ARTICLE AD BOX
ତେଲକୋଇ(ବିରଞ୍ଚି କୁମାର ବେହେରା ): ପାହାଡ଼ ଶିଖରରେ ଗଢ଼ିଉଠିଥିଲା ଜନବସତି। ବର୍ଷବର୍ଷ ଧରି ଏଠାରେ ବାସ କରୁଥିଲେ ପାଉଡ଼ିଭୂୟାଁ ଓ ଗୋପାଳ ସମ୍ପ୍ରଦାୟର ଲୋକେ। ସର୍ବନିମ୍ନ ମୌଳିକ ସୁବିଧା ଓ ଆଧୁନିକ ଜୀବନଶୈଳୀକୁ ଅପଣାଇବା ଆଶାରେ ଗ୍ରାମବାସୀ ଭିଟାମାଟି ଛାଡ଼ି ପାହାଡ଼ ତଳକୁ ଆସିଲେ। ପାହାଡ଼ ତଳେ ପ୍ରତିଷ୍ଠା ହେଲା ନୂଆ ଜନବସତି। ହେଲେ ସମସ୍ୟା ସୁଧୁରୁନି କି ଗାଁକୁ ବିକାଶ ଛୁଇଁନି। ଆଜି ବି ମୌଳିକ ସୁବିଧା ଓ ସରକାରଙ୍କ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଅବସ୍ଥାରେ ରହୁଛନ୍ତି କେନ୍ଦୁଝରଜିଲ୍ଲା ତେଲକୋଇ ବ୍ଲକ୍ ଶିବନାରାୟଣପୁରଗୋଡ଼ା ପଞ୍ଚାୟତର ତମାଙ୍ଗ ଗ୍ରାମବାସୀ।
Felication: ରାଜ୍ୟପାଳଙ୍କ ଦ୍ବାରା ଆପ୍ଟିପ୍ଲସ୍ ସମ୍ମାନିତ
ପଞ୍ଚାୟତ ମୁଖ୍ୟାଳୟରୁ ୧୫କିମି ଏବଂ ବ୍ଲକ୍ ମୁଖ୍ୟାଳୟରୁ ୨୭ କିମି ଦୂରରେ ଥିବା ତମାଙ୍ଗ ଗାଁକୁ ୧୯୮୨ରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜସ୍ବ ଗ୍ରାମ ମାନ୍ୟତା ଦିଆଯାଇଥିଲା। ୨୦୧୪ରେ ଶିକ୍ଷା ବିଭାଗର ଆକଳନ ଅନୁଯାୟୀ ଏଠାରେ ୮୫ ପରିବାର (୮୦ଟି ପାଉଡ଼ିଭୂୟାଁ ଓ ୫ଟି ଗୋପାଳ) ବାସ କରୁଥିଲେ। ଜନସଂଖ୍ୟା ୨୪୦ ଥିଲା। ଗାଁକୁ ଯିବାକୁ ହେଲେ ୪ କିମି ଦୂର ପାହାଡ଼ିଆ ପାଦଚଲା ରାସ୍ତା ଏକମାତ୍ର ଭରସା ଥିଲା। ୧୯୭୨ରେ ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଗୃହ ନିର୍ମାଣ ସମ୍ଭବ ନ ହେବାରୁ ଗାଁର ମଣ୍ଡଘର ବାରଣ୍ଡାରେ ବିଦ୍ୟାଳୟ ଚାଲିଥିଲା। ୪୬ବର୍ଷ ପରେ ୨୦୧୮ରେ ପିଲା ନଥିବା ଦର୍ଶାଯାଇ ବିଦ୍ୟାଳୟକୁ ବନ୍ଦ କରିଦିଆଗଲା।
ପୋଡ଼ୁଚାଷ ମାଧ୍ୟମରେ ଏଠାକାର ଲୋକେ ଧାନ, ମକା, ମାଣ୍ଡିଆ, କାଙ୍ଗୁ, ସୋରିଷ, ମୁଗ, ବିରି, ରାଶି ଆଦି ଚାଷ କରୁଥିଲେ। ଏହାଛଡ଼ା ଛେଳି, ମେଣ୍ଢା, ମଇଁଷି ଓ ଗୋପାଳନ କରି ଜୀବିକା ନିର୍ବାହ କରୁଥିଲେ। ଜଙ୍ଗଲ କ୍ଷୟ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଲୋକଙ୍କ ଜୀବନଜୀବିକା ବିପନ୍ନ ହେଲା। ପାହାଡ଼ ଉପରେ ଗାଁଟି ରହିଥିବାରୁ ଗମନାଗମନ, ପାନୀୟଜଳ, ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍ ଓ ଟେଲି ଯୋଗାଯୋଗ ସେବା ସାତସପନ ହୋଇଥିଲା। ପଞ୍ଚାୟତରୁ ରାସନ ସାମଗ୍ରୀ ଆଣିବା ଏବଂ ଗ୍ରାମୀଣ ଆବାସ ଯୋଜନାରେ ପକ୍କାଘର ପାଇଁ ନିର୍ମାଣ ସାମଗ୍ରୀ ବୋହିବା ଅତ୍ୟନ୍ତ କଷ୍ଟକର ଥିଲା। ପ୍ରଶାସନିକ ଅଧିକାରୀଙ୍କଠାରୁ ବିକାଶର ପ୍ରତିଶ୍ରୁତି ପାଇବା ପରେ ପାହାଡ଼ ତଳକୁ ଆସିଥିଲେ ଲୋକେ। ନୂତନ ଜନବସତି ଭାବେ ଗଢ଼ିଉଠିଥିବା ଗୁଣ୍ଡୁରୁରେ ୪୦ଟି, କାଞ୍ଜିଆଝରଣରେ ୨୨ଟି, ନୂଆଁତମାଙ୍ଗରେ ୧୧ଟି ଓ ଖଣ୍ଡିଆନାଳରେ ଏବେ ୭ଟି ପାଉଡ଼ିଭୂୟାଁ ପରିବାର ବାସ କରୁଛନ୍ତି। ୫ଟି ଗୋପାଳ ପରିବାର ପଡ଼ୋଶୀ ବିରିଦା ଗାଁରେ ରହିଆସୁଛନ୍ତି।
Belarus potash deal: ରୁଷ୍ରୁ ତେଲ କିଣିବାକୁ ଭାରତକୁ ମନା କରୁଥିବା ଆମେରିକା ବେଲାରୁଷ୍ରୁ ସାର କିଣିବ
ଗାଁ ସିନା ପାହାଡ଼ ତଳକୁ ଆସିଲା, ହେଲେ ଗ୍ରାମବାସୀଙ୍କ ସମସ୍ୟା ଦୂର ହେଲା ନାହିଁ। ଯେଉଁ ଆଶା ନେଇ ସେମାନେ ଭିଟାମାଟି ଛାଡ଼ିଲେ ତାହା ପୂରଣ ହେଲା ନାହିଁ। ପାହାଡ଼ ଉପରେ ଯେମିତି ସମସ୍ୟା ଥିଲା ତଳେ ମଧ୍ୟ ସମାନ ଅବସ୍ଥା ଭୋଗିବାକୁ ପଡ଼ୁଛି ବୋଲି ଗ୍ରାମର ସିନ୍ଧୁ ପ୍ରଧାନ, ପଦୁ ଦେହୁରୀ, ଦୁର୍ଯ୍ୟୋଧନ ଦେହୁରୀ ପ୍ରମୁଖ ଅଭିଯୋଗ କରିଛନ୍ତି। ଆଜି ବି ଆବାସ, ଭତ୍ତା, ରାସନ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନ, ବିଦ୍ୟୁତ୍ ଓ ଟେଲି ଯୋଗାଯୋଗ ସେବା ଉପଲବ୍ଧ ହୋଇନାହିଁ। ଗ୍ରାମବାସୀ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରକୁ ଆସି ସମସ୍ୟା ଜଣାଇଛନ୍ତି। କେହି ସେମାନଙ୍କ ଦୁଃଖ ବୁଝୁନାହାନ୍ତି। ଏ ସମ୍ପର୍କରେ ତେଲକୋଇ ବିଡିଓ ପୂର୍ଣ୍ଣଚନ୍ଦ୍ର ନାଏକଙ୍କୁ ପଚାରିବାରୁ, ପାହାଡ଼ ତଳେ ଗଢ଼ି ଉଠିଥିବା ଜନବସତିଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ ପାଇଁ ଟିପିଏନ୍ଓଡିଏଲ୍କୁ ଅବଗତ କରାଯାଇଛି। ସେହିପରି ଗ୍ରାମବାସୀଙ୍କ ଅନ୍ୟାନ୍ୟ ସମସ୍ୟା ଧୀରେଧୀରେ ସମାଧାନ କରାଯିବ ବୋଲି ସେ କହିଛନ୍ତି।

5 days ago
6


