V V S Laxman: ଅଗରକରଙ୍କ ସ୍ଥାନ ନେଇପାରନ୍ତି ଲକ୍ଷ୍ମଣ

1 week ago 5
ARTICLE AD BOX

ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେଉଛି। ଏହାକୁ ଆଉ ବଢ଼ାଇବା ସପକ୍ଷରେ ନାହିଁ ବିସିସିଆଇ। ତାଙ୍କ ସ୍ଥାନ ମହାନ ବ୍ୟାଟର୍‌ ଭିଭିଏସ୍‌ ଲକ୍ଷ୍ମଣ ନେବାର ସମ୍ଭାବନା ରହିଛି।

 ଅଗରକରଙ୍କ ସ୍ଥାନ ନେଇପାରନ୍ତି ଲକ୍ଷ୍ମଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେଉଛି। ଏହାକୁ ଆଉ ବଢ଼ାଇବା ସପକ୍ଷରେ ନାହିଁ ବିସିସିଆଇ। ତାଙ୍କ ସ୍ଥାନ ମହାନ ବ୍ୟାଟର୍‌ ଭିଭିଏସ୍‌ ଲକ୍ଷ୍ମଣ ନେବାର ସମ୍ଭାବନା ରହିଛି। ଅଗରକରଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜୁନ୍‌ରେ ଶେଷ ହୋଇଥିଲା। ହେଲେ ବିସିସିଆଇ ତାଙ୍କ କାର୍ଯ୍ୟକାଳ ଆଉ ୩ ମାସ ବଢ଼ାଇଥିଲା। ଅନ୍ୟପକ୍ଷରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଅନ୍ୟ ଦଳୀୟ ପଦାଧିକାରୀଙ୍କ ସହ ସମ୍ପର୍କ ଭଲ ଥିବାରୁ ପୂର୍ବତନ ମୁମ୍ବାଇ ଦ୍ରୁତବୋଲର ଅଗରକର ୨୦୨୭ ବିଶ୍ବକପ୍‌ ପର୍ଯ୍ୟନ୍ତ ଦାୟିତ୍ବରେ ରହିବା ଆଶା ରଖିଥିଲେ। ତେବେ ଗତ ମାସରେ ଇଂଲଣ୍ଡରେ ଆୟୋଜିତ ଦିନିକିଆ ଶୃଙ୍ଖଳା ବେଳେ ରୋହିତ ଶର୍ମାଙ୍କ ଅବସର ଗୁଜବ ଉଠିଥିଲା। ବିସିସିଆଇ ଅଧ୍ୟକ୍ଷ ଦେବଜିତ ସାଇକିଆ ଏଥିରେ ହସ୍ତକ୍ଷେପ କରି କହିଥିଲେ, ଯେ ପର୍ଯ୍ୟନ୍ତ ରୋହିତ ଦଳୀୟ ଯୋଜନାରେ ଥିବେ ସେ ପର୍ଯ୍ୟନ୍ତ ଖେଳିବେ। ଏହି ବିବାଦ ଅଗରକରଙ୍କୁ ବିଦା କରିବାର ବାଟ ଫିଟାଇଥିଲା।

 ଅଗରକରଙ୍କ ସ୍ଥାନରେ ବିସିସିଆଇ ଉତ୍କର୍ଷ କେନ୍ଦ୍ରର ମୁଖ୍ୟ ଲକ୍ଷ୍ମଣଙ୍କୁ ବିସିସିଆଇର ପଦାଧିକାରୀମାନେ ନିଯୁକ୍ତି କରିବାକୁ ଚାହୁଛନ୍ତି। କାରଣ ଲକ୍ଷ୍ମଣ ଦୁଇ ବରିଷ୍ଠ ଖେଳାଳି ରୋହିତ ଓ ବିରାଟ ‌କୋହଲି ପ୍ରତି ମନୋଭାବ ଭଲ ରହିବାର ସମ୍ଭାବନା ରହିଛି। ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତି ବିଷୟରେ ଆଗାମୀ ସେପ୍ଟେମ୍ବରରେ ହେବାକୁ ଥିବା ବିସିସିଆଇ ବାର୍ଷିକ ସାଧାରଣ ବୈଠକରେ ଚୂଡ଼ାନ୍ତ ହୋଇପାରେ। ୨୦୦୩ ଅକ୍ଟୋବରରୁ ଅଗରକର ନେତୃତ୍ବରେ ଭାରତୀୟ ଦଳ ଚୟନ ହେଉଛି। ତାଙ୍କ ଚୟନିତ ଦଳ ୪ ଆଇସିସି ଫାଇନାଲ୍‌ରେ ପହଞ୍ଚିବା ସହ ୩ ଟ୍ରଫି (୨ ଟ୍ବେଣ୍ଟି-୨୦ ବିଶ୍ବକପ୍‌, ଆଇସିସି ଚାମ୍ପିଅନ୍‌ସ ଟ୍ରଫି) ଜିତିଛି। ତାଙ୍କ ସମୟରେ ‌ରୋହିତ ଓ ବିରାଟ ଟେଷ୍ଟ୍‌ କ୍ରିକେଟ୍‌ରୁ ଅବସର ନେଇଥିଲା ବେଳେ ବରିଷ୍ଠ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସୁଯୋଗ ମିଳୁନି। ୨୦୨୧ରୁ ସିିଇଓ ମୁଖ୍ୟ ରହିଥିବା ଲକ୍ଷ୍ମଣ ବିଭିନ୍ନ ସମୟରେ ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ଦାୟିତ୍ବ ତୁଲାଇଛନ୍ତି। ନିକଟରେ ତାଙ୍କ ପ୍ରଶିକ୍ଷଣରେ ଦଳ ଜିମ୍ବାୱେରେ ୩-୦ରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଥିଲା। ଆଗାମୀ ଏସୀୟ କ୍ରୀଡ଼ାରେ ତାଙ୍କ ପ୍ରଶିକ୍ଷଣରେ ଦଳ ଖେଳିବ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.