Vigilance: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା ଆର୍‌ ଆଇ ସାଇ ଦର୍ଶିନୀ ଲେଙ୍କା

1 hour ago 1
ARTICLE AD BOX

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ମହିଳା ଆର୍‌ ଆଇ (ରାଜସ୍ୱ ନିରୀକ୍ଷକ) ସାଇ ଦର୍ଶିନୀ ଲେଙ୍କା। ଜମି ମିଉଟେସନ ପାଇଁ ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ l ଜମି ମିଉଟେସନ ପାଇଁ ଲାଞ୍ଚ ମାଗୁଥିଲେ ସାଇଦର୍ଶିନୀ ଲେଙ୍କା।। ସେ ଛଅ ହଜାର ଟଙ୍କା ଦେବାକୁ ଅଭିଯୋଗକାରୀଙ୍କୁ କହୁଥିଲେ। ଆଜି ୫୫୦୦ ଟଙ୍କା ଲାଞ୍ଚନେଉଥିବା ବେଳେ ଛକି ଥିଲା କେନ୍ଦ୍ରାପଡ଼ା ଭିଜିଲାନ୍ସ ଟିମ୍। ତାଙ୍କଠାରୁ ସବୁ ଟଙ୍କା ଜବତ କରାଯାଇଛି।

ଭଡ଼ାଘର ସହ ଅନ୍ୟ ଦୁଇଟି ସ୍ଥାନରେ ଚଢ଼ାଉ

କାଉପଦା ରାଜସ୍ୱ ନିରୀକ୍ଷକ ସାଇଦର୍ଶିନୀ ଲେଙ୍କା ଜମି ମିଉଟେସନ ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗୁଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ସ୍ଥାନୀୟ ବ୍ୟକ୍ତି। ଡେରାବିଶ ତହସିଲ୍ ଅଧୀନ  କାଉପଦା ରାଜସ୍ୱ ନିରୀକ୍ଷକ ସାଇ ଦର୍ଶିନୀ ଲେଙ୍କାଙ୍କୁ ଉଠାଇନେଲା ଭିଜିଲାନ୍ସ ଟିମ । ଏହାପରେ ଗରାପୁର ସ୍ଥିତ ତାଙ୍କ ଭଡ଼ାଘର ସହ ଅନ୍ୟ ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଏହି ଘଟଣା ସାରା କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

Pahandi: ସରିଲା ପହଣ୍ଡି, ରଥଟଣାକୁ ଭକ୍ତଙ୍କ ଅପେକ୍ଷା

Read Entire Article
LEFT SIDEBAR AD

Hidden in mobile, Best for skyscrapers.