ARTICLE AD BOX
ଭୁବନେଶ୍ବର: ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି ଆଇଜି ସଫିନ ଅହମ୍ମଦଙ୍କ ଅକାଳ ବିୟୋଗ ଘଟିଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। କେରଳର ତିରୁବନନ୍ତପୁରମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସଫିନ୍ ଅହମ୍ମଦ ୨୦୦୩ ବ୍ୟାଚ୍ର ଜଣେ ଦକ୍ଷଆଇପିଏସ୍ ଅଫିସର ଥିଲେ । ଜୁଲାଇ ୨୦୨୩ ରୁ ସେ ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ ଆଇଜି ଭାବେ ଦାୟିତ୍ୱ ତୁଲାଉଥିଲେ ।
Deeply saddened by the untimely passing of Shefeen Ahamed K, IPS, I.G. of Police, CID, CB.
His dedicated service to the State and Odisha Police will always be remembered.
My heartfelt condolences to his family, colleagues and loved ones. May his soul rest in peace. pic.twitter.com/WnXeYvXXC4
ମୁଖ୍ୟମନ୍ତ୍ରୀଙ୍କ ଶୋକ
ନିଜର କାର୍ଯ୍ୟକାଳ ମଧ୍ୟରେ ସେ ସାଇବର କ୍ରାଇମ ଏବଂ କ୍ରିମିନାଲ ଇନଭେଷ୍ଟିଗେସନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ପଦକ ଓ ସମ୍ମାନ ଲାଭ କରିଥିଲେ। ତାଙ୍କର ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଏବଂ ଓଡ଼ିଶା ପୁଲିସ ବିଭାଗ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।
Vigilance: ଶ୍ରମ ଅଧିକାରୀ ଆକାଶ ବିଷୋୟୀଙ୍କ ଘରୁ ନଗଦ ୭ ଲକ୍ଷ ୨୯ ହଜାର ଟଙ୍କା ଓ ୩୦୦ ଗ୍ରାମ୍ ସୁନା ଜବତ

1 hour ago
1


