Vaibhav: ବୈଭବଙ୍କୁ ଛିଗୁଲେଇ ସୈମ ସମାଲୋଚିତ: ଅହଙ୍କାର ଦେଖାଇଲେ, ମୁହଁତୋଡ଼ ଜବାବ ପାଇଲେ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଖେଳରେ ଅହଙ୍କାର ନୁହେଁ, ପ୍ରଦର୍ଶନ ହିଁ ଗୁରୁତ୍ବପୂର୍ଣ୍ଣ। ପ୍ରତିପକ୍ଷ ଖେଳାଳିଙ୍କୁ ଆଖି ଦେଖାଇବା, କଟାକ୍ଷ କରିବା ଓ ଅଙ୍ଗଭଙ୍ଗୀ କରି ଉପହାସ କରିବା ଅପେକ୍ଷା ବ୍ୟାଟ୍ ଓ ବଲ୍‌ରେ ଜବାବ ଦେବାକୁ ଉଚିତ ମଣିଛି ଭାରତୀୟ କ୍ରିକେଟ ଦଳ। ଏହାର ଜ୍ୱଳନ୍ତ ଉଦାହରଣ ପୁଣି ଥରେ ଦେଖିବାକୁ ମିଳିଛି ଭାରତ-ପାକିସ୍ତାନ କ୍ରିକେଟ୍ ମହାମୁକାବିଲାରେ। ଚଳିତ ଏସୀୟ କ୍ରୀଡ଼ାର ପୁରୁଷ କ୍ରିକେଟ୍‌ ଫାଇନାଲରେ ୧୫ ବର୍ଷୀୟ ଭାରତୀୟ ଯୁବତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ୍‌ କରିବା ପରେ ପାକିସ୍ତାନ ଅଲ୍‌ରାଉଣ୍ଡର୍‌ ସୈମ୍ ଆୟୁବ ଯେଉଁଭଳି ଶିଶୁକୁ କୋଳରେ ଧରି ଝୁଲାଇବା ଭଳି ଅଙ୍ଗଭଙ୍ଗୀ କରି ଉପହାସ କରିଥିଲେ, ତାଙ୍କ ପାଇଁ ଏହା ମହଙ୍ଗା ପଡ଼ିଛି। ଏହାର ଜବାବ ଭାରତୀୟ ଖେଳାଳିମାନେ ପଡ଼ିଆରେ ଦେଇଥିବାବେଳେ ପାକିସ୍ତାନରେ ମଧ୍ୟ ନିଜ ଦଳର ଆଚରଣ ଓ ପ୍ରଦର୍ଶନକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Mayurbhanj: ସ୍ବଚ୍ଛ ଆଦିବାସୀ ଗାଁ ବୋବେଇଯୋଡ଼ାକୁ ହର୍ଷ ଗୋଏଙ୍କା ପ୍ରଶଂସା

ଅହଙ୍କାର ଦେଖାଇଲେ, ମୁହଁତୋଡ଼ ଜବାବ ପାଇଲେ 
ନିଜ ଦେଶରେ ପାକ୍ ଖେଳାଳିଙ୍କୁ ଗାଳି ଓ ଟ୍ରୋଲ୍

ଫାଇନାଲରେ ବୈଭବ ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ୯ଟି ବଲ୍‌ରୁ ୧୫ ରନ୍‌ ସଂଗ୍ରହ କରିଥିଲେ। ତାଙ୍କ ବ୍ୟାଟ୍‌ରୁ ଦୁଇଟି ଛକା ମଧ୍ୟ ବାହାରିଥିଲା। ତେବେ ଆୟୁବଙ୍କ ବଲ୍‌ରେ ବୈଭବ ଆଉଟ ହେବା ପରେ ସୈମ ତାଙ୍କୁ ଶିଶୁ ବୋଲି କଟାକ୍ଷ କରି ଉପହାସ କରିଥିଲେ। ତେବେ ଏହି ଘଟଣାରେ ପ୍ରତିକ୍ରିୟାଶୀଳ ହେବା ପରିବର୍ତ୍ତେ ଭାରତୀୟ ଦଳର ଅନ୍ୟତମ ଓପନର୍ ଅଭିଷେକ ଶର୍ମା ବ୍ୟାଟ୍‌ରେ ହିଁ ଏହାର ଜବାବ ଦେଇଥିଲେ। ସୈମଙ୍କ ସେହି ଓଭରରେ ହିଁ ଅଭିଷେକ ଚୌକା ଓ ଛକା ବର୍ଷା କରି ପାକିସ୍ତାନୀ ବୋଲରଙ୍କ ଅହଙ୍କାରକୁ ଚୂରମାର କରିଦେଇଥିଲେ। ଭାରତ ୧୯ ରନ୍‌ରେ ବିଜୟୀ ହୋଇ ସ୍ୱର୍ଣ୍ଣପଦକ ବି ହାସଲ କରିଥିଲା। ବିଜୟ ପରେ ଭାରତୀୟ ଖେଳାଳିମାନେ ମଧ୍ୟ ପାକିସ୍ତାନୀ ଖେଳାଳିଙ୍କ ପୂର୍ବ ଅଙ୍ଗଭଙ୍ଗୀକୁ ମନେ ପକାଇ ସମାନ ଢଙ୍ଗରେ ପାଲଟା ଜବାବ ଦେଇଥିବା ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି।

Everest cumin powder: ଏଭରେଷ୍ଟର ଜିରା ପାଉଡର୍‌ ପ୍ୟାକେଟ୍‌ ଅସୁରକ୍ଷିତ: ଏଫ୍‌ଏସ୍‌ଏସ୍‌ଏଆଇ

କେବଳ ଭାରତୀୟ କ୍ରିକେଟପ୍ରେମୀ ନୁହନ୍ତି, ପାକିସ୍ତାନର କ୍ରିକେଟ ପ୍ରଶଂସକ ଓ ପୂର୍ବତନ ଖେଳାଳିମାନେ ମଧ୍ୟ ଆୟୁବଙ୍କ ଆଚରଣକୁ ନାପସନ୍ଦ କରିଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଅଙ୍ଗଭଙ୍ଗୀକୁ ନେଇ ତୀବ୍ର ସମାଲୋଚନା କରାଯିବା ସହ ସାଇମ୍‌ ପ୍ରଥମେ ନିଜ ପ୍ରଦର୍ଶନ ସୁଧାରିବାକୁ ପରାମର୍ଶ ଦେଇଛନ୍ତି। ଅହଙ୍କାର ଓ ଦେଖାଣିଆ ଆଚରଣ ଛାଡ଼ି ଭାରତୀୟ ଖେଳାଳିଙ୍କଠାରୁ ଶୃଙ୍ଖଳା ଏବଂ ଖେଳୁଆଡ଼ ମନୋଭାବ ଶିଖିବାକୁ ମଧ୍ୟ କିଛି ପାକିସ୍ତାନୀ ପ୍ରଶଂସକ ମତ ଦେଇଛନ୍ତି। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ପାକିସ୍ତାନର ପୂର୍ବତନ ୱିକେଟ୍‌କିପର ତଥା ବ୍ୟାଟର୍ କାମରାନ୍ ଆକମଲ, ସୈମ୍‌ଙ୍କ ଏଭଳି ଆଚରଣକୁ କଡ଼ା ସମାଲୋଚନା କରିଛନ୍ତି। ତାଙ୍କ ମତରେ, ଦଳର ପ୍ରଦର୍ଶନ ଭଲ ନଥିବାବେଳେ ଖେଳାଳିମାନେ ସୋସିଆଲ ମିଡିଆରେ ଚର୍ଚ୍ଚିତ ହେବା ପାଇଁ ଏଭଳି କାର୍ଯ୍ୟ କରୁଛନ୍ତି। ସୈମ୍ ନିଜ ପ୍ରଦର୍ଶନ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଆକମଲ କହିଛନ୍ତି।

ଅବଶ୍ୟ ପ୍ରତିପକ୍ଷ ଖେଳାଳିଙ୍କୁ ଆଉଟ କରିବା ପରେ ଅସମ୍ମାନଜନକ ଅଙ୍ଗଭଙ୍ଗୀ କରିବା ପାକିସ୍ତାନୀ ଖେଳାଳିଙ୍କ ପାଇଁ ନୂଆ ଘଟଣା ନୁହେଁ। ନିକଟରେ ମହିଳା ଏସିଆ କପ୍‌ରେ ଭାରତୀୟ ଖେଳାଳି ଶେଫାଳି ବର୍ମାଙ୍କୁ ଆଉଟ କରିବା ପରେ ପାକିସ୍ତାନ ଅଧିନାୟିକା ଫାତିମା ସାନା ପ୍ୟାଭିଲିୟନ୍‌କୁ ଫେରିବା ପାଇଁ ଇଙ୍ଗିତ କରିଥିଲେ। ଏହାକୁ ଆଇସିସି ଗୁରୁତ୍ୱର ସହ ନେଇ ତାଙ୍କୁ ମ୍ୟାଚ୍ ଫି’ର ୧୦ ପ୍ରତିଶତ ଜରିମାନା କରିବା ସହ ଗୋଟିଏ ଡିମେରିଟ୍ ପଏଣ୍ଟ ଦେଇଥିଲା। ସେହିପରି ପାକିସ୍ତାନ ସ୍ପିନର୍ ଆବ୍ରାର ଅହମଦଙ୍କ ଆଚରଣକୁ ନେଇ ମଧ୍ୟ ଅତୀତରେ ବିବାଦ ସୃଷ୍ଟି ହୋଇଛି। ପାକିସ୍ତାନୀ ଖେଳାଳିଙ୍କ ଏଭଳି ଆଚରଣକୁ ନେଇ ନିଜ ଦେଶର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ଅତୀତରେ ନିଜ ଦଳକୁ କଟାକ୍ଷ କରିଥିଲେ। ଦଳର ଦୁର୍ବଳ ପ୍ରଦର୍ଶନକୁ ନେଇ ସେ ଏପରି ବ୍ୟଙ୍ଗ କରିଥିଲେ ଯେ ପାକିସ୍ତାନର ପୁରୁଷ ଦଳକୁ ତାଙ୍କ ଦେଶର ମହିଳା ଦଳ ମଧ୍ୟ ହରାଇ ଦେବେ। ଏଭଳି ମନ୍ତବ୍ୟ ପାକିସ୍ତାନ କ୍ରିକେଟର ଅବସ୍ଥା ଓ ଦଳର ପ୍ରଦର୍ଶନକୁ ନେଇ ସେଠାରେ ରହିଥିବା ଅସନ୍ତୋଷକୁ ସ୍ପଷ୍ଟ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.