ARTICLE AD BOX
ନୂଆଦିଲ୍ଲୀ: ଆଗାମୀ ରଣଜୀ ଟ୍ରଫି ସିଜନ୍ର ପ୍ରଥମ ମ୍ୟାଚ୍ ପାଇଁ ଭାରତୀୟ ବ୍ୟାଟର ପୃଥ୍ବୀ ଶ’ଙ୍କୁ ମହାରାଷ୍ଟ୍ର ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସର୍ଭିସେସ୍ ବିପକ୍ଷରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ସେ ଦଳର ନେତୃତ୍ବ ନେବେ। ନିୟମିତଅଧିନାୟକ ରୁତୁରାଜ ଗାଏକ୍ବାଡ୍ଙ୍କ ଅନୁପସ୍ଥିତି ଯୋଗୁଁ ପୃଥ୍ବୀଙ୍କୁ କେବଳ ଗୋଟିଏ ମ୍ୟାଚ୍ ପାଇଁ ଏହି ଦାୟିତ୍ବ ଦିଆଯାଇଛି।
ଆହୁରି ପଢନ୍ତୁ :Home: ଘର ଭାଙ୍ଗିବା ପୂର୍ବରୁ ମିଳିଥାଏ ଏହି ଗୁରୁତ୍ୱପୂର୍ଣ୍ଣ ସଙ୍କେତ; ସାବଧାନ ନହେଲେ ହୋଇପାରେ ବଡ଼ ବିପଦ
ଆସନ୍ତା ଅକ୍ଟୋବର ୧୧ ରୁ ୧୪ ପର୍ଯ୍ୟନ୍ତ ଦିଲ୍ଲୀର ପାଲମ୍ 'ଏ' ଷ୍ଟାଡିୟମ୍ରେ ମହାରାଷ୍ଟ୍ର ଏବଂ ସର୍ଭିସେସ୍ ମଧ୍ୟରେ ଏହି ରଣଜୀ ମ୍ୟାଚ୍ ଖେଳାଯିବ। ଭାରତ ଏ’ ଏବଂ ଅଷ୍ଟ୍ରେଲିଆ ଏ’ ମଧ୍ୟରେ ହେବାକୁ ଥିବା ଦିନିକିଆ ସିରିଜ୍ରେ ରୁତୁରାଜ ଗାଏକ୍ବାଡ୍ ଭାରତ ଏ’ ଦଳର ଅଧିନାୟକତ୍ବ କରୁଥିବାରୁ ସେ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ୍ରେ ଉପସ୍ଥିତ ରହିପାରିବେ ନାହିଁ।
ଆହୁରି ପଢନ୍ତୁ :Political Crisis: ସ୍ପେନରେ ଗୃହ ସଙ୍କଟ ଏବଂ ବିଶାଳ ପ୍ରତିବାଦ ଆଗରେ ମୁଣ୍ଡ ନୁଆଁଇଲେ ସରକାର: ଆଗୁଆ ନିର୍ବାଚନ ଘୋଷଣା
ସୂଚନାଯୋଗ୍ୟ, ୨୦୧୮ ୧୯-ବର୍ଷରୁ କମ୍ ବିଶ୍ବକପ୍ ବିଜେତା ଅଧିନାୟକ ପୃଥ୍ବୀ ଶ’ ୨୦୨୫-୨୬ ସିଜନ୍ ପୂର୍ବରୁ ମୁମ୍ବାଇ ଛାଡ଼ି ମହାରାଷ୍ଟ୍ର ଦଳରେ ଯୋଗ ଦେଇଥିଲେ। ମହାରାଷ୍ଟ୍ର ପାଇଁ ନିଜର ପ୍ରଥମ ସିଜନ୍ରେ ସେ ୭ଟି ମ୍ୟାଚ୍ରୁ ୫୩୭ ରନ୍ ସଂଗ୍ରହକରି ଦଳର ସର୍ବାଧିକ ରନ୍ ହାସଲକାରୀ ବ୍ୟାଟର ହୋଇପାରିଥିଲେ।
ଆହୁରି ପଢନ୍ତୁ :Vigilance Trap ମଧ୍ୟାହ୍ଣ ଭୋଜନ ବିଲ୍ ପାଇଁ ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ, ମାଡ଼ିବସିଲା ଭିଜିଲାନ୍ସ
ସର୍ଭିସେସ୍ ବିପକ୍ଷ ମ୍ୟାଚ୍ ପାଇଁ ଘୋଷିତ ମହାରାଷ୍ଟ୍ର ଦଳରେ ପୃଥ୍ବୀ ଶ’ଙ୍କ ବ୍ୟତୀତ ଅଙ୍କିତ ବାବନେ, ସ୍ପିନର ୱିକି ଓସ୍ତୱାଲ, ଅଲରାଉଣ୍ଡର ରାଜବର୍ଦ୍ଧନ ହଙ୍ଗରଗେକର ଏବଂ ଦ୍ରୁତ ବୋଲର ମୁକେଶ ଚୌଧୁରୀଙ୍କୁ ସାମିଲ କରାଯାଇଛି। ଏହାସହ ସୌରଭ ନୱାଲେ, ସଚିନ ଧାସ ଓ ଋଷିକେଶ ସୋନାୱଣେଙ୍କ ପରି ତିନିଜଣ ନୂଆ ଖେଳାଳି ମଧ୍ୟ ସ୍ଥାନ ପାଇଛନ୍ତି।

1 hour ago
2


