NALCO's CPP: ନାଲ୍‌କୋ ସିପିପିରେ ଉତ୍କଟ କୋଇଲା ସଙ୍କଟ! ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ଆଶଙ୍କା

1 hour ago 2
ARTICLE AD BOX

ନାଲ୍‌କୋନଗର: ନାଲ୍‌କୋର ଅନୁଗୋଳସ୍ଥିତ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ (ସିପିପି)ରେ କୋଇଲା ଯୋଗାଣକୁ ନେଇ ଉତ୍କଟ ସଙ୍କଟ ଦେଖାଦେଇଛି। ଆବଶ୍ୟକ ଅନୁସାରେ କୋଇଲା ଯୋଗାଣ ହେଉନଥିବାରୁ ପ୍ଲାଣ୍ଟରେ ମହଜୁଦ୍‌ କୋଇଲା ପରିମାଣ ଦ୍ରୁତଗତିରେ ହ୍ରାସ ପାଉଛି। ଏହା ଦ୍ୱାରା ନିରବଚ୍ଛିନ୍ନ ବିଦ୍ୟୁତ୍ ଉତ୍ପାଦନ ଓ ଆଲୁମିନିୟମ୍‌ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ତୁରନ୍ତ ହସ୍ତକ୍ଷେପ କରି କୋଇଲା ଯୋଗାଣ ସ୍ୱାଭାବିକ କରିବାକୁ ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନ ପକ୍ଷରୁ କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କ ନିକଟରେ ଦାବି କରାଯାଇଛି। ୟୁନିୟନର ସାଧାରଣ ସମ୍ପାଦକ ବିଭବ ଜେନା ନଭେମ୍ବର ୧୦ରେ ନାଲ୍‌କୋ ସିଏମ୍‌ଡିଙ୍କୁ ଏକ ପତ୍ର ଲେଖି ସିପିପିରେ କୋଇଲା ସଙ୍କଟର ଗମ୍ଭୀରତା ସମ୍ପର୍କରେ ଅବଗତ କରାଇଛନ୍ତି। 

Parking: ଦୂର ହେବ ଟ୍ରାଫିକ୍‌ ସମସ୍ୟା; ୧୧.୮୬ କୋଟିରେ ହେବ ବହୁତଳ କାର୍‌ ପାର୍କିଂସ୍ଥଳୀ

ସୂଚନା ଅନୁଯାୟୀ, ୨୦୨୬ ଅକ୍ଟୋବର ଓ ନଭେମ୍ବର ମାସର ପ୍ରଥମ ୯ ଦିନ ମଧ୍ୟରେ ଆବଶ୍ୟକତା ତୁଳନାରେ ମୋଟ ୨ ଲକ୍ଷ ୧୬ ହଜାର ୫୯୧ ମେଟ୍ରିକ୍ ଟନ୍ କୋଇଲାର ଅଭାବ ରହିଛି। ସେହିପରି ଏମ୍‌ଜିଆର ମାଧ୍ୟମରେ ଅକ୍ଟୋବରରେ ୬୨ ହଜାର ୫୦୫ ମେଟ୍ରିକ୍ ଟନ୍ ଏବଂ ନଭେମ୍ବରର ପ୍ରଥମ ୯ ଦିନରେ ମାତ୍ର ୧୫ ହଜାର ୪୮୨ ମେଟ୍ରିକ୍ ଟନ୍ କୋଇଲା ମିଳିଛି। ୟୁନିୟନ ପକ୍ଷରୁ ଦର୍ଶାଯାଇଛି ଯେ, ବର୍ତ୍ତମାନ ସିପିପିରେ ମୋଟ ୧ ଲକ୍ଷ ୨୫ ହଜାର ୯୫୦ ମେଟ୍ରିକ୍ ଟନ୍ କୋଇଲା ମହଜୁଦ୍ ରହିଛି। ତେବେ ଏଥିରୁ ପ୍ରାୟ ୪୫ ହଜାର ମେଟ୍ରିକ୍ ଟନ୍‌ କାର୍ପେଟ କୋଇଲା ହୋଇଥିବାରୁ ଏହା ନିୟମିତ ପ୍ଲାଣ୍ଟ କାର୍ଯ୍ୟରେ ସହଜରେ ବ୍ୟବହାରଯୋଗ୍ୟ ନୁହେଁ। ଫଳରେ ପ୍ରକୃତ ବ୍ୟବହାରଯୋଗ୍ୟ କୋଇଲା ପରିମାଣ ମାତ୍ର ୮୦ ହଜାର ମେଟ୍ରିକ୍ ଟନ୍‌ ପାଖାପାଖି ରହିଛି। ଏହି ସ୍ୱଳ୍ପ ମହଜୁଦ କୋଇଲାରେ ପ୍ଲାଣ୍ଟର ନିରନ୍ତର କାର୍ଯ୍ୟକ୍ଷମତା ପ୍ରତି ବିପଦ ସୃଷ୍ଟି ହୋଇଥିବା ନେଇ ୟୁନିୟନ ଚିନ୍ତା ପ୍ରକଟ କରିଛି।

Crime: ଡକାୟତଙ୍କ ଟାର୍ଗେଟ୍‌ରେ ଭଦ୍ରକ ସହର! ଅନ୍ଧାରରେ ଚାଲିଥିଲା ଲୁଟ୍‌ର ମସୁଧା, ୭ ଗିରଫ

ଅନ୍ୟପକ୍ଷରେ ଏସ୍‌ସିପିଏମ୍ ଅଧୀନରେ ୫୪ଟି ରେଳ ରେକ୍ ପାଇଁ ନାଲକୋ ପକ୍ଷରୁ ଆବଶ୍ୟକ ଅର୍ଥ ଜମା କରାଯାଇଥିଲେ ମଧ୍ୟ ରେଳବାଇ ପକ୍ଷରୁ ଏହାର ଯୋଗାଣ ଓ ଚଳାଚଳ ନେଇ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ୟୁନିୟନ ଅଭିଯୋଗ କରିଛି। ଯଦି, ତୁରନ୍ତ କୋଇଲା ଯୋଗାଣ ସ୍ୱାଭାବିକ ନ ହୁଏ, ତେବେ ସିପିପିକୁ ବିଦ୍ୟୁତ୍ ଉତ୍ପାଦନ ହ୍ରାସ କରିବାକୁ ପଡ଼ିପାରେ। ଫଳରେ ମହଙ୍ଗା ଗ୍ରିଡ୍‌ ବିଦ୍ୟୁତ୍ ଉପରେ ନିର୍ଭରଶୀଳତା ବଢ଼ିବା ସହ କମ୍ପାନିକୁ ବ୍ୟାପକ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ ବୋଲି ୟୁନିୟନ ଆଶଙ୍କା ପ୍ରକାଶ କରିଛି। ଏହି ପରିସ୍ଥିତିରେ କୋଇଲା ମନ୍ତ୍ରଣାଳୟ, ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଏବଂ ରେଳବାଇ ସହ ସମନ୍ୱୟ ରକ୍ଷା କରି ୫୪ଟି ରେଳ ରେକ୍‌ର ତୁରନ୍ତ ବ୍ୟବସ୍ଥା, ସିପିପିକୁ ପର୍ଯ୍ୟାପ୍ତ କୋଇଲା ଯୋଗାଣ ପାଇଁ ୟୁନିୟନ ସିଏମ୍‌ଡିଙ୍କ ହସ୍ତକ୍ଷେପ ଲୋଡ଼ିଛି। ଗୁରୁତର କୋଇଲା ସଙ୍କଟର ସମାଧାନ ପାଇଁ ନାଲ୍‌କୋ ପରିଚାଳନା ଓ ସମ୍ପୃକ୍ତ ବିଭାଗଗୁଡ଼ିକ କି ପଦକ୍ଷେପ ନେଉଛନ୍ତି, ତାହାକୁ ଏବେ ଅପେକ୍ଷା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.