Vande Mataram: ବନ୍ଦେ ମାତରମ୍‌ର ପ୍ରଥମ ଦୁଇଟି ପଦ ହିଁ ଗାଇବ କଂଗ୍ରେସ

1 hour ago 3
ARTICLE AD BOX

ନୂଆଦିଲ୍ଲୀ: ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍‌’କୁ ନେଇ କଂଗ୍ରେସ ଏବଂ ଶାସକ ଦଳ ମଧ୍ୟରେ ବିବାଦ ଜାରି ରହିଥିବା ବେଳେ ବୁଧବାର ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଏହା ଉପରେ ସବିଶେଷ ଆଲୋଚନା ହୋଇଛି। ଏହି ବୈଠକରେ ଅନେକ ବରିଷ୍ଠ ନେତା ୧୯୩୭ ମସିହାରେ ଦଳ ପକ୍ଷରୁ ନିଆଯାଇଥିବା ଆଭିମୁଖ୍ୟକୁ ଦୋହରାଇଛନ୍ତି। କଂଗ୍ରେସ ଆଗାମୀ ଦିନରେ ନିଜର ସମସ୍ତ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍‌ର କେବଳ ପ୍ରଥମ ଦୁଇଟି ପଦ (୧୯୩୭ ସଂସ୍କରଣ) ହିଁ ଗାନ କରିବ ବୋଲି ନିଷ୍ପତ୍ତି ନେଇଛି। 

ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ବନ୍ଦେ ମାତରମ୍‌ ଉପରେ ୧୯୩୭ରେ ଏକ ସଂକଳ୍ପ ପାରିତ ହୋଇଥିଲା। ସେହି ସମୟରେ ଅନୁଷ୍ଠିତ ସିଡବ୍ଲ୍ୟୁସି ବୈଠକରେ ମହାତ୍ମା ଗାନ୍ଧୀ, ପଣ୍ଡିତ ନେହରୁ, ସର୍ଦ୍ଦାର ପଟେଲ, ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ଗୋବିନ୍ଦ ବଲ୍ଲଭ ପନ୍ଥ ଏବଂ ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ଭଳି ପ୍ରମୁଖ ନେତା ଉପସ୍ଥିତ ଥିଲେ।

NDA meeting: ‘ବନ୍ଦେ ମାତରମ୍‌’ ଓ ‘ଭାରତ ମାତା କୀ ଜୟ’ ନାରା ଦେଲେ ଏନ୍‌ଡିଏ ସାଂସଦ

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ସେହି ସଂକଳ୍ପର କିଛି ଅଂଶ ପଢ଼ି ଶୁଣାଇଥିଲେ। ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଏହାକୁ ନେଇ କୌଣସି ବିବାଦ ନାହିଁ, କିନ୍ତୁ ଅନାବଶ୍ୟକ ଭାବେ ଏହାକୁ ଏକ ପ୍ରସଙ୍ଗ କରାଯାଉଛି। ୨୪ ଜାନୁଆରି ୧୯୫୦ରେ ସମ୍ବିଧାନ ସଭାର ଶେଷ ବୈଠକରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଦୋହରାଇଥିଲେ ଯେ ‘ଜନ-ଗଣ-ମନ’ ଜାତୀୟ ସଙ୍ଗୀତ ଏବଂ ‘ବନ୍ଦେ ମାତରମ୍‌’ ଜାତୀୟ ଗୀତ ହେବ।

ଅପରପକ୍ଷରେ, ଆଗାମୀ ସୀମାନିର୍ଦ୍ଧାରଣ ପ୍ରକ୍ରିୟା ଉପରେ କଂଗ୍ରେସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଛି ଯେ ଲୋକସଭା ଆସନ ସଂଖ୍ୟା ବୃଦ୍ଧି କରିବାର କୌଣସି ଆବଶ୍ୟକତା ନାହିଁ। ଦଳ ଦାବି କରିଛି ଯେ ଲୋକସଭାରେ ସମୁଦାୟ ଆସନ ସଂଖ୍ୟାକୁ ୫୪୩ରେ ହିଁ ସୀମିତ ରଖାଯାଉ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.