Village's development: ମୁହଁମାଡ଼ି ପଡ଼ିଛି ଗାଁର ବିକାଶ: ଅଢ଼େଇ ବର୍ଷ ହେଲା ଆସିନି ହରିଶ୍ଚନ୍ଦ୍ର ଟଙ୍କା

5 days ago 6
ARTICLE AD BOX

ବାରିପଦା (ବଟକୃଷ୍ଣ ବିହାରୀ ): ଗ୍ରାମାଞ୍ଚଳରେ ବିକାଶ ମୁହଁମାଡ଼ି ପଡ଼ିଛି। ଜଙ୍ଗଲ ଓ ପାହାଡ଼ ପାଖ ଗାଁର ଅବସ୍ଥା ଶୋଚନୀୟ। ପାହାଡ଼ ଚଢ଼ି ଲୋକେ ରାସନ୍ ଓ ଭତ୍ତା ପାଇଁ ଯାଉଛନ୍ତି। ସରକାର ପରେ ସରକାର ବଦଳୁଛି, ହେଲେ ମୟୂରଭଞ୍ଜ ଜିଲ୍ଲାର ଗ୍ରାମାଞ୍ଚଳ ଚିତ୍ର ସୁଧୁରିନି। ବାରିପଦା ବ୍ଲକ୍‌ର ବଡ଼ଜୋର ଏବଂ ଖୁଣ୍ଟା ବ୍ଲକ୍‌ ଭୋଳାଗଡ଼ିଆ ପଞ୍ଚାୟତ ଚିତ୍ରରୁ ଏହା ସୁସ୍ପଷ୍ଟ।

Belarus potash deal: ରୁଷ୍‌ରୁ ତେଲ କିଣିବାକୁ ଭାରତକୁ ମନା କରୁଥିବା ଆମେରିକା ବେଲାରୁଷ୍‌ରୁ ସାର କିଣିବ

ବଡ଼ଜୋର ପଞ୍ଚାୟତର ନିଜସ୍ବ ଆୟ କିଛିନାହିଁ। ସରକାରୀ ଅନୁଦାନ ଉପରେ ଭରସା। ଅଢ଼େଇବର୍ଷ ହେଲା ଅନୁଦାନ ଆସୁନଥିବାରୁ ବିକାଶ ଅଟକିଛି। ରାସ୍ତା, ପାନୀୟଜଳ ସମସ୍ୟା ଦୂର ହୋଇ ପାରୁନାହିଁ। ପୂର୍ବରୁ ପଞ୍ଚାୟତକୁ ବର୍ଷକୁ ୫୦-୬୦ ଲକ୍ଷ ଟଙ୍କା ଆସୁଥିଲା। ଏହି ଅଢ଼େଇ ବର୍ଷ ହେଲା ସେମିତି କିଛି ଅନୁଦାନ ଆସିନଥିବାରୁ ସମସ୍ୟା ହେଉଛି ବୋଲି କହିଛନ୍ତି ସରପଞ୍ଚ ଅଶୋକ ନାଏକ। ଭୋଳାଗଡ଼ିଆ ପଞ୍ଚାୟତ ସ୍ଥିତି ସମାନ। ସରପଞ୍ଚ ନନ୍ଦକିଶୋର ହାଁସଦା କହନ୍ତି ସରକାର ବଦଳିବା ପରେ ଅନୁଦାନ ଆସୁନଥିବାରୁ ଲୋକଙ୍କ ସମସ୍ୟା ଦୂର କରିବା ସମ୍ଭବ ହେଉନାହିଁ। କାହାର ମୃତ୍ୟୁ ହେଲେ ହରିଶ୍ଚନ୍ଦ୍ର ଯୋଜନାରେ ତତ୍‌କ୍ଷଣାତ୍ ଅଢ଼େଇ ହଜାର ଟଙ୍କା ଦେବାକୁ ପଡୁଛି। ସେ ୧୦୦ରୁ ଅଧିକଙ୍କୁ ଏହି ଯୋଜନାରେ ଟଙ୍କା ଦେଇଥିଲେ ବି ତାହା ମିଳୁନଥିବା କହିଛନ୍ତି। ଅଢ଼େଇବର୍ଷ ପରେ ଏବେ ପଞ୍ଚାୟତକୁ ଅନୁଦାନ ଆସିଛି ସତ, ହେଲେ ଏଥିରେ ସେମାନଙ୍କର କିଛି ଭୂମିକା ନାହିଁ ବୋଲି ସେ କ୍ଷୋଭର ସହ କହିଛନ୍ତି। ନୂଆ ସରକାର ଆସିବା ପରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ବର୍ଷକୁ ୫-୭ ଲକ୍ଷ ଟଙ୍କା ଆସୁଛି। ଯାହା ପଞ୍ଚାୟତର ବିକାଶ ପାଇଁ ସମୁଦ୍ରକୁ ଶଙ୍ଖେ ପରି। କ୍ଷମତାଶୂନ୍ୟ ସରପଞ୍ଚ। ଚାହିଁଲେ ବି କିଛି କରିପାରୁନାହାନ୍ତି ବୋଲି ଉଭୟ ସରପଞ୍ଚ କ୍ଷୋଭ ପ୍ରକାଶ କରିଛନ୍ତି। 

ଭୋଟ ହାତେଇବା ପାଇଁ ପଞ୍ଚାୟତକୁ ୩ କୋଟି ଘୋଷଣା!

Mobile: ନିମ୍ନମାନର ମୋବାଇଲ୍‌ ସ୍କ୍ରିନ ଗାର୍ଡ ଉପରେ ରୋକ ଲାଗିବ

ଜିଲ୍ଲାର ପ୍ରାୟ ୯୦ ପ୍ରତିଶତ ପଞ୍ଚାୟତର ସମାନ ସ୍ଥିତି। ଜିଲ୍ଲାରେ ୨୬ଟି ବ୍ଲକ୍‌ରେ ୪୦୪ ପଞ୍ଚାୟତ ଓ ୩୯୬୬ ଗାଁ ରହିଛି। ୨୦୧୧ ଜନଗଣନା ଅନୁଯାୟୀ ଜିଲ୍ଲାରେ ମୋଟ ଜନସଂଖ୍ୟା ୨୬ ଲକ୍ଷରୁ ଅଧିକ। ଏବେ ଗୃହ ଗଣନା ଅନୁଯାୟୀ ପାଖାପାଖି ୨୯ ଲକ୍ଷ। ଭୋଟରତାଲିକା ସଂଶୋଧନ ପରେ ଜିଲ୍ଲାର ଭୋଟର ସଂଖ୍ୟା ୧୮,୩୬,୮୨୨। ଜିଲ୍ଲାର  ପ୍ରାୟ ୭୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳର। ହେଲେ ରାଜନୀତିର ଛକାପଞ୍ଝାରେ ବିକାଶ ବଳି ପଡ଼ୁଛି। ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି କହିଛନ୍ତି, ‘ବିଜେଡି ସରକାର ସମୟରେ ଗାଁର ବିକାଶକୁ ଗୁରୁତ୍ୱ ଦିଆଯାଉଥିଲା। ବିଜେପି ଆସିବା ପରେ ଗାଁର ବିକାଶ ଠପ୍ ହୋଇଯାଇଛି। ପ୍ରତି ପଞ୍ଚାୟତକୁ ବର୍ଷକୁ ୩ କୋଟି ଘୋଷଣା କେବଳ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ହାତେଇବା ପାଇଁ ଉଦ୍ଦିଷ୍ଟ।’ କଂଗ୍ରେସ ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ କହିଛନ୍ତି, ‘କେବଳ ପ୍ରତିଶ୍ରୁତି ଓ ଭାଷଣବାଜିରେ ଚାଲିଛି ଡବଲ୍‌ ଇଞ୍ଜିନ ସରକାର।’ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ କହିଛନ୍ତି, ‘ଗାଁ ବିକାଶକୁ ବିଜେପି ସରକାର ପ୍ରାଥମିକତା ଦେଉଛି। ବିରୋଧୀଙ୍କ ପାଇଁ କିଛି ପ୍ରସଙ୍ଗ ନଥିବାରୁ ଲୋକଙ୍କୁ ବିଭ୍ରାନ୍ତ କରିବା ନିମନ୍ତେ ଅପଚେଷ୍ଟା କରୁଛନ୍ତି।’

Read Entire Article
LEFT SIDEBAR AD

Hidden in mobile, Best for skyscrapers.