ARTICLE AD BOX
ନବରଙ୍ଗପୁର(ସୁରେଶ ନାଇଡ଼ୁ): ୨୦୩୬ ସୁଦ୍ଧା ଓଡ଼ିଶା ରାଜ୍ୟ ବିକଶିତ ହେବ। ରାଜ୍ୟ ସରକାର ଏହି ପ୍ରତିଶ୍ରୁତି ଦେଇଛନ୍ତି, ଅପରପକ୍ଷରେ ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକର ୩୪୪ଟି ଛୋଟ ଗାଁର ୪୦୦୭ପରିବାରଙ୍କ ପାଇଁ ଆଜି ସୁଦ୍ଧା ବିଦ୍ୟୁତ୍ ଆଲୋକ ସାତସପନ ପାଲଟିଛି। ବର୍ଷକ ପୂର୍ବେ ଗାଁଗୁଡ଼ିକୁ ବିଦ୍ୟୁତ୍ ଆଲୋକ ସଂଯୋଗ କରିବା ଯୋଜନା ଆରମ୍ଭ ହୋଇଥିଲା, କିନ୍ତୁ ଏହା ଆଜିଯାଏଁ ଅଧାପନ୍ତରିଆ ହୋଇ ରହିଛି। ଗାଁରେ ଲଗାଯାଇଥିବା ସୌରଶକ୍ତି ଚାଳିତ ବିଦ୍ୟୁତ୍ଖୁଣ୍ଟ ଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଅକାମି ହୋଇ ପଡ଼ିରହିଛି।
Proposed Nuclear Project ତେନ୍ତୁଳିଖୁଣ୍ଟିରେ ସମ୍ଭାବ୍ୟ ଆଣବିକ ପ୍ରକଳ୍ପ ବିରୋଧରେ ଏକାଠି ହେଲେ ନବରଙ୍ଗପୁର ଓ କଳାହାଣ୍ଡି ବାସିନ୍ଦା
ଝରିଗାଁ ବ୍ଲକର ପାଲିଆ ପଂଚାୟତର ପାଲୁଗୁଡା ଗାଁରେ ୧୬ଟି ଘରେ ଏଯାଏଁ ବିଦ୍ୟୁତ୍ ଆଲୁଅ ପହଚିଂ ପାରିନି। ପାଖ ଗାଁ କଡାକନାଡି ଓ ବାସୁଦେବଗୁଡା ଗାଁରେ ବିଦ୍ୟୁତ ଥିବାରୁ ଗାଁର ଯୁବବର୍ଗ ଏହି ଗାଁକୁ ଯାଇ ମୋବାଇଲ ଚାର୍ଜ କରୁଛନ୍ତି। ଏହି ପଂଚାୟତର ପୁଜାରୀଗୁଡାରେ ୧୬,ଚିନ୍ଦିଗୁଡାରେ ୨୩,ଘାଉଣ୍ଟିଆଗୁଡାରେ ୩୬,କନ୍ଦଗୁଡାରେ ୨୬ଘରକୁ ବିଦ୍ୟୁତ ସଂଯୋଗ ଯାଇ ପାରିନି। ପାପାଡାହାଣ୍ଡି ବ୍ଲକର ଦୁର୍ଗମ କୁସୁମଖୁଣ୍ଟିର ୫୦ ପରିବାର ଏଭଳି ବିଦ୍ୟୁତ ସଂଯୋଗରୁ ବଂଚିତ।
ଗତ ୨୦୨୫ମସିହା ନଭେମ୍ବର ୨୭ରେ ଅନୁଷ୍ଠିତ ଦିଶା ବୈଠକରେ ୮୮ଟି ଗାଁର ୨୨୦୫ଟି ଘରକୁ ବିଦ୍ୟୁତି କରଣ ପାଇଁ ୧୩କୋଟି ୯୩ଲକ୍ଷ ଓ ୨୫୬ଟି ଗାଁର ୧୮୦୨ଟି ଘରକୁ ୯କୋଟି ଏକ ଲକ୍ଷ ଟଙ୍କା ସୋଲାରରେ ବିଦ୍ୟୁତିକରଣ କରିବାକୁ ପ୍ରସ୍ତାବକୁ ସାଂସଦ ଇଂ.ବଳଭଦ୍ର ମାଝୀ, ରାଜ୍ୟସଭାସାଂସଦ, ଶିକ୍ଷାମନ୍ତ୍ରୀ ଓ ୩ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଏବଂ ଜିଲ୍ଲାପାଳ ଏହି ପ୍ରସ୍ତାବରେ ସ୍ବାକ୍ଷର କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଇଥିଲେ। ରାଜ୍ୟସରକାର ଅନୁମୋଦନ କରି ଟଙ୍କା ମଞୁର କରି ପଠାଇଲେ ଜିଲ୍ଲାପ୍ରଶାସନ ଜରିଆରେ ଟାଟାପାୱାର ଟେଣ୍ଡର କରି ନୂଆ ବିଦ୍ୟୁତ ଖୁଣ୍ଟ ପକାଇ ପ୍ରତ୍ୟେକ ଘରକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ଯୋଜନା ରହିଥିଲା ତାହା ବର୍ଷକ ପରେ ମଧ୍ୟ ମଞ୍ଜୁର ହୋଇନି।
Women Protest Leader's Arrest ନବରଙ୍ଗପୁର ନାରୀ ମହାସଂଘ ନେତାଙ୍କ ଗିରଫଦାରିର ପ୍ରତିବାଦ, ଠେଙ୍ଗାଧରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କଲେ ମହିଳା
ନବରଙ୍ଗପୁର ବ୍ଲକର ୫ଟି ଗାଁରେ ୩୨ଘର ,ତେନ୍ତୁଳିଖୁଣ୍ଟି ବ୍ଲକର ୫୧ଗାଁର ୩୦୯ ଘର, ନନ୍ଦାହାଣ୍ଡି ବ୍ଲକର ୬ ଗାଁର ୮୯ ଘର, ପାପଡ଼ାହାଣ୍ଡି ବ୍ଲକର ୪୬ ଗାଁର ୫୦୮ ଘର, ଡାବୁଗାଁ ବ୍ଲକର ୧୮ ଗାଁର ୧୪୪ ଘର, କୋଷାଗୁମୁଡ଼ା ବ୍ଲକର ୩୧ ଗାଁର ୪୨୪ ଘର, ଉମରକୋଟ ବ୍ଲକର ୨୫ ଗାଁର ୩୩୮ଘର, ରାଇଘର ବ୍ଲକର ୨୪ ଗାଁର ୨୮୭ ଘର, ଝରିଗାଁ ବ୍ଲକର ୬୨ ଗାଁର ୧୩୦୦ ଘର ଓ ଚନ୍ଦାହାଣ୍ଡି ବ୍ଲକର ୭୬ଟି ଗାଁର ୫୭୬ ଘର ନିକଟରେ ବିଦ୍ୟୁତ ସଂଯୋଗ ପହଚିଂ ପାରିନି। ସବୁ ରାଜସ୍ବ ଗାଁକୁ ବିଦ୍ୟୁତ ସଂଯୋଗ ଯାଇଛି, ବଳକା ୩୪୪ଟି ପଡା ଗାଁକୁ ବିଦ୍ୟୁତ ସଂଯୋଗୀ କରଣ କରିବା ବାକି ରହିଛି ବୋଲି କହିଛନ୍ତି ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀ ଇଂ.ଅଶୋକ କୁମାର ରାଉତ। ୩୪୪ଟି ଛୋଟ ଗାଁର ସବୁ ଘର ପାଇଁ ୨୨.୯୪କୋଟିରେ ବିଦ୍ୟୁତ ଓ ସୋଲାର ବିଦ୍ୟୁତ ଦେବା ପାଇଁ ଯାଇଥିବା ପ୍ରସ୍ତାବର ଅନୁମୋଦନ ହେବା ସହ ଅର୍ଥ ମଞୁର ହୋଇ ଆସିଲେ କାମ ଆରମ୍ଭ ହେବ ବୋଲି କହିଛନ୍ତି ଇଂ.ରାଉତ।

2 days ago
2


