ARTICLE AD BOX
ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଜଣେ ଯୁବକ ଚେନ୍ସୋ ବା ଯନ୍ତ୍ରଚାଳିତ କରତରେ ଦୁଇ ଜଣ ସ୍କୁଲ୍ ଛାତ୍ରୀଙ୍କୁ ଆକ୍ରମଣ କରିବା ଘଟଣା ସୁସ୍ଥ ମାନସିକତାକୁ କ୍ଷତାକ୍ତ କରିଛି। ଏହି ଘଟଣା ପରେ ସୋସିଆଲ୍ ମିଡିଆରେ ‘ଏ’ ସାର୍ଟିଫିକେଟ୍ପ୍ରାପ୍ତ ଚଳଚ୍ଚିତ୍ରଗୁଡ଼ିକ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଅଭିଯୋଗ ହେଉଛି। ସିନେ ଶିଳ୍ପ ସହ ଜଡ଼ିତ ଅନେକ କଳାକାର ଏ ନେଇ ଆପତ୍ତି ବ୍ୟକ୍ତ କରିଛନ୍ତି। ଏହି ତାଲିକାରେ ଏବେ ଯୋଡ଼ି ହୋଇଛନ୍ତି ଗାୟକ ତଥା ସଙ୍ଗୀତକାର ଅମାଲ ମଲିକ।
IDBI Bank: ସରଳ ବିଚାର: ଆଇଡିବିଆଇ ବ୍ୟାଙ୍କର ବିଦେଶୀ ମାଲିକାନା
ହିଂସାପୂର୍ଣ୍ଣ ଦୃଶ୍ୟ ପାଇଁ ଯଦି ସଂପୂର୍ଣ୍ଣ ସିନେମାକୁ ଦାୟୀ କରାଯାଇପାରୁଛି, ତେବେ ମହିଳାଙ୍କୁ ନେଇ ଆପତ୍ତିଜନକ ଶବ୍ଦ ବ୍ୟବହାର କରୁଥିବା ଗୀତଗୁଡ଼ିକୁ ମଧ୍ୟ ଦାୟୀ କରାଯିବ ଉଚିତ ବୋଲି ସେ ମତ ରଖିଛନ୍ତି। ଏଥିସହ ‘ବିଡ଼ି ଜଲାଇଲେ’, ‘ଚିକ୍ନି ଚମେଲି’, ‘ମୁନ୍ନି ବଦନାମ୍’ ଓ ‘ପିଙ୍କ୍ ଲିପ୍ସ’ ଭଳି ଗୀତଗୁଡ଼ିକର ଉଦାହରଣ ଦେଇ ଏଗୁଡ଼ିକୁ ନିଷେଧ କରିବା ପ୍ରସଙ୍ଗ ଉଠାଇଛନ୍ତି।
Neglect: ୩୦ବର୍ଷ ପରେ ବି ସୁନାରୀସାହି ରାସ୍ତା ଓ ନାଳର ପୁନଃରୁଦ୍ଧାର ହୋଇନଥିବା ଅଭିଯୋଗ
ଅମାଲ କହିଛନ୍ତି, ସିନେମା ଓ ସଙ୍ଗୀତ ଯୁବପିଢ଼ିଙ୍କୁ ପ୍ରଭାବିତ କରିପାରେ, କିନ୍ତୁ ହିଂସା ପାଇଁ କେବଳ ସିନେମାକୁ ଦାୟୀ କରିବା ଠିକ୍ ନୁହେଁ। ଯଦି ହିଂସାତ୍ମକ ଚଳଚ୍ଚିତ୍ରକୁ ସମାଲୋଚନା କରାଯାଉଛି, ତେବେ ମହିଳାଙ୍କୁ ଆପତ୍ତିଜନକ ଭାବେ ଚିତ୍ରଣ କରୁଥିବା ଗୀତଗୁଡ଼ିକୁ ମଧ୍ୟ ସମାନ ମାନଦଣ୍ଡରେ ବିଚାର କରାଯିବା ଉଚିତ। ତେବେ ଦର୍ଶକ ମଧ୍ୟ ପରଦାର କାହାଣୀ ଓ ବାସ୍ତବ ଜୀବନ ମଧ୍ୟରେ ପାର୍ଥକ୍ୟ ବୁଝିବା ଆବଶ୍ୟକ। କଳାକୁ ଦାୟିତ୍ୱବାନ୍ ହେବାକୁ ପଡ଼ିବ, କିନ୍ତୁ ହିଂସା ପାଇଁ କଳାକୁ ଏକମାତ୍ର ଦୋଷୀ କରିବା ଅନୁଚିତ। ପରିବାରର ସଂସ୍କାର, ଲାଳନପାଳନ, ବ୍ୟକ୍ତିଗତ ଅନୁଭୂତି ଓ ପରିବେଶ ମଧ୍ୟ ଜଣେ ବ୍ୟକ୍ତିର ମାନସିକତାର କାରଣ। ନିଜ ମତକୁ ସ୍ପଷ୍ଟ କରି ଅମାଲ ‘ଆନିମଲ୍’, ‘କବୀର ସିଂହ’, ‘ଧୁରନ୍ଧର’ ଓ ‘କେଜିଏଫ୍’ ଭଳି ଚଳଚ୍ଚିତ୍ରର ଉଦାହରଣ ଦେଇଛନ୍ତି। ସେ ଏହିସବୁ ଚଳଚ୍ଚିତ୍ର ଉପଭୋଗ କରିଥିଲେ ମଧ୍ୟ କିଛିଟା ଦୃଶ୍ୟକୁ ନେଇ ତାଙ୍କର ସମସ୍ୟା ଅଛି ବୋଲି ସେ ପ୍ରକାଶ କରିଛନ୍ତି।

1 hour ago
1


