Vigilance Trap ମଧ୍ୟାହ୍‌ଣ ଭୋଜନ ବିଲ୍‌ ପାଇଁ ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ,  ମାଡ଼ିବସିଲା ଭିଜିଲାନ୍ସ

1 hour ago 2
ARTICLE AD BOX

ବାଲିପାଟଣା:  ବାଲିପାଟଣା ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନ ଗୁଆପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏସ୍ କେ ରିଆଜ ଅଲ୍ଲୀଙ୍କୁ ଭିଜିଲାନ୍ସ ଗିରଫକରିଛି। ତାଙ୍କ ଠାରୁ ରଙ୍ଗବୋଳା ୧୫ ହଜାର ଟଙ୍କା ଭିଜିଲାନ୍ସ ଟିମ ଜବତ କରିଛି। ମଧ୍ୟାହ୍ନ ଭୋଜନର ବକେୟା ବିଲ୍‌ କରିଦେବାକୁ ଲାଞ୍ଚ ଭାବେ ଏହି ଟଙ୍କା ନେଉଥିଲେ। ଏହାପରେ ଭିଜିଲାନ୍‌ସ ଟିମ୍‌ ବିଦ୍ୟାଳୟର ପ୍ରଧାନଶିକ୍ଷକ କାର୍ଯ୍ୟାଳୟ ଓ ବାସଗୃହରେ ଚଢ଼ାଉ କରିଛି।

Odisha Vigilance Trap ୬ହଜାର ଟଙ୍କା ଲାଞ୍ଚ ନେଇ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର ଗିରଫ

ଭିଜିଲାନ୍ସ ଟିମ୍ ସୂଚନା ଅନୁସାରେ ଗୁଆପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଭାକର ମଲ୍ଲିକ ପ୍ରଧାନଶିକ୍ଷକ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ବିଶ୍ୱନାଥପୁର ବଦଳି ହୋଇଛନ୍ତି। ଗୁଆପୁର ସ୍କୁଲରେ ଥିବା ସମୟରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ମଧ୍ୟାହ୍ନ ଭୋଜନ ବିଲ୍‌ ବାକି ଥିଲା । ଅନ୍ୟତ୍ର ବଦଳି ପରେ ସେହି ବାକି ଟଙ୍କା କରେଇଦେବାକୁ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ଏସ୍ କେ ରିଆଜ ଅଲ୍ଲୀଙ୍କୁ କହିଥିଲେ। ଶ୍ରୀ ଅଲ୍ଲୀ ତାଙ୍କୁ ୧୫ ହଜାର ଟଙ୍କା ଦେଲେ ଯାଇ ବିଲ୍‌ରେ ସ୍ବାକ୍ଷର କରିବେ ବୋଲି କହିଥିଲେ। ଏନେଇ ପୂର୍ବତନ ପ୍ରଧାନଶିକ୍ଷକ ମଲ୍ଲିକ ଭିଜିଲାନ୍‌ସରେ ଅଭିଯୋଗ କରିଥିଲେ।  

vigilance raid1

ଅଭିଯୋଗ ଆଧାରରେ ଆଜି ଭିଜିଲାନ୍ସ ଟିମ ଯୋଜନାବଦ୍ଧ ଭାବେ ବାଲିପାଟଣା ଆସିଥିଲା | ପୂର୍ବ ଯୋଜନା ଅନୁସାରେ ସରଦେଇପୁର ରୁ ନିମାପଡା ରାସ୍ତାର ଗୋପ ଗରଡା ଛକ ନିକଟରେ ଟିମ ଛକି ରହିଥିଲା। ଲାଞ୍ଚଟଙ୍କା ଗ୍ରହଣ କରିବା ସମୟରେ ପ୍ରଧାନ ଶିକ୍ଷକ ଏସ୍ କେ ଅଲ୍ଲୀ ଙ୍କୁ କାବୁ କରି ତାଙ୍କ ପକେଟ ରୁ ୧୫ ହଜାର ଟଙ୍କା ଜବତ କରିଥିଲେ। 

Vigilance Trap ପୂର୍ବରୁ ଧରାପଡ଼ିଥିଲେ, ଏବେ ୨୦ହଜାର ହାତଗୁଞ୍ଜା ନେଇ ପୁଣି ଗିରଫ ହେଲେ ବ୍ରହ୍ମଗିରି ତହସିଲର ନଥି ସଂରକ୍ଷକ

ସେଠାରୁ ବିଦ୍ୟାଳୟ ଗସ୍ତ କରି ଭିଜିଲାନ୍ସ ଟିମ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିବା ସହ ମଧ୍ୟାହ୍ନ ଭୋଜନ ରେଜିଷ୍ଟର ସଂଗ୍ରହ କରିଛି। ବିଦ୍ୟାଳୟ ର ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ପଚରା ଉଚରା କରିଛି। 

Vigilance Trap ୧୫ ହଜାର ହାତଗୁଞ୍ଜା ନେଇ ଧରାପଡ଼ିଲେ ଜିଇଡି ଜେଇ

ସୂଚନାଯୋଗ୍ୟ, ଗୁଆପୁର ବିଦ୍ୟାଳୟରେ ଶିଶୁ ବାଟିକା ସମେତ ୮ ଟି ଶ୍ରେଣୀ ରେ ୧୬୨ ଜଣ ଛାତ୍ର, ଛାତ୍ରୀ ଅଧ୍ୟ୍ୟୟନ କରନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.