ARTICLE AD BOX
ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବେଦାନ୍ତ ଆଲୁମିନିୟମ ମେଟାଲ୍ ଲିମିଟେଡ୍ର ଲାଭ ବାର୍ଷିକ ଆଧାରରେ ୨୦୫ ପ୍ରତିଶତ ବୃଦ୍ଧି ପାଇ ୬୫୯୭ କୋଟି ଟଙ୍କା ହୋଇଛି। ରାଜସ୍ବ ପରିମାଣ ୪୫ ପ୍ରତିଶତ ବଢ଼ି ୨୧,୧୦୫ କୋଟି ଟଙ୍କାରେ ପହଞ୍ଚିଛି ଓ ଏବିଟ୍ଡା ୧୩୪ ପ୍ରତିଶତ ବୃଦ୍ଧି ସହ ୧୦,୪୯୯ କୋଟି ଟଙ୍କା ହୋଇଛି। କ୍ରିସିଲ ଓ ଇକ୍ରାଠାରୁ କମ୍ପାନି ଏଏ+(ଷ୍ଟେବଲ୍) ରେଟିଂ ହାସଲ କରିଛି। ଏହି ସମୟରେ କମ୍ପାନିର ଆଲୁମିନିୟମ ଉତ୍ପାଦନ ୫ ପ୍ରତିଶତ ବୃଦ୍ଧି ପାଇ ୬୩୨ କେଟି ହୋଇଛି ଓ ମୂଲ୍ୟଯୁକ୍ତ ଉତ୍ପାଦ ଉତ୍ପାଦନ ୧୪ ପ୍ରତିଶତ ବଢ଼ି ୩୮୯ କେଟିରେ ପହଞ୍ଚିଛି।
ଆଲୁମିନା ଉତ୍ପାଦନ ୪୧ ପ୍ରତିଶତ ବୃଦ୍ଧି ପାଇ ୮୨୬ କେଟି ହୋଇଛି। ଏହି ଅବସରରେ କମ୍ପାନିର ସିଇଓ ରାଜେଶ କୁମାର କହିଛନ୍ତି ଯେ ଏହି ତ୍ରୈମାସିକରେ ଦୃଢ଼ ପରିଚାଳନା ଓ ଆର୍ଥିକ ପ୍ରଦର୍ଶନ ଜରିଆରେ ଆମେ ଆମର ନୂଆ ଓ ସ୍ବାଧୀନ ଯାତ୍ରା ଆରମ୍ଭ କରିଛୁ। ଏକ ଦ୍ରୁତ ପରିବର୍ତ୍ତିତ ପରିବେଶରେ ଆମ ପ୍ରତିଯୋଗିତା ସ୍ଥିତି ବଢ଼ାଇବା ଓ ସ୍ଥାୟୀ ଅଭିବୃଦ୍ଧି ହାସଲ କରିବାକୁ ଆମେ ସମ୍ବଳ ସୁରକ୍ଷା, ପରିଚାଳନା ସମନ୍ବୟ ଓ ମୂଲ୍ୟଯୁକ୍ତ ଉତ୍ପାଦ ଉପରେ ଧ୍ୟାନ ଦେବୁ। କମ୍ପାନିର ସିଏଫ୍ଓ ଅନୁପ ଅଗ୍ରୱାଲ କହିଛନ୍ତି ଯେ ଏକ ସ୍ବାଧୀନ କମ୍ପାନି ଭାବେ ଆମ ପ୍ରଥମ ତ୍ରୈମାସିକରେ ଆମେ ୨୧୦୧୫ କୋଟି ଟଙ୍କାର ରାଜସ୍ବ ଓ ୧୦,୪୯୯ କୋଟି ଟଙ୍କାର ଏବିଟ୍ଡା ଓ ୬୫୯୭ କୋଟି ଟଙ୍କାର ଲାଭ କରିଛୁ।

1 hour ago
2


