ARTICLE AD BOX
ନୂଆଦିଲ୍ଲୀ: ‘ବନ୍ଦେ ମାତରମ୍’ର ଗୋଟିଏ ବା ସମସ୍ତ ପଦ ଗାଇବାକୁ ମନା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆପରାଧିକ ମାମଲା ଚାଲିବା ଉଚିତ ନୁହେଁ ବୋଲି ସୁପ୍ରିମ୍କୋର୍ଟ ମଙ୍ଗଳବାର ଶୁଣାଣି ସମୟରେ ମତ ଦେଇଛନ୍ତି। ତେବେ ଏହା ଏବେ ବିଧିବଦ୍ଧ ରାୟ ନୁହେଁ। ବନ୍ଦେ ମାତରମ୍ ଗାଇବାକୁ ବାଧ୍ୟ କରିବା ସମ୍ପର୍କିତ ୨୦୨୬ର ସଂଶୋଧିତ ଆଇନର ସାମ୍ବିଧାନିକ ବୈଧତା ନେଇ ଆଗତ ଆବେଦନ ଉପରେ କେନ୍ଦ୍ର ସରକାରଙ୍କଠାରୁ ଦୁଇ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି କୋର୍ଟ।
Belarus potash deal: ରୁଷ୍ରୁ ତେଲ କିଣିବାକୁ ଭାରତକୁ ମନା କରୁଥିବା ଆମେରିକା ବେଲାରୁଷ୍ରୁ ସାର କିଣିବ
ବନ୍ଦେ ମାତରମ୍ର ସମ୍ପୂର୍ଣ୍ଣ ୬ଟି ପଦ ଗାଇବାକୁ କେତେକ ସରକାରୀ, ସାଂସ୍କୃତିକ ଓ ଔପଚାରିକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି। ଏହାକୁ ନେଇ କର୍ଣ୍ଣାଟକୀ ସଙ୍ଗୀତ ଶିଳ୍ପୀ ଟି.ଏମ୍. କୃଷ୍ଣ ସୁପ୍ରିମ୍କୋର୍ଟରେ ଆବେଦନ କରିଛନ୍ତି। ୨୦୨୬ରେ ସଂଶୋଧିତ ଆଇନର ଧାରା ୩କୁ ସେ ଚ୍ୟାଲେଞ୍ଜ କରିଛନ୍ତି। ଏହି ସଂଶୋଧନ ଅନୁସାରେ ବନ୍ଦେ ମାତରମ୍ ଗାଇବାକୁ ଜାଣିଶୁଣି ବାଧା ଦେବା କିମ୍ବା ଏହା ଗାଉଥିବା ସଭାରେ ବିଶୃଙ୍ଖଳା ସୃଷ୍ଟି କରିବା ଅପରାଧ ଏବଂ ଏଥିପାଇଁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍, ଜରିମାନା କିମ୍ବା ଉଭୟର ବ୍ୟବସ୍ଥା ରହିଛି।
ବିଚାରପତି ଜୟମାଲ୍ୟ ବାଗ୍ଚୀ ଶୁଣାଣି ସମୟରେ ୧୯୮୬ର ‘ବିଜୋଏ ଇମାନୁଏଲ୍ ବନାମ କେରଳ’ ମାମଲାରେ ସୁପ୍ରିମ୍କୋର୍ଟଙ୍କ ରାୟର ଉଲ୍ଲେଖ କରିଥିଲେ।
ସେହି ରାୟରେ ଧାର୍ମିକ ବିଶ୍ୱାସ କାରଣରୁ ଜାତୀୟ ସଙ୍ଗୀତ ନ ଗାଉଥିବା ଛାତ୍ରଛାତ୍ରୀଙ୍କ ଅଧିକାରକୁ ସୁରକ୍ଷା ଦିଆଯାଇଥିଲା। ବିଚାରପତି ବାଗ୍ଚୀ କହିଥିଲେ, ସେହି ରାୟରେ ଘୋଷିତ ଆଇନ ଏପର୍ଯ୍ୟନ୍ତ ବଦଳିନାହିଁ। ତେଣୁ ବିବେକାଧୀନ ଆପତ୍ତି ରଖୁଥିବା ବ୍ୟକ୍ତି ବନ୍ଦେ ମାତରମ୍ର ଗୋଟିଏ ବା ସମସ୍ତ ପଦ ନ ଗାଇଲେ ତାଙ୍କ ବିରୋଧରେ ଆପରାଧିକ ମାମଲା ହେବା ଉଚିତ ନୁହେଁ ବୋଲି ସେ ସଙ୍କେତ ଦେଇଥିଲେ।
PM Surya Ghar: ପିଏମ୍ ସୂର୍ଯ୍ୟଘରରେ ଠକିଗଲେ ହିତାଧିକାରୀ
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍ଚୀ ଓ ଭି. ମୋହନାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। କୃଷ୍ଣଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏସ୍. ମୁରଲୀଧର ମାମଲା ପରିଚାଳନା କରୁଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟା ଯୁକ୍ତି ରଖିଥିଲେ।

5 days ago
6


