ARTICLE AD BOX
ଭୁବନେଶ୍ବର: ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକର ପୁରେନା ପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହ ଅଧିକାରୀ (ପିଇଓ) ଛବିଲାଲ ବରିହାଙ୍କ ଲାଞ୍ଚ ନେବା କୋର୍ଟରେ ପ୍ରମାଣିତ ହୋଇଛି। ଏହାପରେ କୋର୍ଟ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛି।
ଭିଜିଲାନ୍ସ କୋର୍ଟରେ ଲାଞ୍ଚୁଆ ଆର୍ଆଇ ଦଣ୍ଡିତ
ଆଜି (ମଙ୍ଗଳବାର) ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ପକ୍ଷରୁ ଜାରି ପ୍ରେସ୍ ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣର ଜଣେ ହିତାଧିକାରୀଙ୍କ ଅନ୍ତିମ ପର୍ଯ୍ୟାୟ କିସ୍ତି ପ୍ରଦାନ କରିବାକୁ ଟାଳଟୁଳ ନୀତି ଧରୁଥିଲେ। ଏଥିପାଇଁ ସେ ୭ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଶେଷରେ ହିତାଧିକାରୀଜଣକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ଭିତ୍ତିରେ ଭିଜିଲାନ୍ସ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହ ୧୩(୧) (ଡି) ଓ ୭ ଧାରାରେ ମାମଲା ରୁଜୁ କରି। ଲାଞ୍ଚ ନେବା ବେଳେ ପିଇଓ ଛବିଲାଲଙ୍କୁ ରଙ୍ଗେହାତ ଧରିଥିଲେ।
ମୟୂରଭଞ୍ଜ ଶିକ୍ଷା ବିଭାଗରେ ଅନିୟମିତତା : ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇ ବି ଚାକିରିରେ ଏବିଇଓ
ଏହି ମାମଲାର ଅଭିଯୋଗ ଫର୍ଦ୍ଦ, ସମସ୍ତ ସାକ୍ଷ୍ୟ ଓ ପ୍ରମାଣ ଭିତ୍ତିରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଆଜି ରାୟ ଶୁଣାଇଛନ୍ତି। ରାୟ ପରେ ଛବିଲାଲଙ୍କୁ ଗିରଫକରାଯାଇ ଜେଲ୍ହାଜତକୁ ପଠାଇଦିଆଯାଇଛି। ଅପରପକ୍ଷରେ, ଛବିଲାଲଙ୍କ ପେନ୍ସନ ବନ୍ଦ କରିବାକୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚାକିରି ଆଇନାନୁସାରେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି।

59 minutes ago
1


