Rakul Preet Singh : "ମୋର କୌଣସି ବେନାମୀ ସମ୍ପତ୍ତି ନାହିଁ" ଆୟକର ଚଢ଼ାଉ ଖବରକୁ ନେଇ ମୁହଁ ଖୋଲିଲେ ରକୁଲ୍‌ ପ୍ରୀତ୍‌ ସିଂ

46 minutes ago 1
ARTICLE AD BOX

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରକୁଲ୍‌ ପ୍ରୀତ୍‌ ସିଂ ନିକଟରେ ଆୟକର (IT) ବିଭାଗର ଚଢ଼ାଉ ଓ ଟ୍ୟାକ୍ସ ଫାଙ୍କିବାକୁ ନେଇ ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋସିଆଲ୍‌ ମିଡିଆରେ ଏକ ବକ୍ତବ୍ୟ ଜାରି କରି ସେ ଏହି ସମସ୍ତ ଖବରକୁ ଭିତ୍ତିହୀନ ଓ ମିଥ୍ୟା ବୋଲି କହିବା ସହ ସ୍ପଷ୍ଟୀକରଣ ଦେଇଛନ୍ତି। ରକୁଲ୍‌ ଲେଖିଛନ୍ତି ଯେ, କିଛି ଅନଲାଇନ୍‌ ଓ ମୁଖ୍ୟସ୍ରୋତର ସାମ୍ବାଦିକ ବିନା ତଥ୍ୟ ଯାଞ୍ଚ କରି ଖବରକୁ ଏଭଳି ଭାବେ ଉପସ୍ଥାପନ କରୁଛନ୍ତି, ଯାହା ଅତ୍ୟନ୍ତ ଦୁଃଖଦାୟକ। ସେ ସ୍ପଷ୍ଟ କରିଛନ୍ତି ଯେ ନିକଟରେ ହୋଇଥିବା ଆୟକର ଚଢ଼ାଉ ସହ ତାଙ୍କର କୌଣସି ସମ୍ପର୍କ ନାହିଁ।

ଆହୁରି ପଢନ୍ତୁ :Nobel Prize: ମେଡିସିନ୍‌ରେ ବୈଜ୍ଞାନିକ କାର୍ଲ ଡିସେରୋଥ, ଆଲୋକ ନିୟନ୍ତ୍ରିତ ଆୟନ୍ ଚ୍ୟାନେଲ ଓ ଅପ୍ଟୋଜେନେଟିକ୍ସ ଉପରେ ଆବିଷ୍କାର ପାଇଁ ପୁରସ୍କୃତ

"ମୋର କୌଣସି ଗଡ୍‌ଫାଦର୍‌ ନାହାନ୍ତି"
ନିଜ ସଂଘର୍ଷ ଓ ପରିବାର ବିଷୟରେ ଉଲ୍ଲେଖ କରି ଅଭିନେତ୍ରୀ କହିଛନ୍ତି, "ମୁଁ ଏକ ଆର୍ମି (ସେନା) ପୃଷ୍ଠଭୂମିରୁ ଆସିଛି। ଫିଲ୍ମ ଇଣ୍ଡଷ୍ଟ୍ରିରେ ମୋର କୌଣସି ଗଡ୍‌ଫାଦର୍‌ ନଥିଲେ। ମୁଁ ନିଜ ପରିଶ୍ରମ ବଳରେ ଏଠାରେ ପହଞ୍ଚିଛି। ମୁଁ ଜଣେ ଦାୟିତ୍ୱବାନ୍‌ ନାଗରିକ ଏବଂ ୨୦ ବର୍ଷ ବୟସରୁ ନିୟମିତ ଭାବେ ଆୟକର (Tax) ପରିଶୋଧ କରିଆସୁଛି। ବିଦେଶକୁ ଟଙ୍କା ପଠାଇବା ଏବଂ ବେନାମୀ ସମ୍ପତ୍ତି ରଖିବା ପ୍ରସଙ୍ଗରେ ସେ କହିଛନ୍ତି ଯେ, ସେ ବ୍ୟକ୍ତିଗତ ଭାବେ କିମ୍ବା କୌଣସି ପ୍ରଡକ୍ସନ୍‌ ହାଉସ୍‌ ଜରିଆରେ କୌଣସି ବିଦେଶୀ କାରବାର ସହ ଜଡ଼ିତ ନୁହଁନ୍ତି। ଦେଶ କିମ୍ବା ବିଦେଶରେ ତାଙ୍କ ନାମରେ କିମ୍ବା ଅନ୍ୟ କାହା ନାମରେ କୌଣସି ବେନାମୀ ସମ୍ପତ୍ତି ନାହିଁ। ଏପରିକି ସେ କାହାଠାରୁ ମୂଲ୍ୟବାନ ଉପହାର ନିଅନ୍ତି ନାହିଁ କିମ୍ବା କେହି ତାଙ୍କୁ ସମ୍ପତ୍ତି ଉପହାର ଦେଇନାହାନ୍ତି।

ଆହୁରି ପଢନ୍ତୁ :Vigilance Trap ମଧ୍ୟାହ୍‌ଣ ଭୋଜନ ବିଲ୍‌ ପାଇଁ ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ,  ମାଡ଼ିବସିଲା ଭିଜିଲାନ୍ସ

ରକୁଲ୍‌ ମିଡିଆ ହାଉସ୍‌ଗୁଡ଼ିକୁ ଅନୁରୋଧ କରିଛନ୍ତି ଯେ, ଯେଉଁମାନେ ଏହି ମିଥ୍ୟା ଖବର ପ୍ରକାଶ କରିଛନ୍ତି, ସେମାନେ ଏହାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ସେ କହିଛନ୍ତି ଯେ, ସେ ମିଡିଆର କାର୍ଯ୍ୟଦକ୍ଷତା ଓ ଚାପକୁ ବୁଝନ୍ତି, କିନ୍ତୁ ସତ୍ୟ ଓ ତଥ୍ୟ ସହ ବୁଝାମଣା କରି କାହାର ସମ୍ମାନ ଓ ଜୀବିକା ଉପରେ ଆଘାତ ପହଞ୍ଚାଇବା ଉଚିତ୍‌ ନୁହେଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.