ARTICLE AD BOX
ଡେରାଡୁନ: ପଡ଼ୋଶୀ ନେପାଳରେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟାରୁ ଶିକ୍ଷା ନେଇ ଉତ୍ତରାଖଣ୍ଡ ସରକାର ରାଜ୍ୟର ହିମବାହ ହ୍ରଦ, ନଦୀ ଓ ଅନ୍ୟ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ନଜରଦାରି ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଛନ୍ତି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ପୁନର୍ବାସ ମନ୍ତ୍ରୀ ମଦନ କୌଶିକ ଶୁକ୍ରବାର କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ଦୃଷ୍ଟିରୁ ଉତ୍ତରାଖଣ୍ଡ ଅତ୍ୟନ୍ତ ସମ୍ବେଦନଶୀଳ ରାଜ୍ୟ। ତେଣୁ ଜୀବନ ଓ ସମ୍ପତ୍ତିର କ୍ଷୟକ୍ଷତି କମାଇବା ପାଇଁ ସରକାର ପୂର୍ବ ପ୍ରସ୍ତୁତିକୁ ଅଧିକ ମଜଭୁତ କରୁଛନ୍ତି।
Poetry session: ସମ୍ବାଦ ସାହିତ୍ୟଘର ପକ୍ଷରୁ ମନୋଜ୍ଞ ମଞ୍ଜୁଳ କବିତା ଆସର
ମଦନ କୌଶିକ କହିଛନ୍ତି, ନେପାଳର ସାମ୍ପ୍ରତିକ ବିପର୍ଯ୍ୟୟରୁ ଶିକ୍ଷା ନେଇ ହିମବାହ ହ୍ରଦ, ନଦୀ ଏବଂ ବିପଦପ୍ରବଣ ଅଞ୍ଚଳଗୁଡ଼ିକର ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଉଛି। ବିପଦପ୍ରବଣ ହିମବାହ ହ୍ରଦଗୁଡ଼ିକର ବୈଜ୍ଞାନିକ ସର୍ବେକ୍ଷଣ ଓ ନିୟମିତ ମୂଲ୍ୟାୟନ କରାଯିବ। ସେହିପରି ଆଧୁନିକ ପ୍ରାକ୍ ସତର୍କ ସୂଚନା ବ୍ୟବସ୍ଥା ସ୍ଥାପନ କରାଯିବା ସହ ଆବଶ୍ୟକସ୍ଥଳେ ଅତିରିକ୍ତ ଯନ୍ତ୍ରପାତି ଓ ବୈଷୟିକ ସାଧନ ନିୟୋଜିତ କରାଯିବ। ଯେପରି ବିପଦ ସୂଚନା ଠିକ୍ ସମୟରେ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ନିକଟରେ ପହଞ୍ଚିପାରିବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ। ନେପାଳ ବିପର୍ଯ୍ୟୟ ପରେ ଉତ୍ତରାଖଣ୍ଡର କୁମାୟୁଁ ଅଞ୍ଚଳରେ ମଧ୍ୟ ସତର୍କତା ବଢ଼ାଯାଇଛି। ଚମ୍ପାୱତ ଜିଲ୍ଲା ପ୍ରଶାସନ ବନବସା ଓ ଟନକପୁର ଅଞ୍ଚଳରେ କାଳୀ-ଶାରଦା ନଦୀର ଜଳସ୍ତର ଉପରେ ନିରନ୍ତର ନଜର ରଖିଛି।
Raksha bandhan: ପ୍ରତିବର୍ଷ ସହିଦ ବୀରମାନଙ୍କ ପ୍ରତିମୂର୍ତ୍ତିରେ ରାଖୀ ବାନ୍ଧିଥାଏ ଭଉଣୀ
ଶାରଦା ବ୍ୟାରେଜ୍, ନଦୀଘାଟ ଓ ଅନ୍ୟ ସମ୍ବେଦନଶୀଳ ନଦୀକୂଳ ଅଞ୍ଚଳରେ ନିରୀକ୍ଷଣ ଜୋରଦାର କରାଯାଇଛି। ପୁଲିସ, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ ଏବଂ ବିପର୍ଯ୍ୟୟ ପରିଚାଳନା ଦଳକୁ ସତର୍କ ରଖାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ପୂର୍ବରୁ ରାଜ୍ୟର ସମସ୍ତ ସମ୍ବେଦନଶୀଳ ହିମବାହ ହ୍ରଦର ବ୍ୟାପକ ବୈଜ୍ଞାନିକ ସର୍ବେକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହ୍ରଦର ଆକାର, ଜଳସ୍ତର, ଆଖପାଖ ଭୂଭାଗ ଓ ସମ୍ଭାବ୍ୟ ବିପଦ ଅଞ୍ଚଳରେ ହେଉଥିବା ପରିବର୍ତ୍ତନର ଆକଳନ କରାଯିବ। ଆଧୁନିକ ସେନ୍ସର, ଜଳସ୍ତର ମାପ ଯନ୍ତ୍ର ଓ ଯୋଗାଯୋଗ ବ୍ୟବସ୍ଥା ମାଧ୍ୟମରେ ପ୍ରାକ୍ ସତର୍କ ସୂଚନା ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରାଯିବ। ସୁରକ୍ଷିତ ସ୍ଥାନାନ୍ତର ପଥ, ବିପଦପ୍ରବଣ ଅଞ୍ଚଳର ମାନଚିତ୍ର ପ୍ରସ୍ତୁତି, ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଏବଂ ସ୍ଥାନୀୟସ୍ତରରେ ସତର୍କ ସୂଚନା ବ୍ୟବସ୍ଥା ଉପରେ ମଧ୍ୟ ଧାମୀ ଗୁରୁତ୍ୱ ଦେଇଛନ୍ତି। ଜିଲ୍ଲାପାଳମାନଙ୍କୁ ବିପଦପ୍ରବଣ ଅଞ୍ଚଳଗୁଡ଼ିକର ନିୟମିତ ନିରୀକ୍ଷଣ କରି କୌଣସି ଅସ୍ୱାଭାବିକ ଘଟଣା ଦେଖିଲେ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ କୁହାଯାଇଛି।
Nepal flood: ନେପାଳ-ତିବ୍ବତ ବନ୍ୟା ପରେ ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ସି ଜିନପିଙ୍ଗ
ଭାସି ଆସିଥିବା ୭ ଜଣଙ୍କ ମୃତଦେହ ୟୁପିରୁ ଉଦ୍ଧାର
ନୂଆଦିଲ୍ଲୀ: ନେପାଳରେ ଭୟଙ୍କର ବନ୍ୟାଜଳରେ ଭାସି ଆସିଥିବା ୭ ଜଣଙ୍କ ମୃତଦେହ ଭାରତର ତଳିଆ ଅଞ୍ଚଳରୁ ମିଳିଛି। ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଓ କୁଶୀନଗର ଜିଲ୍ଲାର ନଦୀଗୁଡ଼ିକରୁ ଏହି ମୃତଦେହଗୁଡ଼ିକୁ ଭାରତୀୟ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି। ଏହି ଅଞ୍ଚଳ ନେପାଳର ବନ୍ୟାପ୍ରଭାବିତ ଦକ୍ଷିଣ ଚିତୱନ ସୀମାକୁ ଲାଗିଛି। ମୃତଦେହଗୁଡ଼ିକ ବନ୍ୟାରେ ଭାସି ଯାଇଥିବା ଲୋକଙ୍କର ବୋଲି ଅଧିକାରୀମାନେ କହିଛନ୍ତି। ମହାରାଜଗଞ୍ଜ ଜିଲ୍ଲା ମାଜିଷ୍ଟ୍ରେଟ୍ ଗୌରବ ସିଂହ ସୋଗରୱାଲ୍ଗୁ କହିଛନ୍ତି, ଗୁରୁବାର ଜିଲ୍ଲାରୁ ୪ଟି ଅଚିହ୍ନା ମୃତଦେହ ଉଦ୍ଧାର କରାଯାଇଛି। ସେ କହିଛନ୍ତି, ନେପାଳରେ ହଠାତ୍ ଆସିଥିବା ବନ୍ୟା ପରେ ଏହି ମୃତଦେହଗୁଡ଼ିକ ନଦୀ ସ୍ରୋତରେ ଭାସି ଭାରତକୁ ଆସିଛି। ସୀମାଠାରୁ ପ୍ରାୟ ୭୦ କିଲୋମିଟର କୁଶୀନଗର ଜିଲ୍ଲାରୁ ଆଉ ୩ଟି ମୃତଦେହ ଉଦ୍ଧାର କରାଯାଇଥିବା ଜଣେ ପୁଲିସ ଅଧିକାରୀ ନିଶ୍ଚିତ କରିଛନ୍ତି।

54 minutes ago
1

