Vigilance raids: ସମ୍ବଲପୁର ମହାନଗର ନିଗମରେ ପଶିଲା ଭିଜିଲାନ୍ସ

1 hour ago 1
ARTICLE AD BOX

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ଅନ୍ତର୍ଗତ ୧୭ଟି ଦୈନିକ ବଜାର ଓ ରାସ୍ତାଘାଟରେ ବସୁଥିବା ଉଠା ଦୋକାନୀଙ୍କଠାରୁ ଏସଏମସି କର୍ତ୍ତୃପକ୍ଷ ମନଇଚ୍ଛା ଫି’ ଆଦାୟ କରୁଥିଲେ। ଗତ ମାର୍ଚ୍ଚ ମାସରୁ ଟେଣ୍ଡର ଅବଧି ଶେଷ ହୋଇ ଯାଇଥିଲେ ହେଁ ଏସ୍‌ଏମ୍‌ସି ଅସୁଲି ବନ୍ଦ କରିନଥିଲା। ବରଂ ବିନା ରସିଦରେ ନିର୍ଧାରିତ ଦରଠାରୁ ଢେର ଅଧିକ ଗୁଣ ଦାଦବାଟି ଭଳି ଆଦାୟ କରୁଥିଲେ ଏସଏମସି କର୍ମଚାରୀ ଓ ସେମାନଙ୍କ ଦଲାଲ। 

ଏନେଇ ଦୈନିକ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପାଇବା ପରେ ତନାଘନା ଆରମ୍ଭ କରିଛି ସମ୍ବଲପୁର ଭିଜିଲାନ୍ସ। ଅତିରିକ୍ତ ଏସପି ସୁଜାତା ପଣ୍ଡାଙ୍କ ନେତୃତ୍ୱରେ ୩ ଜଣିଆ ଟିମ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। 

ଉଠା ଦୋକାନୀ ଓ ଜବର ଦଖଲକାରୀଙ୍କୁ ଉଚ୍ଛେଦ ବେଳେ ଉତ୍ତେଜନା, ବ୍ୟାପକ ପୁଲିସ୍ ମୁତୟନ

ଚଢ଼ଉ ବେଳେ କମିସନର ରେହାନ ଖତ୍ରୀ ଉପସ୍ଥିତ ନଥିବା ବେଳେ ଟିକସ ବିଭାଗ ମୁଖ୍ୟ ସହକାରୀ କମିସନର ଅଶୋକ ମିଶ୍ରଙ୍କୁ ପଚରାଉଚରା କରାଯାଇଛି। ଭିଜିଲାନ୍ସ ଟିମ କ୍ୟାସବୁକ ଓ ରେଜିଷ୍ଟର ଯାଞ୍ଚ କରିବା ବେଳେ ସମସ୍ତ ଫାଇଲ ପ୍ରସ୍ତୁତ କରି ରଖିବାକୁ ନିର୍ଦେଶ ଦେଇ ଫେରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.