ୍ରଯୁକ୍ତିବିଦ୍ୟା ହିଁ ସାଜିଲା ସାହାରା। ତେଲେଙ୍ଗାନାର ସୂର୍ଯ୍ୟପେଟ ଜିଲ୍ଲା ହୁଜୁରନଗର ମଣ୍ଡଳରେ ଏଭଳି ଏକ ଭାବପ୍ରବଣ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ଭିସା ସମସ୍ୟା ଯୋଗୁଁ ଯାତ୍ରା ବାତିଲ

ହୁଜୁରନଗର ମଣ୍ଡଳର ଜୟରାଜୁ ଓ ଜ୍ୟୋତିଙ୍କ ଏକମାତ୍ର ଝିଅ ହିମାବିନ୍ଦୁ ଆମେରିକାରେ କାର୍ଯ୍ୟରତ ରୋହିତ କୁମାରଙ୍କୁ ବିବାହ କରିଛନ୍ତି। ଉଭୟ ପରିବାରର ସହମତିରେ ଶୁକ୍ରବାର ରାତିରେ ଆମେରିକାରେ ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ଝିଅର ବିବାହରେ ସାମିଲ ହେବା ପାଇଁ ଜୟରାଜୁ ଓ ଜ୍ୟୋତି ଆମେରିକା ଯିବାକୁ ପ୍ରସ୍ତୁତ ହୋଇଥିଲେ। ତେବେ ଶେଷ ମୁହୂର୍ତ୍ତରେ ଭିସା ସମସ୍ୟା ଯୋଗୁଁ ସେମାନଙ୍କ ଯାତ୍ରା ବାତିଲ ହୋଇଥିଲା। ଝିଅର ଜୀବନର ଏହି ବିଶେଷ ଦିନରେ ପାଖରେ ରହିପାରିନଥିବାରୁ ବାପା-ମା’ ଦୁଃଖରେ ଭାଙ୍ଗି ପଡ଼ିଥିଲେ।

ତେବେ ଝିଅର ବିବାହ ଉତ୍ସବରୁ ବଞ୍ଚିତ ନହେବା ପାଇଁ ପରିବାର ଲାଇଭ୍ ଭିଡିଓ ଷ୍ଟ୍ରିମିଂର ବ୍ୟବସ୍ଥା କରିଥିଲେ। ଘରେ ଟିଭି ସ୍କ୍ରିନ୍‌ରେ ବିବାହ ଦେଖୁଥିବା ବେଳେ ଜୟରାଜୁ ଓ ଜ୍ୟୋତି ଝିଅର ବିବାହ ରୀତିନୀତିରେ ଭର୍ଚୁଆଲ୍‌ ଭାବେ ସାମିଲ ହୋଇଥିଲେ। ଏପରିକି ଝିଅର ମଙ୍ଗଳସୂତ୍ର ପିନ୍ଧାଯିବା ସମୟରେ ସେମାନେ ସ୍କ୍ରିନ୍‌ ଆଗରେ ଫୁଲ ଚାଉଳ ବର୍ଷା କରି ଆଶୀର୍ବାଦ ଦେଇଥିଲେ। ଏହି ଭାବପ୍ରବଣ ଦୃଶ୍ୟ ଦେଖି ଘରେ ଉପସ୍ଥିତ ସମ୍ପର୍କୀୟ, ପଡ଼ୋଶୀ ଓ ଗ୍ରାମବାସୀ ମଧ୍ୟ ଭାବବିହ୍ୱଳ ହୋଇପଡ଼ିଥିଲେ। ବାପା-ମା’ଙ୍କ ଏହି ଭର୍ଚୁଆଲ୍ ଆଶୀର୍ବାଦର ଭିଡିଓ ପରେ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି।

ବିବାହ ପରେ ପରିବାର ପକ୍ଷରୁ ଗାଁରେ ସମ୍ପର୍କୀୟ, ବନ୍ଧୁ ଓ ଗ୍ରାମବାସୀଙ୍କ ପାଇଁ ଏକ ସ୍ୱାଗତ ସମାରୋହ ଆୟୋଜନ କରାଯାଇଥିଲା। ହିମାବିନ୍ଦୁ ଓ ରୋହିତ କୁମାର ବର୍ତ୍ତମାନ ଆମେରିକାରେ ଥିବା ବେଳେ ଆବଶ୍ୟକ ଔପଚାରିକତା ପୂରଣ ପରେ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଫେରି ପରିବାରକୁ ଭେଟିବାର ସମ୍ଭାବନା ରହିଛି।

Mansi parekh: ନିଖୋଜ ଗୁଜବ  ଭିତରେ  କୈଳାସ ଯାତ୍ରାରୁ ଫେରିଲେ ମାନସୀ ପାରେଖ, କହିଲେ- ‘ଏହି ଯାତ୍ରା ଜୀବନସାରା ମନେ ରହିବ’

ଭିସା ସମସ୍ୟା ଯୋଗୁଁ ଝିଅର ବିବାହରେ ଶାରୀରିକ ଭାବେ ଉପସ୍ଥିତ ହୋଇନପାରିଥିଲେ ମଧ୍ୟ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଏହି ମୁହୂର୍ତ୍ତର ଅଂଶ ହୋଇପାରିଥିବାରୁ ଜୟରାଜୁ ଓ ଜ୍ୟୋତି ସାନ୍ତ୍ୱନା ପାଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.