Vijaya's New Film Release: ଥଲପତି କ୍ରେଜ... ରିଲିଜ ଆଗରୁ ୧୦୦୦ ଟିକେଟ ବୁକ୍

1 month ago 12
ARTICLE AD BOX

ବିଦେଶରେ ଥଲପତିଙ୍କ ଧମାକା ଆସନ୍ତା ୨୪ ଜୁଲାଇରେ ବଡ଼ ପରଦାକୁ ଆସିବ 'ଜନ ନାୟାଗନ'। ଏବେ  ରିଲିଜ୍ ପୂର୍ବରୁ ହିଁ ଫିଲ୍ମକୁ ନେଇ ଦେଖିବାକୁ ମିଳିଛି ଜବରଦସ୍ତ କ୍ରେଜ୍। ୟୁକେରେ ରିଲିଜ ପୂର୍ବରୁ ୧୦୦୦ ଟିକେଟ ହୋଇଛି ବୁକିଂ କରିଛନ୍ତି ଫ୍ୟାନ୍ସ।

ପୁଣି ଚର୍ଚ୍ଚାରେ ଦକ୍ଷିଣ ଭାରତର ସୁପରଷ୍ଟାର ବିଜୟ ଥଲପତି। ଚର୍ଚ୍ଚା ତାଙ୍କର ଆଗକୁ ଆସିବାକୁ ଥିବା ସିନେମା ‘ଜନ ନାୟାଗନ’କୁ ନେଇ ହେଉଛି। ରାଜନୀତିରେ ପାଦ ଥାପିବା ପରେ ସିନେ ଜଗତରୁ ବିଦାୟ ନେଇଛନ୍ତି ବିଜୟ। ତେଣୁ ଏହି ଫିଲ୍ମକୁ ତାଙ୍କ କ୍ୟାରିୟରର ଶେଷ ସିନେମା ବୋଲି କୁହାଯାଉଛି। ଫିଲ୍ମଟି ପ୍ରସ୍ତୁତ ହୋଇସାରିଥିଲେ ମଧ୍ୟ ସେନ୍ସର ସମ୍ବନ୍ଧୀୟ ବିଭିନ୍ନ ପ୍ରକ୍ରିୟା ଯୋଗୁଁ ଏହାର ମୁକ୍ତିଲାଭ ବାରମ୍ବାର ଘୁଞ୍ଚିଥିଲା। ଶେଷରେ ପ୍ରାୟ ଆଠ ମାସ ପରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ୍ ରୁ  ସବୁଜ ସଙ୍କେତ ମିଳିଛି। ଆସନ୍ତା ୨୪ ଜୁଲାଇରେ ବଡ଼ ପରଦାକୁ ଆସିବ 'ଜନ ନାୟାଗନ'। ଏବେ  ରିଲିଜ୍ ପୂର୍ବରୁ ହିଁ ଫିଲ୍ମକୁ ନେଇ ଦେଖିବାକୁ ମିଳିଛି ଜବରଦସ୍ତ କ୍ରେଜ୍। 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.